ETV Bharat / state

ଚାଲି ଚାଲି ଯାଇ ରାମଲାଲାଙ୍କୁ ଦର୍ଶନ କଲେ ବ୍ରହ୍ମପୁରରୁ ଦୁଇ ଯୁବକ, ବଖାଣିଲେ ଅନୁଭୂତି

author img

By ETV Bharat Odisha Team

Published : Feb 24, 2024, 11:42 AM IST

Two Ram Devotees Welcomed in Berhampur: ଘରକୁ ଫେରିଛନ୍ତି ଅଯୋଧ୍ୟାକୁ ପଦଯାତ୍ରା କରିଥିବା ବ୍ରହ୍ମପୁରର ୨ ରାମଭକ୍ତ । ଅଞ୍ଚଳବାସୀ କଲେ ସମ୍ୱର୍ଦ୍ଧନା । ଅଧିକ ପଢନ୍ତୁ

ରାମଲାଲାଙ୍କୁ ଦର୍ଶନ କରି ଫେରିଲେ ଦୁଇ ରାମଭକ୍ତ
ରାମଲାଲାଙ୍କୁ ଦର୍ଶନ କରି ଫେରିଲେ ଦୁଇ ରାମଭକ୍ତ

ରାମଲାଲାଙ୍କୁ ଦର୍ଶନ କରି ଫେରିଲେ ଦୁଇ ରାମଭକ୍ତ

ବ୍ରହ୍ମପୁର: ଘରକୁ ଫେରିଛନ୍ତି ଅଯୋଧ୍ୟାକୁ ପଦଯାତ୍ରା କରିଥିବା ବ୍ରହ୍ମପୁରର ୨ ରାମଭକ୍ତ । ଗତ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠାର ଭବ୍ୟ ଉତ୍ସବ ଥିଲା । ଏଥିରେ ଯୋଗ ଦେବା ପାଇଁ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ଦୁଇ ଯୁବକ କୁରେଶ ବେହେରା ଏବଂ ତାଙ୍କ ସାଙ୍ଗ ସୋନୁ ବିଷୋୟୀ ଡିସେମ୍ୱର ୩୦ ତାରିଖରେ ଅଯୋଧ୍ୟା ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ଉଭୟ ପାଟିରେ ରାମ ନାମ ଜପି କୋନିସି ଠାରୁ ଏହି ଯାତ୍ରା ଆରମ୍ଭ କରିଥିଲେ ।

ତେବେ ୩୫ ରୁ ୪୦ ଦିନ ମଧ୍ୟରେ ପାଦରେ ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ଏହି ଦୁଇ ଯୁବକ ୪୫ ଦିନରେ ଅଯୋଧ୍ୟାରେ ପହଞ୍ଚିଥିଲେ । ଏନେଇ ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାଦରେ ଚାଲି ଚାଲି ଯାଇଥିବା ଏହି ଦୁଇ ରାମଭକ୍ତଙ୍କୁ ସ୍ୱତନ୍ତ୍ର ଭାବରେ ଦର୍ଶନ କରାଇଥିଲେ ରାମଲାଲାଙ୍କ ବିଗ୍ରହକୁ । ଯାହାକି ଏହି ଦର୍ଶନ କରିବା ସମୟରେ ଦୁଇ ଭକ୍ତଙ୍କ ଆଖି ଛଳ ଛଳ ହୋଇଯାଇଥିଲା ବୋଲି ନିଜ ଗ୍ରାମକୁ ଫେରିଥିବା ଦୁଇ ଯୁବକ ଯାତ୍ରା ସମୟର କାହାଣୀକୁ ବର୍ଣ୍ଣନା କରିଛନ୍ତି । ଦେଶବାସୀଙ୍କ ମଙ୍ଗଳକାମନା ପାଇଁ ପ୍ରାର୍ଥନା କରି ଏହି ଦୁଇ ଯୁବକ ପାଖାପାଖି ୧୩୪୦ ରୁ ୧୪୦୦ କିଲୋମିଟର ପାଦରେ ଚାଲି ଚାଲି ଯାତ୍ରା କରିଥିଲେ । ସେଠାରୁ ଫେରିବା ପରେ ଉତ୍ସାହୀ ଯୁବକଙ୍କୁ ସମ୍ୱର୍ଦ୍ଧିତ କରାଇବା ସହିତ ଗ୍ରାମ ପରିକ୍ରମା କରାଇଥିଲେ ସ୍ଥାନୀୟ ବାସିନ୍ଦା । ସେପଟେ ନିଜ ଅଞ୍ଚଳକୁ ଫେରିଥିବା ଦୁଇ ଯୁବକ ନିଜର ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ଏହି ଦୁଇ ଯୁବକଙ୍କୁ ନେଇ ଗର୍ବିତ ବୋଲି କହିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ- ମାଲକାନଗିରିକୁ ଫେରିଲେ ୨ ରାମଭକ୍ତ, ପାଦରେ ଚାଲି ଚାଲି ଯାଇଥିଲେ ଅଯୋଧ୍ୟା

ପ୍ରକାଶ ଥାଉକି, ଗତ 22 ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଏଥିପାଇଁ ସାଧୁ ସନ୍ଥଙ୍କ ସମେତ ବହୁ ବିଶିଷ୍ଟ ଅତିଥି ସାମିଲ ହୋଇଥିଲେ । ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଶୀର ବିଦ୍ବାନ ପଣ୍ଡିତ ମଣ୍ଡଳୀ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଥିଲେ । ଏହା ପରଦିନ ଅର୍ଥାତ ଜାନୁଆରୀ ୨୩ ତାରିଖରେ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ରାମ ମନ୍ଦିର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.