ETV Bharat / bharat

Dalai Lamaଙ୍କ କାର୍ଯ୍ୟକ୍ରମରେ ପଶିଲା କୋରୋନା, ୧୧ ବିଦେଶୀ ପଜିଟିଭ ଚିହ୍ନଟ

author img

By

Published : Dec 26, 2022, 9:33 PM IST

Etv Bharat
corona

ବିହାରର ଗୟାରେ ବୌଦ୍ଧିକ ଧର୍ମଗୁରୁ ଦଲାଇ ଲାମାଙ୍କ କାର୍ଯ୍ୟକ୍ରମରେ ପଶିଲା କୋରୋନା (Corona virus infection in Bihar)। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନେକ ବିଦେଶୀ ଆସୁଥିବା ବେଳେ ଏଥିରେ ୧୧ ଜଣ ବିଦେଶୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ପାଟନା: ଚୀନରେ ଆତଙ୍କ ଖେଳାଇଥିବା ନୂଆ ଭାରିଏଣ୍ଟ BF.7 (New Corona Variant BF7) ଏବେ ବିହାରରେ ଚିନ୍ତାର କାରଣ ପାଲଟିଛି । ଗୟା ଜିଲ୍ଲାରେ କୋରୋନାର ନୂଆ ମାମଲା ଆସିବା ପରେ ଭୟଭୀତ ସ୍ଥାନୀୟ ଲୋକେ । ଏଠାରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଠାକୁ ଅନେକ ବିଦେଶୀ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୧ ଜଣ ବିଦେଶୀ ପଜିଟିଭ ଚିହ୍ନଟ ହୋଇଛନ୍ତି (Corona virus infection in Bihar) । ସ୍ଥାନୀୟ ପ୍ରଶାସନ ଉକ୍ତ ବିଦେଶୀଙ୍କୁ କ୍ବାରେଣ୍ଟାଇନରେ ରଖିଥିବା ଜଣାପଡ଼ିଛି ।

ଏନେଇ ସିଭିଲ୍ ସର୍ଜନ କହିଛନ୍ତି, "ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ୧୧ ଜଣ ବିଦେଶୀ କୋରୋନା ପଜିଟିଭ ହୋଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏହାପୂର୍ବରୁ ଏଠାରେ ଜଣ ବିଦେଶୀଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯେଉଁଥିରେ ଥାଇଲ୍ୟାଣ୍ଡରୁ ଜଣେ ରହିଥିବା ବେଳେ ଇଂଲଣ୍ଡରୁ ୨ ଜଣ ଏବଂ ମିଆଁମାରରୁ ଜଣେ ରହିଥିଲେ । ବାସ୍ତବରେ ଗୟାଠାରେ ବୌଦ୍ଧ ଧାର୍ମିକ ଗୁରୁ ଦଲାଇ ଲାମାଙ୍କ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଥିରେ ଅନେକ ବିଦେଶୀ ସାମିଲ ହେଉଛନ୍ତି । ଫଳରେ କୋରୋନା ସଂକ୍ରମଣ ବୃଦ୍ଧି ହେବାର ଅଧିକ ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ଦଳ ସହ ବଢୁଛି ଦୂରତା ! ବିଜେପି ଛାଡିବେ ବରୁଣ ଗାନ୍ଧୀ !

ସଂକ୍ରମଣକୁ ରୋକିବା ଲାଗି ଗୟା ବିମାନ ବନ୍ଦରରେ RT-PCR ଟେଷ୍ଟ କରାଯାଉଛି । ଏହାପରେ ପଜିଟିଭ ଚିହ୍ନଟ ହୋଇଥିବା ବିଦେଶୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି । ଯେଉଁ ହୋଟେଲରେ ସେମାନ ରହଣି ଲାଗି ପୂର୍ବରୁ ବୁକ୍‌ କରିଥିଲେ, ସେଠାରେ ହିଁ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି । RT-PCR ରିପୋର୍ଟରେ ଏହା ସାମନାକୁ ଆସିଛି ଯେ ଏମାନଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ନାହିଁ । ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇ ଚିକିତ୍ସା କରାଯାଉଥିବା କହିଛି ପ୍ରଶାସନ । ଗତ ୩ ଦିନ ପୂର୍ବରୁ UKରୁ ଆସିଥିବା ଜଣେ ବିଦେଶୀ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୂଚନା ଥାଉ କି ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ବୋଧଗୟାରେ ରହୁଥିବା ବେଳେ ସେ ଡିସେମ୍ବର ୨୯, ୩୦ ଓ ୩୧ ତାରିଖରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛନ୍ତି । ଏଥିରେ ଦେଶ-ବିଦେଶରୁ ପ୍ରାୟ ୬୦ ହଜାରରୁ ଅଧିକ ବୌଦ୍ଧ ଧର୍ମର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସହରରେ କୋରୋନା କଟକଣା ଲାଗୁ କରାଯାଇଥିବା ବେଳେ ଏବେ ୧୧ ଜଣ ବିଦେଶୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.