ମାଳମାଳ ଦୁର୍ନୀତିରେ ବୁଡି ରହିଛି ପାଟକୁରା, ଅଭିଯୋଗ ଆଣିଲେ ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର - Tejeswar Parida Targets BJD

By ETV Bharat Odisha Team

Published : Apr 2, 2024, 7:56 PM IST

thumbnail

Tejeswar Parida Targets BJD କେନ୍ଦ୍ରାପଡ଼ା: ରାଜ୍ୟ ବିଜେପି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ 112ଟି ନିର୍ବାଚନ ମଣ୍ଡଳୀ ପାଇଁ ଯୋଦ୍ଧାଙ୍କ ନାମ ଘୋଷଣା କରିଛି ବିଜେପି । କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ 3ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଦଳ । ପାଟକୁରା, ଆଳି ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ରାଜନଗର ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । 

ତେବେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ତେଜେଶ୍ୱର ପରିଡା । ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବରେ ତେଜେଶ୍ୱରଙ୍କ ନାମ ଘୋଷଣା ପରେ ସିଧାସଳଖ ରଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ତେଜେଶ୍ୱର । ରାଜ୍ୟ ସରକାର ପାଟକୁରା ପ୍ରତି କରିଥିବା ଅବିଚାରର କ୍ଷୋଭ ଏହି ନିର୍ବାଚନରେ ଦେଖିବାକୁ ମିଳିବ ବୋଲି କହିଛନ୍ତି । ସେହିପରି ଏକ ନିର୍ଦ୍ଦିଷ୍ଟ ପରିବାର ପାଟକୁରାରେ ଦୀର୍ଘ ବର୍ଷ ଧରି ରାଜନୀତି କରିଆସୁଛନ୍ତି । ରାଜ୍ୟ ସରକାର ପରିବାର ବଂଶବାଦ ଉପରେ ଭରଷା କରିଥିବା ବେଳେ ଏଥର ପାଟକୁରା ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ଉଚିତ ଜବାବ ଦେବେ । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲା ଓ ପାଟକୁରା ଉପନିର୍ବାଚନରେ ପାଟକୁରା ନିର୍ବାଚନ ମଣ୍ଡଳୀ ଦାୟିତ୍ବ ନେଇଥିବା କହିଥିବା ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଓ ପାଟକୁରା ନିର୍ବାଚନ ମଣ୍ଡଳୀର ଦାୟିତ୍ବ କିପରି ନେଇଛନ୍ତି ତାହା ସମସ୍ତଙ୍କୁ ଊଣା ଅଧିକ ଜଣା ବୋଲି କହି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ତେଜେଶ୍ୱର ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.