ETV Bharat / bharat

GST Collection: ଜୁଲାଇ ମାସରେ ଜିଏସଟି ରାଜସ୍ୱ ସଂଗ୍ରହ ଦ୍ବିତୀୟ ସର୍ବାଧିକ

author img

By

Published : Aug 1, 2022, 10:28 PM IST

Updated : Aug 1, 2022, 10:38 PM IST

GST Collection
GST Collection

ଜିଏସଟି ଲାଗୁ ହେବା ପରଠାରୁ ଗତ ଜୁଲାଇ ମାସରେ ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ (GST Collection) ହୋଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ସରକାର ଖୁସି ବ୍ୟକ୍ତ କରିବା ସହ ଅଭିବୃଦ୍ଧି ସ୍ଥିର ରହିଥିବା ଆକଳନ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ବସ୍ତୁ ଓ ସେବା କର (Goods and Service Tax) ରାଜସ୍ବ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି (Central Goods and Service Tax) ର ପରିମାଣ ୨୫ ହଜାର ୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି (State Goods and Services Tax ) ପରିମାଣ ୩୨ ହଜାର ୮୦୭ କୋଟି ଟଙ୍କା ରହିଛି । ଆଇଜିଏସଟି ସଂଗ୍ରହ ପରିମାଣ ୭୯ ହଜାର ୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧ ହଜାର ୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦ ହଜାର ୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି । ଜିଏସଟି (This is second highest revenue since introduction of GST) ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଛି ।

ସେପଟେ ସରକାର ସିଜିଏସଟି ବାବଦରେ ୩୨ ହଜାର ୩୬୫ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୬ ହଜାର ୭୭୪ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ କରିବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ଏବଂ ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ସିଜିଏସଟି ପାଇଁ ୫୮ ହଜାର ୧୧୬ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୯ ହଜାର ୫୮୧ କୋଟି ଟଙ୍କା ରହିଛି ।

ସେହିଭଳି ଗତବର୍ଷ ଜୁଲାଇ ମାସରେ ୧ ଲକ୍ଷ ୧୬ ହଜାର ୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ ଜୁଲାଇ ୨୦୨୨ ରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି । ଏହି ମାସରେ, ବସ୍ତୁ ଆମଦାନୀରୁ ସଂଗୃହିତ ଜିଏସଟି ଗତବର୍ଷ ସମାନ ମାସ ତୁଳନାରେ ୪୮% ଅଧିକ ରହିଛି । ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ବ ପୂର୍ବବର୍ଷର ସମାନ ମାସ ତୁଳନାରେ ୨୨% ଅଧିକ ରହିଛି ।

ଲଗାତାର ପାଞ୍ଚ ମାସ ଧରି, ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ଯାହାକି ପ୍ରତିମାସରେ ଜିଏସଟି ସଂଗ୍ରହରେ ସ୍ଥିର ଅଭିବୃଦ୍ଧିକୁ ସୂଚାଉଛି । ଜୁଲାଇ ୨୦୨୨ରେ ଜିଏସଟି ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୩୫% ଅଧିକ ରହିଛି । ଏହା ଅଭିବୃଦ୍ଧିର ସଙ୍କେତ ଦେଉଛି । ଉନ୍ନତ ଅନୁପାଳନ ସୁନିଶ୍ଚିତ କରିବା ଲାଗି ଅତୀତରେ ଜିଏସଟି ପରିଷଦ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସ୍ପଷ୍ଟ ପ୍ରଭାବ ରାଜସ୍ବ ସଂଗ୍ରହରେ ଦେଖିବାକୁ ମିଳିଛି । ଜୁନ ୨୦୨୨ ରେ ୭.୪୫ କୋଟି ଇ-ୱେବିଲ ପ୍ରସ୍ତୁତ ହୋଇଥିଲା ଯାହାକି ମେ ୨୦୨୨ରେ ପ୍ରସ୍ତୁତ ୭.୩୬ କୋଟି ଇ-ୱେବିଲ ତୁଳନାରେ ଅଧିକ ।

ଅନ୍ୟପଟେ ଜୁଲାଇ ୨୦୨୨ ରେ ଓଡିଶାରୁ ୩ ହଜାର ୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି । ଯାହା ଜୁଲାଇ ୨୦୨୧ ରେ ସଂଗୃହିତ ଜିଏସଟି ରାଜସ୍ବ ୩ ହଜାର ୬୧୫ କୋଟି ଟଙ୍କା ତୁଳନାରେ ୧ ପ୍ରତିଶତ ଅଧିକ ।

Last Updated :Aug 1, 2022, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.