ଅନୁଗୋଳରେ ବିଜେଡି ଖେଳିଲା ମହିଳା କାର୍ଡ, ସଂଯୁକ୍ତା ହେଲେ ପ୍ରଥମ ବିଧାୟିକା ପ୍ରାର୍ଥିନୀ - Angul Assembly constituency

By ETV Bharat Odisha Team

Published : Apr 17, 2024, 10:32 PM IST

thumbnail

Angul Assembly Constituency ଅନୁଗୋଳ: ବହୁ ରାଜନୈତିକ ଅଙ୍କକଷା ପରେ ଅନୁଗୋଳ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ଅନୁଗୋଳ ବିଧାନସଭା କ୍ଷେତ୍ର ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ପତ୍ନୀଙ୍କୁ ଦଳ ଏଥର ପ୍ରାର୍ଥୀ କରଛି । ବିଗତ ରାଜନୈତିକ ହିସାବରୁ ଜଣାପଡ଼ିଛି ଯେ, ରଜନୀଙ୍କ ସ୍ତ୍ରୀ ସଂଯୁକ୍ତା ହେଉଛନ୍ତି ଏହି ବିଧାନସଭା ମଣ୍ଡଳୀ ପାଇଁ ପ୍ରଥମ ମହିଳା ପ୍ରାର୍ଥିନୀ । 

ଅନୁଗୋଳ ବିଧାନସଭା ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ବିଧାୟକ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କ ନାଁ ଘୋଷଣା କରିଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଅନୁଗୋଳରେ ମହିଳା କାର୍ଡ ଖେଳିଛନ୍ତି । ସଂଯୁକ୍ତାଙ୍କ ଉପରେ ଭରସା କରିଛନ୍ତି । ଟିକେଟ ଘୋଷଣା ପରେ ସଂଯୁକ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଏବଂ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ଉପରେ ରଖିଥିବା ଭରସା ଓ ବିଶ୍ୱାସକୁ ଅତୁଟ ରଖିବେ ବୋଲି କହିଛନ୍ତି । ସଂଯୁକ୍ତା ରାଜନୀତିରେ ନୂଆ ହେଲେ ବି ଏକ ରାଜନୈତିକ ପରିବାରର ବୋହୂ । କାରଣ ତାଙ୍କ ଶଶୁର ସ୍ବର୍ଗତ ଏପି ସିଂହ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଥିଲେ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.