ଓଡିଶା ପୋଲିସର 89ତମ ପ୍ରତିଷ୍ଠା ଦିବସ: ଡିଜିପି କହିଲେ ସତ୍ୟ, ନ୍ୟାୟ ଓ ସେବା ଉପରେ ରହିବ ଫୋକସ - Formation Day Of Odisha Police

By ETV Bharat Odisha Team

Published : Apr 1, 2024, 3:50 PM IST

thumbnail

Formation Day Of Odisha Police: କଟକ: ଓଡି଼ଶା ପୋଲିସ ପାଳିଲା ପ୍ରତିଷ୍ଠା ଦିବସ। 1936 ମସିହାରେ ଗଠନ ହୋଇଥିଲା 'ଓଡି଼ଶା ପୋଲିସ'। 4 ହଜାର ଷ୍ଟାଫରୁ ଆଜି 72 ହଜାର ଷ୍ଟାଫରେ ପହଞ୍ଚିଛି ଓଡି଼ଶା ପୋଲିସ। ସବୁ ଦିଗରେ ଆଜି ଓଡି଼ଶା ପୋଲିସ ଏକ ଉଦାହରଣ ସୃଷ୍ଟି କରିଛି। ଆଇନ ଶୃଙ୍ଖଳା , ମାଓ ଦମନ  ଓ ଅନ୍ୟନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପୋଲିସ ଅନେକ ମାତ୍ରାରେ ସଫଳତା ହାସଲ କରିଛି। ସମୟ ପରିବର୍ତ୍ତନ ସହ ଦକ୍ଷତାରେ ମଧ୍ୟ ଉନ୍ନତି ହୋଇଛି । "ଅପରାଧର ସଂଜ୍ଞା ବଦଳିଛି। ଯାହା ଆମ ପାଇଁ ବଡ଼ ଆହ୍ୱାନ" ବୋଲି କହିଛନ୍ତି ପୋଲସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ। ସତ୍ୟ, ନ୍ୟାୟ ଓ ସେବାର ପ୍ରତୀକ ଥିବା ଓଡି଼ଶା ପୋଲିସ ସର୍ବଦା ଏହା ଉପରେ କାର୍ଯ୍ୟ କରିବ ବୋଲି କହିଛନ୍ତି ଡିଜି।

ଏହା ମଧ୍ୟ ପଢନ୍ତୁ...ବାଲୁକା ଚିତ୍ର କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - Utkal Divas 2024

ଏହାସହ ପରିବର୍ତ୍ତିତ ପରିସ୍ଥିତିରେ ପୋଲିସର ଦାୟିତ୍ୱ ବଢିଛି। ତେଣୁ ଲୋକଙ୍କ ଆସ୍ଥା ଭାଜନ ହେବା ସହ ସେମାନଙ୍କ ସମସ୍ୟା ଶୁଣିବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି। ଆଜି ଓଡି଼ଶା ପୋଲିସର 89 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହା କହିଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ। ଏହି ଉତ୍ସବ ଅବସରରେ କଟକ ସ୍ଥିତ ଷଷ୍ଠ ବାଟାଲିୟନ ପଡି଼ଆ ପରିସରରେ ଏକ ରାଜ୍ୟସ୍ତରୀୟ ପରେଡ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଡିଜିପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହାସହ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୃତି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। 
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.