ETV Bharat / state

ବିଭିନ୍ନ ଦାବି ନେଇ ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଧାରଣା

author img

By ETV Bharat Odisha Team

Published : Jan 30, 2024, 10:10 PM IST

Trade union protest
Trade union protest

Subarnapur Trade Union:ଚତୁର୍ଥ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଧାରଣା । ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସମିତିର କାର୍ଯ୍ୟକର୍ତ୍ତା । ଅଧିକ ପଢନ୍ତୁ

ବିଭିନ୍ନ ଦାବି ନେଇ ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଧାରଣା

ସୁବର୍ଣ୍ଣପୁର: ଚତୁର୍ଥ ଦିନରେ ପହଞ୍ଚିଛି ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଧାରଣା । ବିଭିନ୍ନ ଦାବିକୁ ନେଇ ଗତ ୨୭ ତାରିଖରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ସମିତିର କାର୍ଯ୍ୟକର୍ତ୍ତା । ଟ୍ରେଡ଼ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ୱରେ ଶତାଧିକ ନିର୍ମାଣ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି।

ତେବେ ଗତ 18 ତାରିଖରେ ଟ୍ରେଡ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ଦାବି ପୂରଣ ପାଇଁ ଜାନୁୟାରୀ 26 ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ହେଲେ ଗତ ୭ ଦିନ ମଧ୍ୟରେ ଦାବି ପୂରଣ ନ ହେବାରୁ ଟ୍ରେଡ ୟୁନିୟନ ସମନ୍ବୟ ସମିତିର କାର୍ଯ୍ୟକର୍ତ୍ତା ଗତ 27 ତାରିଖରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ଟ୍ରେଡ଼ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ୱରେ ଶତାଧିକ ନିର୍ମାଣ ଶ୍ରମିକ ଏହି ଆନ୍ଦୋଳନରେ ନିଜକୁ ସାମିଲ କରିଛନ୍ତି । ନିର୍ମାଣ ଶ୍ରମିକମାନେ ବିଭିନ୍ନ ସରକାରୀ ସହାୟତା ଠିକ ସମୟରେ ପାଇବାରୁ ବଞ୍ଚିତ ହେଉଛନ୍ତି। ଯେପରିକି ଶିକ୍ଷା ସହାୟତା ,ବିବାହ ସହାୟତା ଓ ମୃତ୍ୟୁ କାଳୀନ ସହାୟତା ଆଦି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଉ ନ ଥିବା ଅଭିଯୋଗ କରିଛନ୍ତି । ସେହିପରି ନିର୍ମାଣ ଶ୍ରମିକ ପୋର୍ଟାଲ ଅନେକ ସମୟରେ କାର୍ଯ୍ୟ କରୁ ନ ଥିବାରୁ ନିର୍ମାଣ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଗର୍ଜିଲା ଅଖିଳ ଭାରତୀୟ ଟ୍ରେଡ଼ ୟୁନିୟନ କଂଗ୍ରେସ

ପୂର୍ବରୁ ପଞ୍ଜୀକୃତ ଶତାଧିକ ନିର୍ମାଣ ଶ୍ରମିକ ସରକାରୀ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ତ୍ରୁଟି ଶୂନ୍ୟ ଅନଲାଇନ ବ୍ୟବସ୍ଥା ସାଙ୍ଗକୁ ସହାୟତା ରାଶି ପାଇବାରୁ ବଞ୍ଚିତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ପୂର୍ବରୁ ଏନେଇ ଅନେକବାର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତି ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ତୁରନ୍ତ ପ୍ରଦାନ କରିବାକୁ ଦାବି ଆପତ୍ତି କରି ଆସୁଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ବି ନିର୍ମାଣ ଶ୍ରମିକମାନଙ୍କୁ ତାଙ୍କ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ପ୍ରତିଶୃତି ଉପରେ ପ୍ରତିଶୃତି ଦେଉଥିଲେ । ଟ୍ରେଡ ୟୁନିୟନ ସମନ୍ବୟ ସମିତି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ହେଲେ ଜିଲ୍ଲା ପ୍ରଶାସନ ଅହେତୁକ ଅବହେଳା ପ୍ରଦର୍ଶନ କରିବାରୁ ନିର୍ମାଣ ଶ୍ରମିକମାନେ ଧାରଣାରେ ବସିଛନ୍ତି । ତେବେ ବିଭିନ୍ନ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଦାରି ରହିବ ବୋଲି ଚେତାବନୀ ଦେଇଛି ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତି । ସେପଟେ ଆଜି ପୁଣିଥରେ ନିର୍ମାଣ ଶ୍ରମିକମାନଙ୍କ ସହିତ ଜିଲ୍ଲା ଶ୍ରମ ଅଧିକାରୀ ଆଲୋଚନା କରୁଥିବା ଜଣାପଡିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.