ETV Bharat / state

ଜବରଦଖଲ ଉଚ୍ଛେଦ ଦାବି, ବୋଲଗଡ ତହସିଲ ଘେରିଲେ ଅସନାପଲ୍ଲୀ ଗ୍ରାମବାସୀ - Illegal Land Encroachment issue

author img

By ETV Bharat Odisha Team

Published : Mar 28, 2024, 9:38 AM IST

Illegal Land Encroachment: ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ବୋଲଗଡ ତହସିଲ ଘେରିଲେ ଅସନାପଲ୍ଲୀ ଗ୍ରାମବାସୀ । ୫ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଜବରଦଖଲ ଉଚ୍ଛେଦ ଦାବି: ବୋଲଗଡ ତହସିଲ ଘେରିଲେ ଅସନାପଲ୍ଲୀ ଗ୍ରାମବାସୀ
ଜବରଦଖଲ ଉଚ୍ଛେଦ ଦାବି: ବୋଲଗଡ ତହସିଲ ଘେରିଲେ ଅସନାପଲ୍ଲୀ ଗ୍ରାମବାସୀ

ଜବରଦଖଲ ଉଚ୍ଛେଦ ଦାବି: ବୋଲଗଡ ତହସିଲ ଘେରିଲେ ଅସନାପଲ୍ଲୀ ଗ୍ରାମବାସୀ

ଖୋର୍ଦ୍ଧା: ଜବରଦଖଲ ଉଚ୍ଛେଦ ଦାବିରେ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ଘେରାଉ । ଗତକାଲି(ବୁଧବାର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତହସିଲ ଅନ୍ତର୍ଗତ ଅସନାପଲ୍ଲୀ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବର ଦଖଲ କରିବା ସହ ଘର ନିର୍ମାଣ କରି କବଜା କରି ରଖିଛନ୍ତି । ଯାହା ଫଳରେ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଗ୍ରାମର ଯୁବଗୋଷ୍ଠୀ ଖେଳକୁଦରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏନେଇ ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ତହସିଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ସେହିଭଳି ଗ୍ରାମବାସୀଙ୍କୁ ତିନିମାସ ପୁର୍ବରୁ ଉପଜିଲ୍ଲାପାଳ ଜବରଦଖଲ ଉଚ୍ଛେଦ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ବୋଲଗଡ ତହସିଲଦାର ଉଚ୍ଛେଦ କରୁନଥିବାରୁ ସବୁଆଡେ ନିରାଶ ହୋଇଥିଲେ ଗ୍ରାମବାସୀ । ପ୍ରଶାସନ ପକ୍ଷରୁ ସରକାରୀ ଜାଗାକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଆଜି (ବୁଧବାର) ଦିନ ଅସନାପଲ୍ଲୀ ଗ୍ରାମବାସୀ ଏକତ୍ରୀତ ହୋଇ ଆନ୍ଦୋଳର ପନ୍ଥା ଅବଲମ୍ବନ କରିଥିଲେ ।

ତେବେ ଗ୍ରାମବାସୀ ମାନେ ବୋଲଗଡ ତହସିଲ କାର୍ଯ୍ୟାଳୟ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ତୁରନ୍ତ ଜବର ଦଖଲ ଉଚ୍ଛେଦ ପାଇଁ ଦାବି କରିଥିଲେ । ଗ୍ରାମବାସୀଙ୍କ ଧାରଣା ଓ ପ୍ରତିବାଦ ପରେ ବୋଲଗଡ଼ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ୫ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରତିଶୃତି ଦେଇଥିଲେ । ଏହାପରେ ଧାରଣା ପ୍ରତ୍ୟାହାର କରିଥିଲେ ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ....ଯୋଡ଼ା ପୋଲିସ୍ ହେପାଜତରେ ଅଭିଯୁକ୍ତ ଯୁବକ ମୃତ, ହସ୍ପିଟାଲରେ ପୋଲିସ ଫୋର୍ସ ମୁତୟନ - Accused Arrested

ଏହା ମଧ୍ୟ ପଢନ୍ତୁ .....ମିଶନ ଶକ୍ତି ବିଭାଗର ମନମାନୀ ! ଦରମା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା - GPLF EC Member Protest

ପୂର୍ବରୁ ଉପଜିଲ୍ଲାପାଳ ଜବରଦଖଲ ଉଚ୍ଛେଦ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅସନାପଲ୍ଲୀ ଗ୍ରାମବାସୀ । ଆଗାମୀ ଦିନରେ ଯଦି ଏହାକୁ ଉଚ୍ଛେଦ ନ କରାଗଲା, ତାହାଲେ ଆନ୍ଦୋଳନ ତୀବ୍ର ହେବା ବୋଲି କହିଛନ୍ତି ଆନ୍ଦୋଳନକାରୀ । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଉଛି ଏବଂ ଜବରଦଖଲ ଉଚ୍ଛେଦ କରୁଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.