ETV Bharat / state

ସୁନ୍ଦରଗଡ଼ରେ ଫୁଟିଲା ଗୁଳି; ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ ଯୁବକ ଗୁରୁତର

author img

By ETV Bharat Odisha Team

Published : Mar 15, 2024, 1:32 PM IST

Updated : Mar 15, 2024, 2:33 PM IST

Firing in Sundargarh: ସୁନ୍ଦରଗଡ଼ର ୧୦ ନମ୍ବର ରାଜ୍ୟ ରାଜପଥ ବଡଗାଁ-କୁତ୍ରା ରାସ୍ତାରେ ଫୁଟିଲା ଗୁଳି । ଗୁଳିମାଡରେ ୨ ଜଣ ଯୁବକ ଗୁରୁତର । ଅଧିକ ପଢନ୍ତୁ

Etv Bharat
Etv Bharat

ସୁନ୍ଦରଗଡ଼ରେ ଫୁଟିଲା ଗୁଳି

ରାଉରକେଲା: ସୁନ୍ଦରଗଡ଼ରେ ଫୁଟିଲା ଗୁଳି । ଆଜି (ଶୁକ୍ରବାର) ସକାଳେ ୧୦ ନମ୍ବର ରାଜ୍ୟ ରାଜପଥ ବଡଗାଁ-କୁତ୍ରା ରାସ୍ତାରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକମାନେ ଛତିଶଗଡ଼ ଶକ୍ତି ଜିଲ୍ଲା ଅଞ୍ଚଳର ସୁନୀଲ ରତ୍ନାକର ଓ ବିକ୍ରମ ଟଣ୍ଡନ ବୋଲି ପରିଚୟ ମିଳିଛି । କିଛି ଅଜ୍ଞାତ ଦୁର୍ବୃତ୍ତମାନେ ଆସି ଏହି ଦୁଇ ଯୁବକଙ୍କ ଉପରେ ଗୁଳିମାଡ କରିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ କିଏ ଏବଂ କାହିଁକି ଏହି ଗୁଳିମାଡ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।

ସୂଚନା ଅନୁସାରେ, ସୁନୀଲ ରତ୍ନାକର ଓ ବିକ୍ରମ ଟଣ୍ଡନ ଆଜି ସକାଳେ କୌଣସି ସ୍ଥାନକୁ ଯାଉଥିବା ବେଳେ ବଡଗାଁ-କୁତ୍ରା ରାସ୍ତା ନିକଟରେ କିଛି ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ । ଜଣକ ଗୋଡରେ ଗୁଳି ବାଜିଥିବା ବେଳେ ଆଉ ଜଣଙ୍କର ମୁଣ୍ଡ ଓ ଛାତିରେ ଲାଗିଛି । ଖବର ପାଇ ସେମାନଙ୍କ ସମ୍ପର୍କୀୟ ଦୁହିଁଙ୍କୁ ଉଦ୍ଧାର କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେମାନଙ୍କ ଶରୀରରୁ ଗୁଳି ବାହାର କରିଛନ୍ତି । ତେବେ କାହିଁକି ଏହି ଗୁଳିକାଣ୍ଡ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଆହତ ଯୁବକମାନେ ମଧ୍ୟ ଏହି ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ବରକନ୍ଦାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ

ଏହା ମଧ୍ୟ ପଢନ୍ତୁ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି


ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଏହି ଘଟଣାରେ ଜଣେ ଡାକ୍ତରୀ ବିଶେଷଜ୍ଞଙ୍କ ସମ୍ପୃକ୍ତି ଥାଇପାରେ । ତେବେ ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିର ପରିଚୟ କିମ୍ବା ଗୁଳିକାଣ୍ଡର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଏଯାବତ୍ ମିଳିପାରି ନାହିଁ । ଏନେଇ ସୁନ୍ଦରଗଡ଼ ଟାଉନ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଗୁଳିମାଡ କରିଥିବା ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ତନାଘନା ଚଳାଇଛି । ତେବେ ସ୍ପଷ୍ଟ ଦିବାଲୋକରେ ରାଜପଥରେ ଏହିପରି ଗୁଳି ଫୁଟିବା ଘଟଣା ଜନସାଧାରଣଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ରାଉରକେଲା

Last Updated : Mar 15, 2024, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.