ପତିତପାବନଙ୍କ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ

By ETV Bharat Odisha Team

Published : Mar 21, 2024, 6:36 AM IST

thumbnail

Mangala Alati: ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । କୋଟି ଓଡ଼ିଆଙ୍କ ମଉଡମଣୀ, ଅନାଥର ନାଥ ଶ୍ରୀଜଗନ୍ନାଥ । ଦୁଃଖୀର ଦିନବନ୍ଧୁ, ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର ।  ତାଙ୍କୁ ଟିକିଏ ଦର୍ଶନ କରିବାକୁ ଆକୁଳ ଭକ୍ତର ମନ । ଚକା ଆଖିରେ ଆଖି ମିଶାଇ ଦେଇ ସବୁ ଦୁଃଖ ଯନ୍ତ୍ରଣା ପାଶୋରି ଯାଏ ଭକ୍ତଟିଏ । ସେଥିପାଇଁ ତ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଜମେ ବଡଦେଉଳେ । ମହାପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ପୁରୀକୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ଆଳତୀ ହୋଇଛି । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା ।  ପରେ ରୀତିନୀତି ଅନୁସାରେ ପୂଜାପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋପଚାରଣ କରି ଆଳତୀ କରିଥିଲେ । ଏହି ଆଳତୀ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.