ETV Bharat / state

ଭୋଟ ଦେବ କୋଟିଆ, ସଚେତନ କଲେ କୋରାପୁଟ ଜିଲ୍ଲାପାଳ

author img

By ETV Bharat Odisha Team

Published : Mar 20, 2024, 11:51 AM IST

Voters awareness campaign in Kotia
Voters awareness campaign in Kotia

Voters awareness campaign in Kotia: କୋଟିଆରେ ନିର୍ବାଚନୀ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ । ଭୋଟ ଦେବାକୁ କୋଟିଆବାସୀଙ୍କୁ ସଚେତନ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

Voters awareness campaign in Kotia

କୋରାପୁଟ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା କୋଟିଆରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ସଚେତନତା କାର୍ଯ୍ୟକ୍ରମ । ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ଭୋଟ ଦେବାକୁ କୋଟିଆବାସୀଙ୍କୁ ସଚେତନ କରିଛନ୍ତି କୋରାପୁଟ ଜିଲ୍ଲାପାଳ । ତେବେ କୋଟିଆକୁ ନେଇ 2 ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ 2ଟି ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ ହେବାକୁ ଯାଉଛି । ଏଭଳି ସ୍ଥିତିରେ କୋରାପୁଟ ଜିଲ୍ଲାପାଳଙ୍କ କୋଟିଆ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସାରା ଦେଶରେ ନିର୍ବାଚନୀ ତାତି । ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ରାଜନୈତିକ ଦଳ ଗୁଡିକଠୁ ନେଇ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇଉଠିଛନ୍ତି । ଏହିକ୍ରମରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ସଚେତନତା କାର୍ଯ୍ୟକ୍ରମ । ମଙ୍ଗଳବାର ଦିନ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମ ପଞ୍ଚାୟତର ଫାଟୁସୀନେରୀ, ମାଡକାର, କୋଟିଆ ଏବଂ ଗଞ୍ଜେଇପଡର ଗ୍ରାମରେ ଆଗାମୀ ସାଧାରଣ ନିର୍ବାଚନ 2024 ଅବସରରେ ନିର୍ବାଚନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇ ଭୋଟର ମାନଙ୍କୁ ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ସଚେତନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. କୋରାପୁଟର ବିକାଶ ଲକ୍ଷ୍ୟରେ ନୂଆ ଜିଲ୍ଲାପାଳ, ଫୋକସରେ କୋଟିଆ ସୀମା ବିବାଦ

କୋରାପୁଟ ଜିଲ୍ଳାପାଳ ଭି. କୀର୍ତ୍ତି ଭାସନ ଏହି କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ମଧ୍ୟରେ ଭୋଟର ସଚେତନତା ସୃଷ୍ଟି କରିଥିଲେ । ଆସନ୍ତା ଦିନରେ ଏପରି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟାନ୍ୟ ଅଂଶରେ କରାଯିବା ସହ, ଯୁବପିଢି, ବୟସ୍କ ଓ ଦିବ୍ୟାଙ୍ଗ ଭଳି ବିଭିନ୍ନ ଗୋଷ୍ଠୀକୁ ମଧ୍ୟ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ଜିଲ୍ଲାପାଳ ।

କୋଟିଆ ପଞ୍ଚାୟତ ଅଞ୍ଚଳକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାର ଉଚ୍ଚତମ ନ୍ୟାୟାଳୟରେ ଆଇନଗତ ଲଢେଇ ଜାରି ରଖିଥିବା ବେଳେ ଉଭୟ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ତାରିଖ ଘୋଷଣା କରାଯିବାର ଅଳ୍ପଦିନ ମଧ୍ୟରେ କୋରାପୁଟ ଜିଲ୍ଲାପାଳଙ୍କ ଗସ୍ତ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ କୋଟିଆରେ ନିର୍ବାଚନ ଉଭୟ ରାଜ୍ୟ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି । ଏପରି ସ୍ଥଳେ କୋରାପୁଟ ଜିଲ୍ଲାପାଳଙ୍କ କୋଟିଆ ପଞ୍ଚାୟତର ଶେଷ ଗ୍ରାମ ଫାଟୁସିନେରୀରେ ପହଞ୍ଚିବା ଫଳରେ କୋଟିଆବାସୀଙ୍କ ମଧ୍ୟରେ ଓଡିଶା ସରକାରଙ୍କ କୋଟିଆର ବିକାଶ ଦିଗରେ ପ୍ରତିବଦ୍ଧତା ପ୍ରଦର୍ଶନ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।


ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.