ETV Bharat / bharat

64 ବର୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସମ୍ଭାଳିଛନ୍ତି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

author img

By

Published : Aug 18, 2023, 9:27 PM IST

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

64 ବର୍ଷରେ ପାଦଥାପିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜାଣନ୍ତୁ ତାଙ୍କ ରାଜନୈତିକ ଜୀବନ ବିଷୟରେ। ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜନ୍ମଦିନ । 2023 ଅଗଷ୍ଟ 18ରେ 64 ବର୍ଷରେ ପାଦଥାପିଛନ୍ତି ନିର୍ମଳା । ତେବେ ଦେଶର ସବୁଠାରୁ ପ୍ରଭାବଶାଳୀ ମନ୍ତ୍ରୀମାନଙ୍କ ମଧ୍ୟରୁ ନିର୍ମଳା ଅନ୍ୟତମ । ସେ 2019 ମେ 30ରେ ଦେଶର ଅର୍ଥମନ୍ତ୍ରୀ ଭାବରେ ପଦଭାର ସମ୍ଭଳି ଥିଲେ। ସେବେଠାରୁ ସେ ଆଜି ପର୍ଯ୍ୟନ୍ତ ଦେଶର ଆର୍ଥିକ ନିୟନ୍ତ୍ରଣ କରିବାର କାର୍ଯ୍ୟ କରୁଛନ୍ତି । ତେବେ ଆସନ୍ତୁ ଆଜି ନିର୍ମଳା ସୀତାରମଣଙ୍କ 64ତମ ଜନ୍ମଦିନ ଅବସରରେ ତାଙ୍କ ରାଜନୈତିକ ଜୀବନ ବିଷୟରେ ଜାଣିବା ।

ନିର୍ମଳା ସୀତାରମଣ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ 2017 ସେପ୍ଟେମ୍ବର 3 ରୁ2019 ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀଭାବରେ କାର୍ଯ୍ୟଭାର ସମ୍ଭାଳି ଥିଲେ। ସେ ଭାରତର ଦ୍ବିତୀୟ ମହିଳା ଭାବରେ ସେ ଏହି ପ୍ରତୀରକ୍ଷା ମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ତେବେ ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ମହିଳା ଭାବରେ ଇନ୍ଦିରା ଗାନ୍ଧି ଏହି ପଦରେ ଆବସ୍ଥାପିତ ହୋଇ ସାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....UP: ମାୟାବତୀଙ୍କ ଜନ୍ମଦିନରେ କାଟିଥିଲେ ମାଟି କେକ୍‌, 8 ବର୍ଷ ପରେ 3 ଗିରଫ

ତେବେ ନିର୍ମଳା ସୀତାରମଣ ରକ୍ଷାମନ୍ତ୍ରୀ ହେବା ପୂର୍ବରୁ ପ୍ରଥମେ ଭାରତର ବାଣିଜ୍ୟ ଓ ଉଦ୍ୟୋଗ ତଥା ଅର୍ଥ ଓ କର୍ପୋରେଟରେ ମଧ୍ୟ ରାଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ 2008 ମସିହାରୁ ଭାରତୀୟ ଜନତା ପାର୍ଟୀର ସଦସ୍ୟ ଭାବରେ ନିଜର ରାଜନିତୀକ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ଧୀରେଧୀରେ ଆଗକୁ ବଢ଼ି 2010ରେ ପାର୍ଟିର ରାଷ୍ଟୀୟ ପ୍ରବକ୍ତା ଭାବରେ ନିୟୋଜିତ ହୋଇଥିଲେ । ତେବେ 2014 ପର୍ଯ୍ୟନ୍ତ ସେ ଏହି ପଦଭାର ଦାୟିତ୍ବରେ ଥିଲେ । ଏହାପରେ 2014 ଜୁନ୍‌ରେ ତେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀପଦ ମିଳିଥିଲା । ମୋଦିଙ୍କ ପ୍ରଧାନମନ୍ତ୍ରୀ ଭାବରେ ଦ୍ୱିତୀୟ ଇନିଂସରେ ସେ ଦେଶର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ଏହା ବ୍ୟତୀତ ସୀତାରମଣ 2003 ରୁ 2005 ମସିହା ପର୍ଯ୍ୟନ୍ତ ରାଷ୍ଟୀୟ ମହିଳା ଆୟୋଗର ସଦସ୍ୟା ମଧ୍ୟ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଓଡିଶାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ, ଦେଖନ୍ତୁ ପୁରୀ ଗସ୍ତ ସମୟର ଫଟୋ


ନିର୍ମଳା ସୀତାରମଣ 1959 ଅଗଷ୍ଟ 18ରେ ତାମିଲନାଡ଼ୁର ମଦୁରାଇରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । 1980ରେ ତାମିଲନାଡ଼ୁର ତିରୁଚିରାପଲ୍ଲୀର ସୀତାଲକ୍ଷ୍ମୀ ରାମାସ୍ବାମୀ କଲେଜରୁ ଅର୍ଥନୀତି ବିଭାଗରେ ନିଜର ଗ୍ରାଜୁଏସନ୍‌ ସମାପ୍ତ କରିଥିଲେ । ଏହାପରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ୍‌ ଷ୍ଟଡିଜ୍‌ରେ ଏମ.ଫିଲ୍‌ କରିଥିଲେ । ତେବେ ତାଙ୍କ ବିବାହ ଡ. ପରକଲ ପ୍ରଭାକରଙ୍କ ସହ ହୋଇଥିଲା, ଯିଏ ତାଙ୍କ ସହ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ । ତେବେ ପାଠ ପଢ଼ିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.