ETV Bharat / bharat

107 ସାଂସଦ ଓ ବିଧାୟକଙ୍କ ନାମରେ ରହିଛି ହେଟସ୍ପିଚ୍‌ ମାମଲା, BJPରୁ ସର୍ବାଧିକ: ADR report

author img

By ETV Bharat Odisha Team

Published : Oct 3, 2023, 10:58 PM IST

107 ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ହେଟସ୍ପିଚ୍‌ ମାମଲା, ସର୍ବାଧିକ BJP ରୁ: ADR report
107 ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ହେଟସ୍ପିଚ୍‌ ମାମଲା, ସର୍ବାଧିକ BJP ରୁ: ADR report

ଦେଶରେ ମୋଟ 107 ସାଂସଦ ଓ ବିଧାୟକଙ୍କ ବିରୋଧରେ ଜାରି ରହିଛି ହେଟସ୍ପିଚ୍‌ ମାମଲା । ବିଜେପି ନେତାଙ୍କ ବିରୋଧରେ ସର୍ବାଧିକ ମାମଲା ଥିବା ପ୍ରକାଶ କଲା ADR ରିପୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ମୋଟ ୧୦୭ ସାସଂଦ ଓ ବିଧାୟକଙ୍କ ନାମରେ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ବା ହେଟସ୍ପିଚ ମାମଲା ରହିଛି । ଏଥିମଧ୍ୟରୁ ସର୍ବାଧିକ ନେତା କେନ୍ଦ୍ରରେ ଓ ଏକାଧିକ ରାଜ୍ୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ସଦସ୍ୟ । ସେହିପରି ଗତ ନିର୍ବାଚନ ଲଢିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ ୪୮୦ ଜଣଙ୍କ ନାମରେ ଏହି ସଂକ୍ରାନ୍ତୀୟ ମାମଲା ଥିବା ସେମାନେ ସେମାନଙ୍କ ଦାଖଲ ସତ୍ୟପାଠରେ ଉଲ୍ଲେଖ କରିଥିଲେ । ଆଜି ପ୍ରକାଶିତ ଏଡିଆର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଦିଲ୍ଲୀର ଆସୋସିଏସନ ଅଫ୍‌ ଡେମୋକ୍ରାଟିକ ରିଫର୍ମ (ADR) ଓ ନ୍ୟାସନାଲ ଇଲେକ୍ସନ୍‌ ଓ୍ବାଚ୍‌ ମିଳିତ ଭାବେ ପ୍ରକାଶ କରିଥିବା ଏହି ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ଯେ, ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋଟ ୧୦୭ ଜନପ୍ରତିନିଧି ଏହି ମାମଲାର ପରିସରଭୁକ୍ତ ଅଛନ୍ତି ।

ଗତ ନିର୍ବାଚନରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ମୋଟ 4,768 ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ରରେ ଦାଖଲ କରିଥିବା ତଥ୍ୟକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏହି ଅଧ୍ୟୟନ ମଧ୍ୟରେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ନିର୍ବାଚନରେ ପରାସ୍ତ ହୋଇଥିବା ପ୍ରାର୍ଥୀ ମଧ୍ୟ ରହିଛନ୍ତି । ତେବେ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ମୋଟ ୧୦୭ ଜଣ ଏପରି ମାମଲାରେ ରହିଛନ୍ତି । ସର୍ବାଧିକ ସଂଖ୍ୟା ଭାରତୀୟ ଜନତା ପାର୍ଟିର ନେତାଙ୍କର ରହିଛି । ଏମାନଙ୍କ ମଧ୍ୟରେ ମୋଟ ୩୩ ସାଂସଦ ଓ ୭୪ ବିଧାୟକ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Assam: ବାଲ୍ୟବିବାହ ନିରୋଧୀ ଡ୍ରାଇଭ୍‌ ଜାରି, ଗୋଟିଏ ଦିନରେ ୧ ହଜାରରୁ ଅଧିକ ଗିରଫ

ରାଜ୍ୟଓ୍ବାରୀ ଦେଖିବାକୁ ଗଲେ, ଉତ୍ତର ପ୍ରଦେଶ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ରାଜ୍ୟରେ ୭ ସାଂସଦ ଓ ୬ ବିଧାୟକଙ୍କ ନାମରେ ଏହି ମାମଲା ରହିଛି । ଦ୍ବିତୀୟ ସ୍ଥାନ ସହ ବିହାରରେ ୧୨ ଜଣ ଦାଗି ନେତା ରହିଛନ୍ତି । ସେହିପରି ଦକ୍ଷିଣ ରାଜ୍ୟ ତାମିଲନାଡୁ ଓ ତେଲେଙ୍ଗାନାରେ ୯ଜଣ ଲେଖାଏଁ ହେଟସ୍ପିଚ ମାମଲାର ଦାଗି ନେତା ରହିଛନ୍ତି । ସେହିପରି ଦକ୍ଷିଣତମ ରାଜ୍ୟ କେରଳରେ ମାତ୍ର ଜଣେ ସାଂସଦଙ୍କ ନାମରେ ଏହି ମାମଲା ରହିଥିବା ତଥ୍ୟ କହୁଛି । କେରଳ ଏହି ରିପୋର୍ଟରେ ଶେଷରେ ରହିଛି ।

ଦଳ ଗତ ଭାବେ ଦେଖିଲେ ଭାରତୀୟ ଜନତା ପାର୍ଟିର ୪୨ ବିଧାୟକ ଓ ସାଂସଦଙ୍କ ନାମରେ ଏହି ମାମଲା ରହିଛି । ଦ୍ବିତୀୟ ତଥା ମୁଖ୍ୟ ବିରୋଧୀ ଦଳ କଂଗ୍ରେସରେ ୧୫ଦାଗି ନେତା ରହିଛନ୍ତି । ସେହିପରି ଉଭୟ ଜାତୀୟ ଦଳ ବ୍ୟତୀତ ଦୁଇଟି ରାଜ୍ୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟିର ୭ଜଣ ସଦସ୍ୟଙ୍କ ନାମର ଏହି ମାମଲା ରହିଛି । ତାମିଲନାଡୁରେ ଶାସନରେ ଥିବା DMK, ଆନ୍ଧ୍ରର YSR କଂଗ୍ରେସ ଓ ସାମଜବାଦୀ ପାର୍ଟି ନିକଟରେ ୫ ଜଣ ଲେଖାଏଁ ଦାଗି ନେତା ରହିଛନ୍ତି । ବିହାରରେ ମେଣ୍ଟ ଶାସନରେ ଥିବା ଲାଲୁଙ୍କ ଦଳ ଆରଜେଡିର ୪ ଜଣଙ୍କ ନାମରେ ହେଟସ୍ପିଚ୍‌ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.