ETV Bharat / state

ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ, ବଦଳି ଦାବି କଲେ ଗାଁଲୋକ - Bhagabatapur Villager Protest

author img

By ETV Bharat Odisha Team

Published : Mar 24, 2024, 1:54 PM IST

ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ
ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

Villagers Protest Over Doctor Misbehave: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ପି.ଏଚ୍‌.ସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ଖଗେଶ୍ୱର ନାୟକ ସାଧାରଣ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

କେନ୍ଦ୍ରାପଡା: ଆୟୁଷ ଡାକ୍ତରଙ୍କ ସାଧାରଣ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ପି.ଏଚ୍‌.ସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ଖଗେଶ୍ୱର ନାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏନେଇ ତାଙ୍କର ବଦଳି ପାଇଁ ଭାଗବତପୁର ପଞ୍ଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ତାଙ୍କ ଦୁର୍ବ୍ୟବହାର ଦ୍ୱାରା ସାଧାରଣ ଜନତା ଅତିଷ୍ଣୁ ହୋଇପଡିଲେଣି । ଗତ ୨୧ତାରିଖ ଗୁରୁବାର ଦିନ ସକାଳେ ଭାଗବତପୁର ଜଣେ ରୋଗୀ ରାମଚନ୍ଦ୍ର ବାରିକ ଚିକିତ୍ସା ପାଇଁ ପି.ଏଚ୍‌.ସି ଆସିଥିଲେ । କିନ୍ତୁ ଚିକିତ୍ସା ବଦଳରେ ଡାକ୍ତର ତାଙ୍କୁ ଔଷଧ ନ ଦେଇ ବାହାର ବେସରକାରୀ ବ୍ରାଣ୍ଡେଡ ମେଡିସିନ୍ ପାଇଁ ବାଧ୍ୟ କରିଥିଲେ । ଆଉ ଏହାକୁ ପ୍ରତିବାଦ କରିବାରୁ ଡାକ୍ତର ଉକ୍ତ ରୋଗୀଙ୍କୁ ଧକ୍କା ମାରି ବାହାର କରିବାକୁ ମେଡିକାଲର ଅଧିନସ୍ଥ କର୍ମଚାରୀଙ୍କୁ ଆଦେଶ ଦେଇଥିଲେ । ଏହାସହିତ ତାଙ୍କୁ ମେଡିକାଲରୁ ବାହାର କରି ଦେଇଥିଲେ । ଏପରିକି ସେ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧ ଜିଲ୍ଲାପାଳ ଓ ବରିଷ୍ଠ ଡାକ୍ତର ଦୁର୍ବ୍ୟବହାର ପ୍ରସଙ୍ଗ: ଓମସାର କର୍ମକର୍ତ୍ତାଙ୍କ ଭିତିରିଆ ବୁଝାମଣାରେ ସମାଧାନ

ଏପରି କେବଳ ରୋଗୀ ରାମଚନ୍ଦ୍ର ବାରିକଙ୍କ ପାଖରେ ସୀମିତ ନୁହେଁ । ଏହା ବାରମ୍ବାର ଅନେକ ରୋଗୀଙ୍କ ସହିତ ଘଟି ଆସୁଛି । ସାଧାରଣ ରୋଗ ଯଥା- ଥଣ୍ଡା, ଜ୍ୱର, କାଶ, ବାନ୍ତି, ଓ ଝାଡା ପାଇଁ ଔଷଧ ବାହାରୁ କିଣିବା ପାଇଁ ବାଧ୍ୟ କରାଯାଉଛି । ଏଣୁ ସେହି ଡାକ୍ତରଙ୍କୁ ଉକ୍ତ ପି.ଏଚ୍‌.ସିରୁ ବଦଳି କରିବା ପାଇଁ ଏବଂ ସେଠାରେ ରୋଗୀମାନଙ୍କୁ ସଠିକ୍ ରୂପେ ଚିକିତ୍ସା କରିବା ପାଇଁ ଉକ୍ତ ପଞ୍ଚାୟତବାସୀ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କ ନିକଟରେ ଦାବି କରିଛନ୍ତି । ଏଥି ସହିତ କେନ୍ଦ୍ରାପଡା ସଦରଥାନାରେ ସନାତନ ବାରିକ ଏତଲା ଦେଇଛନ୍ତି । ତେବେ ଏହି ଦାବିପତ୍ର ପ୍ରଦାନ ସମୟରେ ଭାଗବତପୁର ଏମ୍‌ପିଏସ୍ ପ୍ରମିଳା ମିଶ୍ର, ସନାତନ ବାରିକ, ମହେନ୍ଦ୍ର ମହାରଣା, ସୌମ୍ୟ ରଞ୍ଜନ ଭଦ୍ର, ସୌମ୍ୟରଞ୍ଜନ ବେହୁରା, ମନୋଜ କୁମାର ବାରିକ, ପ୍ରତିଭା ବାରିକ, ହଳଧର ବାରିକ, ସୁକାନ୍ତି ବାରିକ, ସଂଯୁକ୍ତା ବାରିକ, ସେବତି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.