ETV Bharat / bharat

Maharashtra Crisis: ବିଦ୍ରୋହୀ ବିଧାୟକଙ୍କୁ Y+ ସୁରକ୍ଷା, ବାଦ ପଡିଲେ ସିନ୍ଧେ

author img

By

Published : Jun 26, 2022, 2:36 PM IST

କର୍ଣ୍ଣାଟକରେସଡକ ଦୁର୍ଘଟଣା, ୧୦ ମୃତ
କର୍ଣ୍ଣାଟକରେସଡକ ଦୁର୍ଘଟଣା, ୧୦ ମୃତ

ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । ଏହାରି ମଧ୍ୟରେ ଗୌହାଟୀରେ ଡେରା ପକାଇଥିବା ବିଦ୍ରୋହୀ ବିଧାୟକଙ୍କୁ 'Y+' ସୁରକ୍ଷା ଦେଲା କେନ୍ଦ୍ର । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । ଏହାରି ମଧ୍ୟରେ ଗୌହାଟୀରେ ଡେରା ପକାଇଥିବା ବିଦ୍ରୋହୀ ବିଧାୟକଙ୍କୁ 'Y+' ସୁରକ୍ଷା ଦେଲା କେନ୍ଦ୍ର । ୧୫ଜଣ ବିଧାୟକଙ୍କୁ ଏହି ସୁରକ୍ଷା ମିଳିଥିବା ବେଳେ ଏଥିରୁ ବାଦ ପଢିଛନ୍ତି ଏକନାଥ ସିନ୍ଧେ । ତାଙ୍କୁ ଏହି ସୁରକ୍ଷା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନାହିଁ । Y ବର୍ଗର ସୁରକ୍ଷା ଆଠଜଣ କର୍ମଚାରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କିମ୍ବା ୨ଜଣ କମାଣ୍ଡୋ ଏବଂ ପୋଲିସ କର୍ମୀ ରହିଥାନ୍ତି ।

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ମଧ୍ୟ ଗୌହାଟୀରେ ଏକନାଥ ସିନ୍ଧେ ଏବଂ ଅନ୍ୟ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ବେଳେ ଦାଦର ବିଧାୟକ ସଦା ସରଭଙ୍କାରଙ୍କ ବାସଭବନରେ ନିୟୋଜିତ ହୋଇଛନ୍ତି । ଏନେଇ ଉଦ୍ଧବ ଠାକରେଙ୍କ ସମର୍ଥକ କହିଛନ୍ତି ଯେ, ''ଯେଉଁମାନେ ଦଳ ଛାଡିଛନ୍ତି ସେମାନେ ବିଶ୍ବାସଘାତକ, ସେମାନେ ଶିବ ସୈନିକ ନୁହଁନ୍ତି, ଆମେ ସେମାନଙ୍କୁ ଶିବ ପ୍ରସାଦ ଦେବୁ ବୋଲି କହିଛନ୍ତି ସମର୍ଥକ । ଗତକାଲି ଉଦ୍ଧବ ଠାକରେଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଏକନାଥ ସିନ୍ଧେ ଯୋଗ ଦେଇନଥିବାରୁ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.