ଗଣତନ୍ତ୍ର ଦିବସ ୨୦୨୪; ୱାଘା ବର୍ଡରରେ ଦେଶପ୍ରେମରେ ଭିଜିଲେ ଭାରତୀୟ

By ETV Bharat Odisha Team

Published : Jan 26, 2024, 9:59 PM IST

thumbnail

Beating retreat ceremony: ଚଣ୍ଡିଗଡ଼: ୭୫ତମ ଗଣତନ୍ତ୍ର ଦିବସ ଅବସରରେ ପଞ୍ଜାମ ଅମୃତସର ସ୍ଥିତ ଅଟାରୀ-ୱାଘା ବର୍ଡରରେ ଆୟୋଜିତ ହୋଇଛି ବିଟିଂ ରିଟ୍ରିଟ ସମାରୋହ । ଦେଶାତ୍ମବୋଧକ ସଂଗୀତର ଧ୍ବନିରେ ଦେଶପ୍ରେମରେ ଭିଜିଛନ୍ତି ଭାରତୀୟ । ବିଟିଂ ରିଟ୍ରିଟ ସମାରୋହ ଗଣତନ୍ତ୍ର ଦିବସ ୨୦୨୪ ଶେଷକୁ ଚିହ୍ନିତ କରିଛି । ଭାରତ-ପାକିସ୍ତାନର ଅନ୍ତର୍ଜାତୀୟ ସୀମାରେ ରିଟ୍ରିଟ ସମାରୋହ ଧ୍ବଜାବତରଣର ପ୍ରତୀକ । ଭାରତ ଓ ପାକିସ୍ତାନ ଉଭୟ ଦେଶ ସୂର୍ଯ୍ୟାସ୍ତ ପୂର୍ବରୁ ନିଜ ନିଜ ଦେଶର ରାଷ୍ଟ୍ରୀୟ ପତାକାର ଅବତରଣ କରିଥାନ୍ତି । ଆମ ଦେଶ ଭାରତ ସ୍ବାଧୀନତା ପାଇବା ପରଠାରୁ ଏହି ସୀମାରେ ବିଟିଂ ଦ ରିଟ୍ରିଟ ବା ଧ୍ବଜାବତରଣ ସମାରୋହର ଆୟୋଜନ ହୋଇଆସୁଛି । ଏହି ଅବସରରେ ସୀମାରେ ଉପସ୍ଥିତ ଯବାନମାନେ ବିଭିନ୍ନ ରଣକୌଶଳ ପ୍ରଦରର୍ଶନ କରିଥିଲେ । ଯାହାର ଦୃଶ୍ୟ ବେଶ ମନୋରମ ଥିବା ବେଳେ ଭାରତୀୟଙ୍କ ହୃଦୟରେ ଭରିଥିଲା ଉତ୍ସାହ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.