ବିଶ୍ବ ଦେଖିଲା ଭାରତର ବୀରତ୍ବ ଓ ପରାକ୍ରମ, କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଫ୍ରାନ୍ସ ରେଜିମେଣ୍ଟ

By ETV Bharat Odisha Team

Published : Jan 26, 2024, 3:42 PM IST

thumbnail

75th Republic Day: ନୂଆଦିଲ୍ଲୀ: ଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳିତ ହୋଇୟାଇଛି 75 ତମ ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛି । ପତାକା ଉତ୍ତୋଳନ ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ବିଶ୍ବ ଦେଖିଲା ଭାରତର ଶୌର୍ଯ୍ୟ, ବୀରତ୍ବ ଓ ପରାକ୍ରମ । ଚଳିତ ବର୍ଷ ଫ୍ରାନ୍ସରୁ ଆସିଥିବା ରେଜିମେଣ୍ଟ ପରେଡରେ ଭାଗ ନେଇଥିଲା । କର୍ତ୍ତବ୍ୟ ପଥରେ ଫ୍ରାନ୍ସ ସେନାର ସଙ୍ଗୀତ ବ୍ୟାଣ୍ଡରେ 30 ଜଣ ସଙ୍ଗୀତକାର ଓ ଦ୍ବିତୀୟ ଇନଫେଣ୍ଟ୍ରି ରେଜିମେଣ୍ଟରେ ଫ୍ରାନ୍ସର ମାର୍ଚ୍ଚି ଦଳ ଭାଗ ନେଇଥିଲେ । ମ୍ୟୁଜିକ ବ୍ୟାଣ୍ଡ ସହ କୌଶଳ ପ୍ରଦର୍ଶନ କରିଥିଲେ ଫ୍ରାନ୍ସ ସେନା ଗ୍ରୁପ । ଏହା ଭାରତ-ଫ୍ରାନ୍ସ ଦ୍ବିପାଖିକ ସୁମ୍ପର୍କକୁ ପ୍ରମାଣିତ କରିଛି । ଚଳିତ ଥର ଗଣତନ୍ତ୍ର ଦିବସରେ  ମୁଖ୍ୟ ଅତିଥି ଭାବେ  ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସାମିଲ ହୋଇଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.