ବୁଥ ବିଜୟ ଅଭିଯାନ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କଲା ବିଜେପି - BJP CAMPAIGN IN BOUDH

By ETV Bharat Odisha Team

Published : Apr 16, 2024, 10:21 PM IST

thumbnail

BJP CAMPAIGN IN BOUDH: ବୌଦ୍ଧ: ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳକୁ ଟକ୍କର ଦେବାକୁ ବିଜେପି ଦଳ ପକ୍ଷରୁ ସମସ୍ତ ରଣକୌଶଳ ପ୍ରସ୍ତୁତ କରାଯାଇଛି । ଆଜି ବୌଦ୍ଧ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପି ପକ୍ଷରୁ ବୁଥ ବିଜୟ ଅଭିଯାନ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରାଯାଇଥିଲା । ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ମାନେ ନିଜ ନିଜ ସପକ୍ଷରେ ଜନମତ ବୃଦ୍ଧି ପାଇଁ ଡୋର ଟୁ ଡୋର କ୍ୟାମ୍ପେନ ଜାରି ରଖିଛନ୍ତି । ବୌଦ୍ଧ ନିର୍ବାଚନ ମଣ୍ଡଳୀର ଟାଣୁଆ ବିଜେଡି ନେତା ପ୍ରଦୀପ କୁମାର ଅମାତଙ୍କୁ ଚଳିତ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ଯୁବ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଖୁବ ମହଙ୍ଗା ସାବ୍ୟସ୍ତ ହେବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ... କମ୍ପିଲାଣି ପ୍ରଚାର ମୈଦାନ, ବୌଦ୍ଧ ଓ କଣ୍ଟାମାଳରେ ପ୍ରାର୍ଥୀଙ୍କ ଡୋର ଟୁ ଡୋର କ୍ୟାମ୍ପେନ - MLA Candidates Start Campaigning

ଏହାଛଡା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର ମଧ୍ୟ ସିଧାସଳଖ ଟକ୍କର ଦେବେ ବୋଲି ଆଶା କରାଯାଉଛି । ଆଜି ବୌଦ୍ଧ ଜିଲ୍ଲାର ନାଏକପଡା ହାଟପଦା ଠାରେ ବୈଦ୍ଧ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସ୍ତରୀୟ କାର୍ଯ୍ୟ କର୍ତ୍ତାଙ୍କୁ ନେଇ ବିଜେପି ପକ୍ଷରୁ ବୁଥ ବିଜୟ ଅଭିଯାନ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ସହିତ, ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ, ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ,ଯୁଗଳ ସାମଲ, ରାକେଶ ତ୍ରିପାଠୀ ତଥା ବହୁ ରାଜ୍ୟ ସ୍ତରୀୟ ନେତା ତଥା ଜିଲ୍ଲାର ବହୁ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.