ଖଡ଼ିଆଳ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ହେଲେ ହିତେଶ କୁମାର ବଗର୍ତ୍ତି - Khariar Assembly Constituency

By ETV Bharat Odisha Team

Published : Apr 2, 2024, 10:12 PM IST

thumbnail

Khariar Assembly Constituency ନୂଆପଡ଼ା: ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି । ତବେ ହିତେଶ ଟିକେଟ ପାଇବା ପରେ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ଖୁସିର ମାହୋଲ ଦେଖାଦେଇଛି । ସେପଟେ ଦଳୀୟ ଟିକେଟ ପାଇଥିବାରୁ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ସମସ୍ତ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ହିତେଶ ।

ତେବେ ବିଜେପିରୁ ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖି  ହିତେଶ କୁମାର ବଗର୍ତ୍ତି କହିଛନ୍ତି, "ନିଜ ନିର୍ବାଚନ ମଣ୍ଡଳୀରେ କଠୋର ପରିଶ୍ରମ କରି ଲୋକଙ୍କ ପାଇଁ କାମ କରିଥିଲି । ଆଗକୁ ଆହୁରି କାମ କରିବା ବାକି ରହିଛି । ନୂଆପଡା ଏକ କୃଷି ପ୍ରବଣ ଜିଲ୍ଲା । ଏଠାର 80 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚାଷୀଙ୍କ ଅନେକ ସମସ୍ୟା ରହିଛି ।  24 ବର୍ଷର ନବୀନ ସରକାର କେବଳ ଚାଷୀଙ୍କ କଥା କହୁଛି କିନ୍ତୁ କାମ କରୁନାହିଁ । ଭାରତୀୟ ଜନତା ପାର୍ଟୀ ରାଜ୍ୟରେ ସରକାର ଗଠନ କଲେ ଧାନର ଏମଏସପି ମୂଲ୍ୟ ସର୍ବନିମ୍ନ କୁଇଣ୍ଟାଲ ପ୍ରତି 3100 ଟଙ୍କା କରିବ । ନୂଆପଡା ଏକ ଦାଦନ ପ୍ରବଣ ଜିଲ୍ଲା । ଏଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କାମ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ରାଜ୍ୟ ବାହାରେ ଶୋଷଣର ଶିକାର ହେଉଛନ୍ତି । ତାହା ଯେମିତି ରୋକା ଯାଇପାରିବ ଏବଂ ନିଜ ଅଞ୍ଚଳରେ ଶ୍ରମିକମାନେ କାମ କରିବେ ଏଦିଗରେ ଦୃଷ୍ଟି ଦେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାଣି ଆଦି ଲୋକଙ୍କ ମୌଳିକ ଅଧିକାର ଉପରେ ଗୁରୁତ୍ୱ ଦିଆଯିବ ।" 

ଏହା ମଧ୍ୟ ପଢ଼ନ୍ତୁ...ମାଳମାଳ ଦୁର୍ନୀତିରେ ବୁଡି ରହିଛି ପାଟକୁରା, ଅଭିଯୋଗ ଆଣିଲେ ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର - Tejeswar Parida Targets BJD

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନହିତକର ଯୋଜନା ଲାଭ ପାଇଛନ୍ତି ଲୋକେ । ଏହିସବୁ ସଫଳ ଯୋଜନାକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରିବେ ବୋଲି ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି । ଦଳୀୟ ଟିକେଟ ପାଇବା ପରେ ଆଜି ଖଡ଼ିଆଳ ଠାରେ ଦଳୀୟ ନେତା କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି ।
 

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.