'ପୋଲିସ ଏକ ସୁରକ୍ଷା ବାହିନୀ ନୁହେଁ, ସାଧାରଣ ଲୋକଙ୍କ ପାଇଁ ସଶସ୍ତ୍ର ପ୍ରହରୀ' - Formation Day Of Odisha Police

By ETV Bharat Odisha Team

Published : Apr 1, 2024, 5:22 PM IST

thumbnail

Formation Day Of Odisha Police: କେନ୍ଦୁଝର: ଜିଲ୍ଲାରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ  । କେନ୍ଦୁଝରର ପୋଲିସ ରିଜର୍ଭ ପଡିଆ ଠାରେ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସମ୍ମିଳିତ ପ୍ୟାରେଡକୁ ଅଭିବାଦନ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ । ସକାଳୁ ରିଜର୍ଭ ପଡ଼ିଆରେ ପୋଲିସ ବିଭାଗର ତିନୋଟିରୁ ଉର୍ଦ୍ଧ୍ବ ଦଳ ପକ୍ଷରୁ ଏକ ସମ୍ମିଳିତ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏହାକୁ ଆହୁରି ରୁଦ୍ଧିମନ୍ତ କରିଥିଲା ପୋଲିସର ବ୍ୟାଣ୍ଡ ପାର୍ଟି । ଆଜିର ଏହି ଅବସରରେ ଏସପି ନୀତିନ କୁଶଳକର ଏହି ପ୍ୟାରେଡକୁ ଅଭିବାଦନ କରି ପୋଲିସ କେବଳ ଏକ ସୁରକ୍ଷା ବାହିନୀ ନୁହେଁ, ଏହା ସାଧାରଣ ଲୋକଙ୍କ ପାଇଁ ସଶସ୍ତ୍ର ପ୍ରହରୀ ବୋଲି କହିଥିଲେ ।   

ସେହିପରି ପୋଲିସ ଅପରାଧୀ ପାଇଁ କଡ଼ା ମନୋଭାବ ରଖିଥିଲେ ମଧ୍ୟ ସାଧାରଣ ଲୋକଙ୍କ କମୋଳ ମନୋଭାବ ପୋଷଣ ପାଇଁ ଆହ୍ବାନ ଦେଇଥିଲେ ଏସପି । ଏହି ଅବସରରେ ଜିଲ୍ଲାରେ ପୋଲିସ ସେବା କ୍ଷେତ୍ରରେ ଉଲ୍ଲଖେନୀୟ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କୃତ କର୍ମଚାରୀଙ୍କ ଭିତରେ ଶ୍ରେଷ୍ଠ ଏସଆଇ ଭାବେ ବଳିଆ ବାରିକ, ଶ୍ରେଷ୍ଠ ଏଏସଆଇ ଭାବେ ଯୋସ୍ନାରାଣୀ ପାତ୍ର, ଶ୍ରେଷ୍ଠ ହାବିଲଦାର ଭାବେ ସୁଧାଂଶୁ ସେଖର ସାହୁ , ଶ୍ରେଷ୍ଠ ଏପି ଆର କନେଷ୍ଟବଳ ଭାବେ ପିତାମ୍ବର ଜେନା, ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ଭାବେ ସୀତା ଆଚାର୍ଯ୍ୟ ଏବଂ ଶ୍ରେଷ୍ଠ ଓପିଆର କନେଷ୍ଟବଳ ଭାବେ ମୋହନ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ସଦର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତିଙ୍କ ସହ ବହୁ ଜିଲ୍ଲାସ୍ତରୀୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.