ଝାରସୁଗୁଡ଼ାରେ ପାଳନ ହେଲା ୭୫ତମ ସାଧାରଣତନ୍ତ୍ର ଦିବସ

By ETV Bharat Odisha Team

Published : Jan 26, 2024, 10:56 PM IST

thumbnail

Republic Day Celebrated in Jharsuguda  : ଝାରସୁଗୁଡ଼ା : ଆଜି ହେଉଛି ୭୫ତମ ସାଧାରଣତନ୍ତ୍ର ଦିବସ । ସେନେଇ ଉତ୍ସବ ମୁଖର ସମଗ୍ର ଭାରତବର୍ଷ । ତ୍ରିରଙ୍ଗାମୟ ହୋଇଛି ସାରା ଦେଶ । ଝାରସୁଗୁଡ଼ାରେ ପାଳନ ହୋଇଯାଇଛି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ । 

ଏହା ମଧ୍ୟ ପଡ଼ନ୍ତୁ... ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ପରେଡରେ ଅଭିବାଦନ ଗ୍ରହଣ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମନମୋହନ ସ୍କୁଲ ପଡ଼ିଆରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ପରେ ଜିଲ୍ଲାର ସୁରକ୍ଷା ବାହିନୀ ଏବଂ ଅନ୍ୟାନ ଅଧିକାରୀ ସମେତ ବିଭିନ୍ନ ସ୍କୁଲ ଏବଂ କଲେଜ ପିଲାଙ୍କ ଦ୍ବାରା ପରେଡ ପରିବେଶିତ ହୋଇଥିଲା । ମୁଖ୍ୟ ଅତିଥି ତାଙ୍କ ଉଦବୋଧନରେ ସାଧାରଣତନ୍ତ୍ର ଦିବସର ମହତ୍ବ ସାଙ୍ଗକୁ ଜିଲ୍ଲାର ଉନ୍ନତି ବିଷୟରେ କହିଥିଲେ । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ମାତୃମଙ୍ଗଳ କେନ୍ଦ୍ର ଓ ଉପକାରାଗାରରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । 

ଇଟିଭି ଭାରତ, ଝାରସୁଗୁଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.