ନିମାପଡ଼ାରେ ଦିଲ୍ଲୀପଙ୍କୁ ବିଜେଡି ଟିକେଟ୍, ମିଠା ଖୁଆଇ ଖୁସି ମନାଇଲେ ସମର୍ଥକ - Nimapada Assembly Constituency

By ETV Bharat Odisha Team

Published : Apr 17, 2024, 10:25 PM IST

thumbnail

ନିମାପଡ଼ା: ନିମାପଡ଼ା ବିଧାନସଭା ଆସନ ପାଇଁ  ବିଜେଡି ଟିକେଟ୍ ଘୋଷଣା କରିଛି । ଚଳିତ ଥର ବିଜେଡି ଦିଲ୍ଲୀପ ନାୟକଙ୍କୁ ଟିକେଟ ପ୍ରଦାନ କରିଛି । ଦିଲ୍ଲୀପଙ୍କୁ ଟିକେଟ୍ ଘୋଷଣା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖା ଦେଇଛି । ଦିଲ୍ଲୀପଙ୍କ ନିମାପଡ଼ା ସ୍ଥିତ କାର୍ଯ୍ୟାଳୟରେ ମିଠା ଖାଇ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ସମର୍ଥକ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ନିମାପଡ଼ାରେ ବିଜେଡ଼ି ଏକତରଫା ନିର୍ବାଚନ ଲଢ଼ିବ ବୋଲି ଦିଲ୍ଲୀପ କହିଛନ୍ତି । ନିମାପଡ଼ାରେ ବିଜେଡି ଭାରତୀୟ ଟିମ ହୋଇଥିଲା ବେଳେ ବିଜେପି ଓ କଂଗ୍ରେସ ଶ୍ରୀଲଙ୍କା ଓ ଜିମ୍ବାଓଏ ଟିମ ବୋଲି କହିଛନ୍ତି  ଦିଲ୍ଲୀପ । ଅନ୍ୟପଟେ ସମୀର ନିର୍ବାଚନ ତାଙ୍କୁ ସହଯୋଗ କରିବେ ନା ନାହିଁ ତାହା ବୁଲାଇ ବଙ୍କେଇ ଉତ୍ତର ରଖି ନିମାପଡ଼ାରେ ବିଜେଡି ଏକ ତରଫା ନିର୍ବାଚନ ଜିତିବ ବୋଲି କହିଛନ୍ତି ।

କିଛି ଦିନ ଧରି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରୁ କିଏ ଟିକେଟ ପାଇବ ଛିଡ଼ି ପାରୁ ନ ଥିଲା ଅଙ୍କ । ବିଜେଡ଼ି ତାର ପଞ୍ଚମ ପର୍ଯ୍ୟାୟ ଟିକେଟ ଘୋଷଣା କରି ଆଜି ନିମାପଡ଼ା ରାସ୍ତା କ୍ଲିୟର କରିଛି  ।15 ଦିନ ତଳେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଦଳର ନବୀନ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ୍ ଦେଇଛନ୍ତି । ସେପଟେ ଲଗାତାର ତିନି ତିନି ଥର ବିଧାୟକ ହୋଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଟିକେଟ କଟିଛି । ସମୀରଙ୍କ ଟିକେଟ କଟିଥିବାରୁ ସମୀରଙ୍କ ସମର୍ଥକ ଅସନ୍ତୋଷ ଦେଖିବାକୁ ମିଳିଛି । ନିମାପଡ଼ା ବିଜେଡି ଟିକେଟ୍ ଦୌଡ଼ରେ ସମୀର ରଞ୍ଜନ ଦାଶ ,ରୋଜାଲିନ ନାୟକ, ସତ୍ୟବ୍ରତ ପାତ୍ର, ସୁବ୍ରତ ଛାଟୋଇ ପ୍ରମୁଖ ଟିକେଟ ଦାବିଦାର ଥିଲାବେଳେ ସମସ୍ତଙ୍କୁ ଚକିତ କଲାଭଳି ନିଷ୍ପତ୍ତି ନେଇଛନ୍ତି ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.