କ୍ଷମତାରୁ ଯିବାର ଭୟ ବିଜେଡିକୁ ଘାରିଛି: ଲତା ଉସେଣ୍ଡି - Lata Usendi Target BJD

By ETV Bharat Odisha Team

Published : May 14, 2024, 8:31 PM IST

thumbnail
LATA USENDI TARGET BJD (ETV Bharat Odisha)

LATA USENDI TARGETS BJD: ଭୁବନେଶ୍ବର: ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, "ମୋଟ ୨୧ ଲୋକସଭା ମଧ୍ୟରୁ ୧୬ରୁ ଅଧିକ ଲୋକସଭା ଜିତିବୁ । ବିଧାନସଭାରେ ମଧ୍ୟ ସ୍ପଷ୍ଟ ବହୁମତ ବିଜେପି ସପକ୍ଷରେ ଯିବ।"

ଏହା ମଧ୍ୟ ପଢ଼ନ୍ତୁ.. ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ ପାଣିଗ୍ରାହୀ, ଗତକାଲି ସ୍ବାଧୀନ ପ୍ରାର୍ଥୀ କରିଥିଲେ ଆକ୍ରମଣ - Attack On Pradeep Panigrahi

ସେପଟେ ବିଜେପି ପ୍ରାର୍ଥୀ ଓ କର୍ମୀଙ୍କୁ ବିଜେଡିର ଆକ୍ରମଣ ନେଇ ବିଜେପି ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "କ୍ଷମତାରୁ ଯିବାର ଭୟ ବିଜେଡିକୁ ଘାରିଛି । ବିଜେଡି କର୍ମୀ ଖୋଲାଖୋଲି ଅଭଦ୍ରତା କରୁଛନ୍ତି । ଗତକାଲି ନିର୍ବାଚନ ସମୟରେ ବିଜେଡି କାର୍ଯ୍ୟକର୍ତ୍ତାମାନେ ବିଜେପି ପ୍ରାର୍ଥୀଙ୍କୁ ହଇରାଣ କରିଛନ୍ତି । ସେହିପରି ଝରୀଗାଁ ପ୍ରାର୍ଥୀଙ୍କୁ ମାଡ଼ ମରା ଯାଇଛି । ନବରଙ୍ଗପୁର ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନଜର ବନ୍ଦୀ କରଯାଇଥିଲା । ଏଥିରୁ ଜଣାପଡୁଛି ବିଜେଡି ବିଚଳିତ ଏବଂ ଭୟଭୀତ ହୋଇଯାଇଛନ୍ତି । କ୍ଷମତାରୁ ଯିବାର ଭୟ ବିଜେଡିକୁ ଘାରିଛି । ପ୍ରଶାସନ ସହଯୋଗ ବିଜେଡି ସହ ରହୁଛି । କିନ୍ତୁ ଆଗ ସମୟ ବିଜେପିର ଆସୁଛି ।"

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.