ପ୍ରଚାର ମୈଦାନରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ବ୍ରହ୍ମପୁରର ସମସ୍ୟା ସାଜିଛି ମୁଦ୍ଦା - Campaigning in Berhampur

By ETV Bharat Odisha Team

Published : May 11, 2024, 7:15 PM IST

thumbnail
Odisha Assembly Election 2024 (ETV Bharat Odisha)

Odisha Assembly Election 2024: ବ୍ରହ୍ମପୁର: ରାଜ୍ୟରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଚଳିତ ଥର ମୈଦାନରେ ରହିଛନ୍ତି 11 ଜଣ ପ୍ରାର୍ଥୀ । ଏହାରି ମଧ୍ୟରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଏଠାରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ କୁମାର ସାହୁ । ଅନ୍ୟପଟେ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ହୋଇଥିବା ସମିମ ବେଗମ୍ ଉଭୟ ମିଳିତ ଭାବରେ ବ୍ରହ୍ମପୁର ସହରରେ ପ୍ରଚାର କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.. ଛତ୍ରପୁରରେ କଂଗ୍ରେସ ପ୍ରାର୍ଥୀ ଭାଗୀରଥିଙ୍କ ଜୋରଦାର ପ୍ରଚାର, ସ୍ଥାନୀୟ ନିଯୁକ୍ତିକୁ କରିଛନ୍ତି ମୁଦ୍ଦା - Congress Campaigning In Chhatrapur

ବ୍ରହ୍ମପୁର ଲୋକସଭାରେ ଚଳିତ ଥର ନିର୍ବାଚନରେ ପ୍ରଚାର ସରଗରମ ରହିଥିବା ବେଳେ ସାଧାରଣ ଜନତାଙ୍କର ନିକଟତର ହୋଇଛନ୍ତି ସନ୍ତୋଷ । ବ୍ରହ୍ମପୁରର ବିକାଶ, ଦୀର୍ଘ ବର୍ଷ ଧରି ଶାସନ କରୁଥିବା ଜନପ୍ରତିନିଧି ମାନେ କୌଣସି ବିକାଶକୁ ଗୁରୁତ୍ୱ ଦେଇ ନଥିବା ବେଳେ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ୟାର ସମାଧାନ ପ୍ରତିଶୃତି ଦେଇ ଜାରି ରଖିଛନ୍ତି ପ୍ରଚାର । ଏପରିକି ବର୍ତ୍ତମାନର ସମୟରେ ମଧ୍ୟ ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଗରୀବ ପିଲାଟି ପାଠ ପଢିବାରେ ନାନା ସମସ୍ୟାର ସମ୍ମୁଖୀନ ହେବା ସହିତ ନାରୀ ମାନଙ୍କ ସୁରକ୍ଷାର ଆହ୍ୱାନ ଦେଇ ଜାରି ରଖିଛନ୍ତି ପ୍ରଚାର । ବ୍ରହ୍ମପୁରର ସମସ୍ୟା ଓ ତାର ସମାଧାନ କରିବାର ବାର୍ତ୍ତା ନେଇ ମୈଦାନରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ବ୍ରହ୍ମପୁର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ କଣ କହୁଛନ୍ତି ଆସନ୍ତୁ ଶୁଣିବା

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.