ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - Mangala Alati

By ETV Bharat Odisha Team

Published : Apr 5, 2024, 6:41 AM IST

thumbnail

Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର ନାଥ ଜଗନ୍ନାଥ  । ବିଶ୍ବନିୟନ୍ତା କଳା ସାଆନ୍ତେ  । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ଲୀଳାମୟ ଠାକୁରଙ୍କ ଲୀଳା ଅପାର  । ତାଙ୍କର ଦୟା ହେଲେ ଦୁବ ହୁଏ ଦାରୁ, ପଙ୍ଗୁ ଲଙ୍ଘେ ଗିରି  । କୋଟି ଓଡିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମେ ନୀଳାଚଳରେ  । ସାତ ଦରିଆ ତେର ନଈ ଡେଇଁ ଶ୍ରୀକ୍ଷେତ୍ରକୁ ଟାଣି ହୋଇଆସନ୍ତି ଭକ୍ତ । ପ୍ରତିଦିନ ଭୋରରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଦ୍ବାର ଫିଟା ନୀତି ସହ ମଙ୍ଗଳ ଆଳତୀ କରାଯାଏ  । ସବୁଦିନ ଭଳି ଆଜି ସକାଳୁ ମଧ୍ୟ ପୂଜାପଣ୍ଡା ଓ ସେବାୟତମାନେ ପ୍ରଭୁ ପତିତପାବନଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ପ୍ରଥମେ ଦ୍ବାରଫିଟା ନୀତି ପରେ ପୂଜାପଣ୍ଡା ହାତରେ ଦୀପ, ଘଣ୍ଟାଘଣ୍ଟି ମନ୍ତ୍ରୋପଚାରଣ ସହ ଆଳତୀ କରିଛନ୍ତି  । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ  । ସକାଳୁ ସକାଳୁ ଏହି ଦିବ୍ୟ ଆଳତୀ ଦର୍ଶନ କଲେ ସାରା ଦିନ ମଙ୍ଗଳମୟ ହୋଇଥାଏ  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.