ଦୋଳ ପୂର୍ଣ୍ଣିମାରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - Mangala Alati

By ETV Bharat Odisha Team

Published : Mar 25, 2024, 6:47 AM IST

thumbnail

Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଅନାଥର ନାଥ ସେ ଦୁଃଖୀର ଦିନବନ୍ଧୁ। ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । କୋଟି ଓଡ଼ିଆଙ୍କ ମଉଡମଣୀ ଜଗା । ତାଙ୍କର ଦର୍ଶନ ମାତ୍ରକେ ଅପାର କରୁଣା ପ୍ରାପ୍ତ କରେ ଭକ୍ତ । ଚକା ଆଖିରେ ଆଖି ମିଶାଇ ଦେଇ ଭାଭ ବିହ୍ବଳ ହୋଇପଡେ ଭକ୍ତ । ପ୍ରତିଦିନ ସକାଳ ହେଉ ଅବା ସନ୍ଧ୍ୟା କାଳିଆର ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଜମେ ଲକ୍ଷାଧିକ ଭକ୍ତଙ୍କ ଭିଡ । ମହାପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ପୁରୀକୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜାପଣ୍ଡା । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜାପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋପଚାର କରି ଆଳତୀ କରିଥିଲେ । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.