ETV Bharat / bharat

ଚିତା ଆକ୍ରମଣରେ ଚାଲିଗଲା ୧୧ ବର୍ଷର ବାଳକର ଜୀବନ

author img

By

Published : Jan 22, 2023, 10:24 PM IST

ମୈସୁର ଜିଲ୍ଲାରେ ବୃଦ୍ଧି ପାଉଛି ଚିତାବାଘ ଆତଙ୍କ
ମୈସୁର ଜିଲ୍ଲାରେ ବୃଦ୍ଧି ପାଉଛି ଚିତାବାଘ ଆତଙ୍କ

ମୈସୁର ଜିଲ୍ଲାରେ ବୃଦ୍ଧି ପାଉଛି ଚିତାବାଘ ଆତଙ୍କ । ଦୁଇ ମାସ ମଧ୍ୟରେ ମୈସୁରରେ ଚିତା ଆକ୍ରମଣରେ ଚାଲିଗଲାଣି ଚାରି ଜଣଙ୍କର ଜୀବନ । ଆଧିକ ପଢ଼ନ୍ତୁ

ଚେନ୍ନାଇ: କର୍ଣ୍ଣାଟକ ମହୀଶୁରରେ ଚିତା ଆତଙ୍କ । ଚିତା ଆକ୍ରମଣରେ ଚାଲିଗଲା ୧୧ ବର୍ଷର ନିରୀହ ବାଳକର ଜୀବନ । ତେବେ ଏପରି ଅଭାବନୀୟ ଘଟଣା ମୈସୁର ଜିଲ୍ଲାର ହୋରାଲାହାଲା ଗ୍ରାମରେ ଦେଖିବାକୁ ମିଳିଛି । ଆଜି ସକାଳେ ଗାଁ ନିକଟରେ ବାଳକଟିର ମୃତଦେହ ମିଳିଥିବା ବେଳେ ପରିବାର ଲୋକ ଶୋକରେ ବୁଡ଼ି ରହିଛନ୍ତି । ତେବେ ଚିତାବାଘ 11 ବର୍ଷର ବାଳକ ଜୟନ୍ତଙ୍କ ଉପରେ ଆକ୍ରମଣ କରିଥିବା ନେଇ ଗ୍ରାମବାସୀ ସୂଚନା ଦେଇଛନ୍ତି । ପରିବାର ଲୋକଙ୍କ କହିବା ଆନୁଯାୟୀ, ଜୟନ୍ତ ଗତକାଲି ଖୋଲିବାକୁ ଯାଇଥିଲା, ଏହାପରେ ଆଉ ଘରକୁ ଫେରି ନଥିଲା । ପରିବାର ଲୋକଙ୍କ ସହ ଗ୍ରାମବାସୀମାନେ ରାତିସାରା ପିଲାଟିକୁ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇଲେ ନାହିଁ । ଆଜି ସକାଳେ କ୍ଷତାକ୍ତ ଅବସ୍ଥାରେ ବାଳକର ମୃତଦେହ ମିଳିଥିଲା ।

ଗ୍ରାମବାସୀ ଏବଂ ଜଙ୍ଗଲ ଅଧିକାରୀମାନେ ଉକ୍ତ ସ୍ଥାନ ପରିଦର୍ଶନ କରି ଏହାର ଯାଞ୍ଚ କରିବା ସମୟରେ ତାଙ୍କୁ ଚିତାର ପଦଚିହ୍ନ ଦେଖିବାକୁ ପାଇଥିଲେ । ଗ୍ରାମରେ ଚିତା ଆକ୍ରମଣ ଘଟଣାକୁ ନେଇ ଗାଁରେ କୋକୁଆ ଭୟ ଖେଳିଯାଇଛି । କ୍ରୋଧିତ ସ୍ଥାନୀୟ ଲୋକେ ନରସିପୁରାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗାଁରେ ଉତ୍ତେଜନା ଓ ଉଦ୍‌ବେଗଜନକ ପରିସ୍ଥିତି ଥିବାରୁ ବିଧାୟକ ଅଶ୍ୱିନ କୁମାର ଏବଂ ଡିସି କେ.ଭି ରାଜେନ୍ଦ୍ର ରାତିରେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ବନ ଅଧିକାରୀମାନେ ଉକ୍ତ ସ୍ଥାନ ପରିଦର୍ଶନ କରି ଏହାର ଯାଞ୍ଚ କରିଛନ୍ତି । ଚିତାବାଘ ଆକ୍ରମଣ ଉପରେ ପଦକ୍ଷେପ ନେବାକୁ ଲୋକମାନେ ପୁନର୍ବାର ସରକାରଙ୍କୁ ବିରୋଧ କରୁଛନ୍ତି ।

ତେବେ ଏହୁ ମର୍ମନ୍ତୁଦ ଘଟଣାକୁ ନେଇ ଦୁଃଖ ପ୍ରକଟ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରିଛି ।" ଯଥାଶୀଘ୍ର ଚିତାବାଘ ଧରାଯିବ ବୋଲି ଆଶ୍ବସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପରିବାର ଲୋକଙ୍କୁ କ୍ଷତି ପୂରଣ ଦିଆଯିବା ନେଇ ସୂଚନା ମିଳିଛି । ଯେପରି "ଅଧିକ ଜୀବନ ନଷ୍ଟ ନହୁଏ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାଯାଇ ପାରିବ, ସେନେଇ ସ୍ୱତନ୍ତ୍ର ସଶସ୍ତ୍ର କର୍ମଚାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଚିତାବାଘ ଆକ୍ରମଣରେ ଚାରିଜଣ ପ୍ରାଣ ହରାଇଲେ: ମହୀଶୁରରେ ସମେତ କେତେକ ଜିଲ୍ଲାରେ ଚିତାବାଘ ଆକ୍ରମଣ ବୃଦ୍ଧି ପାଉଛି । ଦୁଇ ମାସ ମଧ୍ୟରେ କେବଳ ମହୀଶୁରରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଚିତାବାଘ ଆକ୍ରମଣକୁ ରୋକିବା ପାଇଁ ପଦକ୍ଷପ ନେଉଥିବା ସୂଚନା ଦେଇଛନ୍ତି ବନ ଅଧିକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.