ଡାହୁକ ବୋଲିରେ ଆଗକୁ ଗଡେ ରୁକୁଣା ରଥ, ବେକରେ ମାଳା ହାତରେ ବେତ ଧରିଲେ ଶକ୍ତି ମିଳେ - Rukuna ratha yatra 2024

By ETV Bharat Odisha Team

Published : Apr 17, 2024, 11:13 AM IST

thumbnail

Rukuna ratha Yatra: ଭୁବନେଶ୍ୱର: ମହାଆଡମ୍ବର ସହ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା  । ମହାପ୍ରଭୁ ଲିଙ୍ଗରାଜ ନିଜ ଭଉଣୀ ରୁକୁଣା ଓ ଦୋଳଗୋବିନ୍ଦଙ୍କ ସହ ରାମେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି । ଅଣଲେଉଟା ଏହି ରୁକୁଣା ରଥକୁ ଟାଣିଛନ୍ତି ଅଗଣତି ଭକ୍ତ । ହେଲେ ରଥର ଚକ ଆଗକୁ ଗଡିବା ପୂର୍ବରୁ ରଥ ଉପରେ ଡାକ ଦିଅନ୍ତି ଡାହୁକ । ଯାହାଙ୍କ ବୋଲି ପଡିଲେ ରଥକୁ ଟାଣିଥାନ୍ତି ଭକ୍ତ । ତେବେ ରୁକୁଣା ରଥର ଡାହୁକ ବିଭୁତି ଭୁଷଣ ଖୁଣ୍ଟିଆଙ୍କ ସହ ଈଟିଭି ଭାରତ ପ୍ରତିନିଧି ସ୍ୱତନ୍ତ୍ର ସାକ୍ଷାତକାର କରିଛନ୍ତି । ରୁକୁଣା ରଥାଯାତ୍ରାକୁ ନେଇ ବିଭୁତି ଖୁଣ୍ଟିଆ କହିଛନ୍ତି, "ଏହା ଏକ ବଂଶାନୁକ୍ରମିକ ପାରମ୍ପରିକ ସେବା । ଆଗରୁ ବାପା ନୃସିଂହ ଖୁଣ୍ଟିଆ କରିଥିଲେ । ୨୦୧୬ରୁ ସେ ଏହି କାର୍ଯ୍ୟ କରୁଆସୁଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ସେବା କରିବା, ରୁକୁଣା ରଥରେ ଡାହୁକ ହୋଇ ରଥ ଚଳାଇବା ଏକ ଅନ୍ୟନ୍ୟ ପରମ୍ପରା । ଯାହାକୁ ସେ ମହାପ୍ରଭୁଙ୍କ କୃପାରୁ କରିଚାଲିଛନ୍ତି ।" 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.