ବଳଦେବଜିଉଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରଚାର ଆରମ୍ଭ କଲେ ମିନା ମାଝୀ - Keonjhar Assembly constituency

By ETV Bharat Odisha Team

Published : Apr 7, 2024, 9:22 PM IST

thumbnail

BJD MLA Candidate Meena Majhi: କେନ୍ଦୁଝର: ବିଜେଡିର ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ବିଧାନସଭା ଆସନ ପାଇଁ ଟିକେଟ ପାଇଛନ୍ତି ମିନା ମାଝୀ । ଏହି ଘୋଷଣା ପରେ ମିନା ମାଝୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ବି କେ ପାଣ୍ଡିଆନ୍, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଜି ସନ୍ଧ୍ୟାରେ ମିନା ମାଝୀ ପ୍ରଥମେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । ହଜାର ହଜାର କର୍ମୀଙ୍କ ଗ୍ରହଣରେ ପ୍ରଭୁ ବଳଦେବଜୀଉ ଦର୍ଶନ କରି ପ୍ରଥମେ ଆଶୀର୍ବାଦ ଭିକ୍ଷା କରିଥିଲେ ମିନା ମାଝୀ । ପରେ ପୁରୁଣା ସହରଠାରେ ଦଳର ବରିଷ୍ଠ ସଦସ୍ୟଙ୍କ ଗହଣରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ । ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଧାର କରି ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସେ ପ୍ରକାଶ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ ... ମା’ ବିରଜାଙ୍କ ଦର୍ଶନ କଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ଦାସ - LOKSABHA ELECTION 2024

ବିଜେପି ପ୍ରାର୍ଥୀ ମୋହନ ମାଝୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇବେ ବୋଲି ଦୃଢ଼ତା ସହ ପ୍ରକାଶ କରିଛନ୍ତି ମିନା ମାଝୀ । ନିର୍ବାଚନ ଜିତିବା ପରେ ଲୋକଙ୍କ ସୁଖଦୁଃଖ ର ସାଥି ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି ମିନା ମାଝୀ । ଏହି ନିର୍ବାଚନୀ ପ୍ରଚାର ସମୟରେ ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ବରିଷ୍ଠ ନେତା ଆଶିଷ ଚକ୍ରବର୍ତ୍ତୀ, ନଗର ସଭାପତିଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ । ପ୍ରକାଶ ଯେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀ ଭାବରେ ବିଜେଡିରୁ ଟିକେଟ ପାଇଥିବା ମୀନା ମାଝି ପୂର୍ବରୁ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ଥିଲେ । ବର୍ତ୍ତମାନ ବିଜେଡି ଦଳର ଉତ୍ତର ଓଡ଼ିଶାର ମହିଳା କାର୍ଯ୍ୟକାରୀ ସଭାପତି , ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଦସ୍ୟ ଓ ରାଜ୍ୟ ପରିଷଦର ସଦସ୍ୟା ଅଛନ୍ତି । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.