ETV Bharat / technology

ରେକର୍ଡ ଭାଙ୍ଗିଲା ସାମସଙ୍ଗ ଗାଲାକ୍ସି; 3 ଦିନରେ 2 ଲକ୍ଷରୁ ଅଧିକ ପ୍ରି ବୁକିଂ

author img

By ETV Bharat Odisha Team

Published : Jan 23, 2024, 2:21 PM IST

Samsung Galaxy
ସାମସଙ୍ଗ ଗାଲାକ୍ସି

Samsung Galaxy S24 Ultra: ମାର୍କେଟକୁ ନଆସୁଣୁ ୟୁଜର୍ସଙ୍କୁ ଆକୃଷ୍ଟ କରୁଛି ସାମସଙ୍ଗ ଗାଲାକ୍ସ ସିରିଜ । 3 ଦିନରେ 2 ଲକ୍ଷରୁ ଅଧିକ ପ୍ରି ବୁକିଂ ହୋଇଥିବା ବେଳେ ୟୁଜର୍ସଙ୍କୁ ଆକର୍ଷିତ କରୁଛି ଏଆଇ ଫିଚର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଜାନୁଆରୀ 27 ତାରିଖରେ ସାମସଙ୍ଗ ବାର୍ଷିକ ଗାଲାକ୍ସି ଅନକ୍ୟାପଡ ଇଭେଣ୍ଟର ଆୟୋଜିତ ହୋଇଥିଲା । ଏହି ଇଭେଣ୍ଟରେ 3ଟି ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା କମ୍ପାନୀ । ସାମସଙ୍ଗ ଗାଲାକ୍ସି S24, ସାମସଙ୍ଗ ଗ୍ୟାଲାକ୍ସି S24 ପ୍ଲସ ଏବଂ ସାମସଙ୍ଗ ଗାଲାକ୍ସି S24 ଅଲଟ୍ରା ରଖାଯାଇଛି । ତେବେ ଲଞ୍ଚ ହୋଇଥିବା 3ଟି ଫୋନର ବିକ୍ରି ଆସନ୍ତା ଜାନୁଆରୀ 31 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆରମ୍ଭ ହୋଇସାରିଛି ପ୍ରି ବୁକିଂ । 18 ତାରିଖରୁ ପ୍ରି ବୁକିଂ ଆରମ୍ଭ ହୋଇଥିବା ବେଳେ ଏହି ସିରିଜକୁ ବେଶ୍ ପସନ୍ଦ କରିଛନ୍ତି ଭାରତୀୟ ୟୁଜର୍ସ । କେବଳ 3 ଦିନରେ 2 ଲକ୍ଷ 50 ହଜାରରୁ ଅଧିକ ୟୁନିଟର ପ୍ରି ବୁକିଂ ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି ।

ରେକର୍ଡ କଲା ସାମସଙ୍ଗ: ସାମସଙ୍ଗ ଏହି ଫ୍ଲାଗସିପ ସ୍ମାର୍ଟଫୋନକୁ Galaxy AI ଫିଚର ସହିତ ଲଞ୍ଚ କରିଛି । ଏହି ଫିଚର ଦ୍ବାରା ସାମସଙ୍ଗ ୟୁଜର୍ସଙ୍କୁ ସ୍ମାର୍ଟଫୋନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିବାକୁ ମିଳିବ । ସାମସଙ୍ଗର ଏହି ଫିଚର ୟୁଜର୍ସଙ୍କୁ ଅଧିକ ପ୍ରଭାବିତ କରିଛି । ତେବେ 18 ତାରିଖରୁ ଏହାର ପ୍ରି ବୁକିଂ ଆରମ୍ଭ ହୋଇଥିବା ବେଳେ ଅନେକ ଅଫର୍ସ ମଧ୍ୟ ଘୋଷଣା କରିଥିଲା କମ୍ପାନୀ । ସାମସଙ୍ଗ ଗାଲାକ୍ସି ଏସ24 ପ୍ଲସ ଏବଂ ସାମସଙ୍ଗ ଗାଲାକ୍ସି ଏସ 24 ଅଲଟ୍ରା ବୁକ କରିଲେ ୟୁଜର୍ସଙ୍କୁ 22 ହଜାର ଲାଭ ମିଳିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏସ 24କୁ ବୁକ କରିବା ଦ୍ବାରା 15 ହଜାର ଟଙ୍କାର ଫାଇଦା ପାଇବେ ୟୁଜର୍ସ ।

ଏହା ମଧ୍ୟ ପଢନ୍ତୁ: ସହଜ ହେବ ଅନ୍ୟ ଭାଷାକୁ ବୁଝି କଥା ହେବା, ସାମସଙ୍ଗ ଆଣୁଛି ଏହି ଫିଚର

ସାମସଙ୍ଗ ସିରିଜର ଦାମ୍: ସାମସଙ୍ଗ ଗାଲାକ୍ସି ଏସ 24ର ପ୍ରାରମ୍ଭିକ ମୂଲ୍ୟ 79 ହଜାର 999 ଟଙ୍କା ରହିଥିବା ବେଳେ ଏଥିରେ ୟୁଜର୍ସଙ୍କୁ 8GB ସହିତ 256GB ଭାରିଆଣ୍ଟ ମିଳୁଛି । ସେହିପରି ଗାଲାକ୍ସି ଏସ24 ପ୍ଲସର ପ୍ରାରମ୍ଭିକ ମୂଲ୍ୟ 99 ହଜାର 999 ଟଙ୍କା ରହିଛି । ଏଥିରେ 12GB ସହିତ 256GB ଭାରିଆଣ୍ଟ ରହିଛି ।

ଅନ୍ୟପଟେ ସିରିଜର ଟପ୍ ମଡେଲ ଅର୍ଥାତ ସାମସଙ୍ଗ ଗାଲାକ୍ସି ଏସ 24 ଅଲଟ୍ରା ବିଷୟରେ କହିବାକୁ ଗଲେ ଏଥିରେ ୟୁଜର୍ସଙ୍କୁ 200MP ରିୟର କ୍ୟାମେରା ସେଟଅପ ମିଳିଥାଏ । କ୍ୟାମେରା ଫିଚର୍ସ ମଧ୍ୟ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ 1 ଲକ୍ଷ 29 ହଜାର 999 ଟଙ୍କା ରହିଛି । ଏଥିରେ ଭାରିଆଣ୍ଟ 12GB ସହିତ 256GB ରହିଛି । ଯଦି ଜଣେ ୟୁଜର୍ସ ଗାଲାକ୍ସି ସିରିଜର କ୍ୟାମେରା ଫୋନ କିଣିବାକୁ ଚାହାନ୍ତି ତେବେ ସାମସଙ୍ଗ ଗାଲାକ୍ସି ଏସ 24 ପ୍ରୋ କିଣିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.