ETV Bharat / technology

ଏଣିକି ମାଗଣାରେ ଚାଲିବନି ଏକ୍ସ, ଆକାଉଣ୍ଟ ଖୋଲିଲେ ଦେବାକୁ ପଡିବ ଟଙ୍କା - X to charge money from new users

author img

By ETV Bharat Odisha Team

Published : Apr 16, 2024, 11:21 AM IST

ଏଲନ ମସ୍କ
ଏଲନ ମସ୍କ

X to charge money from new users: ପୁନଃ ଟଙ୍କା ଆଦାୟ କରିବାର ଉପାୟ ବାହାର କଲେ ମସ୍କ । ଏଣିକି ମାଗଣାରେ ଚାଲିବନି ଆକାଉଣ୍ଟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଏଲନ ମସ୍କ ଟ୍ବିଟର (ବର୍ତ୍ତମାନର X) ଅଧିଗ୍ରହଣ କରିବା ପରେ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ପ୍ରଥମେ ନାମ ପରିବର୍ତ୍ତନ କରିବା ପରେ ଅନେକ ନୂଆ ନୂଆ ଫିଚର ରୋଲଆଉଟ କରୁଛନ୍ତି । ଏହାରି ଭିତରେ ଆଉ ଏକ ଘୋଷଣା କରିଛନ୍ତି ମସ୍କ । ଏଣିକି ଏକ୍ସ ବ୍ୟବହାର କରିବାକୁ ହେଲେ ଟଙ୍କା ଗଣିବେ ୟୁଜର୍ସ । ଖୁବଶୀଘ୍ର ଏହା ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି । ଏଲନ ମସ୍କଙ୍କ ଅନୁସାରେ, ଟ୍ବିଟକୁ ଲାଇକ କରିବା, ପୋଷ୍ଟ କିରବା, ରିପ୍ଲାଏ ଦେବା କିମ୍ବା ବ୍ଲୁ ଟିକ୍ ପାଇବା ପାଇଁ ଅଳ୍ପ ଦେୟ ଦେବାକୁ ହେବ । କହିରଖୁଛୁ କି, ଏହି ଲାଇକ, ପୋଷ୍ଟ, କମେଣ୍ଟ ପାଇଁ ଦେୟ ସମ୍ପୁର୍ଣ୍ଣ ମାଗଣା ରହିଥିଲା ।

ବଟ୍ସ ଆଟାକକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । ଏକ୍ସର ଓ୍ବେବସାଇଟରେ ପରିବର୍ତ୍ତନକୁ ନେଇ ପୋଷ୍ଟ କରିଥିବା ଜଣେ ଏକ୍ସ ଆକାଉଣ୍ଟ ୟୁଜର୍ସକୁ ଉତ୍ତର ଦେଇ ମସ୍କ କହିଛନ୍ତି, "ନୂତନ ଆକାଉଣ୍ଟରେ ଅଳ୍ପ ଫି ଆଦାୟ କରିବା ବଟ୍ସ ଆଟାକକୁ ରୋକିବାର ଏକ ମାତ୍ର ଇପାୟ ଅଟେ ।" CAPTCHA ପରି ଟୁଲ୍ସକୁ ନେଇ ମସ୍କ ଉଲ୍ଲେଖ କରିଛନ୍ତି, "ଏଆଇ କ'ଣ ଏକ ବୋଟ କି, ଏହା ସହଜସାଧ୍ୟ କି ? ଅନ୍ୟ ଏକ ୟୁଜର୍ସଙ୍କୁ ରିପ୍ଲାଏ ଦେଇ ମସ୍କ କହିଛନ୍ତି, ନୂଆ ଆକାଉଣ୍ଟ କ୍ରିଏଟ କରିବାର 3 ମାସ ପରେ ବିନା ଶୁଳ୍ପ ନେଇ ପୋଷ୍ଟ କରିପାରିବେ । ତେବେ କହିରଖୁଛୁ କି ଏହି ରୁଲ କେବେ ଲାଗୁ ହେବ ଏବଂ ନୂଆ ୟୁଜର୍ସଙ୍କୁ କେତେ ଟଙ୍କା ଦେବାକୁ ହେବ ସେନେଇ କୌଣସି ଘୋଷଣା କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ: 2 ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ କଲା 'X' - x banned accounts for violations

ଯଦି ଏହା ଲାଗୁ କରାଯାଏ ତେବେ ଅନେକାଂଶରେ ୟୁଜର ଏକ୍ସପେରିୟନ୍ସ କମ ହେବାରେ ଲାଗିବ । ୟୁଜର୍ସଙ୍କ ଉପରେ ଶୁଳ୍କ ଲାଗୁ କରାଯିବା ଦ୍ବାରା ଆକାଉଣ୍ଟ ମଧ୍ୟ ବନ୍ଦ କରିପାରନ୍ତି ୟୁଜର୍ସ । ନିକଟରେ X Corp 26 ଫେବୃଆରୀରୁ 25 ମାର୍ଚ୍ଚ ମଧ୍ୟରେ ଭାରତରେ ଏକ ରେକର୍ଡ 2,12,627 X ଆକାଉଣ୍ଟକୁ ନିଷିଦ୍ଧ କରିଛି । ଯୌନ ଶୋଷଣ ଏହଂ ନଗ୍ନତାକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପଟେ ପ୍ଲାଟଫର୍ମରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା 1,235 ଆକାଉଣ୍ଟକୁ ମଧ୍ୟ ହଟାଇ ଦିଆଯାଇଛି । ମୋଟାମୋଟି ଭାବେ ଯଦି କହିବା ଦେଶରେ ଚଳିତ ବର୍ଷ 213,862 ଆକାଉଣ୍ଟକୁ ବ୍ୟାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.