ETV Bharat / state

ପାରାଦ୍ୱୀପ ବନ୍ଦର ଜାହାଜରୁ ଯୁବକଙ୍କ ମୃତଦେହ ଉଦ୍ଧାର - Dead Body Found From Ship

author img

By ETV Bharat Odisha Team

Published : Apr 23, 2024, 5:51 PM IST

DEAD BODY FOUND FROM SHIP
DEAD BODY FOUND FROM SHIP

Man Dead Body Found From Ship: ଜାହାଜରେ ଅଣନିଶ୍ବାସୀ ହୋଇ ଯୁବକଙ୍କ ମୃତ୍ୟୁ । ପାରାଦ୍ବୀପ ବନ୍ଦରର ଏକ ଜାହାଜରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ପାରାଦ୍ୱୀପ ବନ୍ଦର ଜାହାଜରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର: ପାରାଦ୍ବୀପ ବନ୍ଦରର ଏକ ଜାହାଜରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଜାହାଜର ଲ୍ୟାଡର ବା ଶିଡି ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ଦିନ ତଳେ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକ ଜଣଙ୍କ ହେଉଛନ୍ତି ବଡ଼ମ୍ବା ନରସିଂହପୁର ଅଞ୍ଚଳର ବିଭୁତି ବାରିକ । ସେ ଜାହାଜରେ ଲୋଡ୍ ଅପୋରେଟର ଭାବେ କାର୍ଯ୍ୟ କରୁଥିଲେ । ଅଣନିଃଶ୍ବାସୀ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ବନ୍ଦରର ସିକ୍ୟୁ ବର୍ଥରେ ଲାଗିଥିବା ଏମ୍ ଭି ଉଲୁସଏ-୧୧ ନାମକ ଜାହାଜରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଜାହାଜର ବାର୍ଜ୍ ପ୍ରାୟ ୧୦୦ଫୁଟ ଗଭୀର ହୋଇଥିବାରୁ ସେହି ଅନୁପାତରେ ଲ୍ୟାଡର ରୁମ୍ ବା ଶିଡି ଘର ମଧ୍ୟ ପ୍ରାୟ ୧୦୦ଫୁଟ ଗଭୀର । ତେଣୁ ଏହି ଶିଡିରେ ଅଧିକାଂଶ ସମୟରେ ଅମ୍ଳଜାନ ଅଭାବ ରହିଥାଏ ଯେଉଁଥିପାଇଁ ଉକ୍ତ ଯୁବକର ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ଜାହାଜ ମଧ୍ୟରୁ ମୃତଦେହ ଉଦ୍ଧାର ପରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜାହାଜରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ସୁରକ୍ଷା ପାଇଁ ବନ୍ଦର କର୍ତ୍ତୃପକ୍ଷ ସଚେତନ ହେଉନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଶ୍ରମିକମାନଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ମୃତ ଶ୍ରମିକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କୋକେନ୍ ଜବତ ଜାହାଜ ସ୍ଥାନାନ୍ତରିତ : କ୍ରୁ' ମେମ୍ବରଙ୍କୁ ଜେରା ଜାରି

ଯୁବକ ଜଣଙ୍କ କେତେ ବର୍ଷ ହେଲା ଜାହାଜରେ କାର୍ଯ୍ୟ କରୁଥିଲେ ସେନେଇ ସୂଚନା ହସ୍ତଗତ ହୋଇନାହିଁ । ମୃତକଙ୍କ ପରିବାର ଲୋକେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିନାହାନ୍ତି । ଶ୍ରମିକଙ୍କ ସୁରକ୍ଷା ଉପରେ ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । ନଚେତ ଆଗକୁ ଅନେକ ଶ୍ରମିକଙ୍କ ଜୀବନ ଯିବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ପାରାଦ୍ୱୀପ ବନ୍ଦର ଏକ ଜାହାଜରୁ ଡିସେମ୍ବର ମାସରେ 22 କେଜି କୋକେନ୍ ଜବତ ହୋଇଥିଲା । ଏହାପରେ ଜାହାଜଟିକୁ ପିଆଇସିଟି ବର୍ଥରୁ ସ୍ଥାନାନ୍ତରିତ କରାଇ ପାରାଦ୍ବୀପ ବନ୍ଦର ସାଉଥ କିୟୁ ଜେଟକୁ ପଠାଇ ଦିଆଯାଇଥିଲା । ଜାହାଜରେ ଅଟକ ଥିବା 21 ଜଣ କ୍ରୁ' ମେମ୍ବରମାନଙ୍କୁ ଏ ସମ୍ପର୍କରେ ପଚରାଉଚରା କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.