ବାଳୁଙ୍ଗାବନ୍ଦୀ ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇଜଣ ଶିଶୁ କନ୍ୟା ମୃତ

By ETV Bharat Odisha Team

Published : Mar 16, 2024, 9:58 PM IST

thumbnail

Minor girls drown in Pond: ଯାଜପୁର: ଜିଲ୍ଲା ବାଳୁଙ୍ଗାବନ୍ଦୀ ଗାଁରେ ଅଘଟଣ । ପୋଖରୀରେ ବୁଡି ଦୁଇଜଣ ଶିଶୁ କନ୍ୟା ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ରୋଡ଼ ଥାନା ବାଳୁଙ୍ଗାବନ୍ଦୀ ଗାଁରେ । ଉଭୟ ଶିଶୁ ଖେଳିବା ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ଦୀର୍ଘ ସମୟ ଧରି ପରିବାର ଲୋକେ ଖୋଜାଖୋଜି କରିବା ପରେ ଉଭଙ୍କୁ ପୋଖରୀରୁ ଉଦ୍ଧାର କରି ହସ୍ପିଟାଲେ ଭର୍ତ୍ତି କରିଥିଲେ । ସେପଟେ ଘଟଣା ସ୍ଥଳରେ ପୋଲିସ ହପଞ୍ଚି ତଦନ୍ତ ଆରମ୍ଭ କରିଛି ।         

ସୂଚନାଯୋଗ୍ୟ ବାଳୁଙ୍ଗାବନ୍ଦୀ ଗାଁର ଦୁଇଜଣ ଶିଶୁ କନ୍ୟା ଖେଳିବାକୁ ଯାଇ ଦୀର୍ଘ ସମୟ ଧରି ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ପୋଖରୀରୁ ଉଭୟ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ଦାନଗଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇଜଣ ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁଇଜଣ ମୃତ ଶିଶୁ କନ୍ୟା ୪ ରୁ ୫ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ତେବେ ମୃତ ଶିଶୁ କନ୍ୟା ଦୁଇଜଣ ରଞ୍ଜନ ନାୟକ ଓ ଅର୍ଜୁନ ମୁଣ୍ଡାଙ୍କ ଝିଅ ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.