ETV Bharat / state

ବନାଗ୍ନି ଟେନସନ, 735 ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ - Forest Fire in Gajapati

author img

By ETV Bharat Odisha Team

Published : Apr 25, 2024, 5:55 PM IST

Forest Fire in Gajapati
Forest Fire in Gajapati

Forest Fire in Gajapati: ଗଜପତିରେ ଜଳୁଛି ଜଙ୍ଗଲ । ମୋଟ 735 ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Forest Fire in Gajapati

ଗଜପତି: ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଧୀରେ ଧୀରେ ବଢୁଛି ଜଙ୍ଗଲ ନିଆଁ । ବିଶେଷ ଭାବରେ ଓଡ଼ିଶାରେ ଥିବା ବିଭିନ୍ନ ଘଞ୍ଚ ଜଙ୍ଗଲ ପୋଡ଼ି ପାଉଁଶ ହେଇଯାଉଛି । ବନାଗ୍ନି ବର୍ତ୍ତମାନ ସମୟରେ ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ପାରଳାଖେମୁଣ୍ଡି ବନଖଣ୍ଡରେ ଫେବୃଆରୀ 2024 ମସିହା ଠାରୁ ଏପ୍ରିଲ 24 ତାରିଖ ମଧ୍ୟରେ ମୋଟ 735 ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ସୂଚନା ରହିଛି । ସେଥି ମଧ୍ୟରୁ 601 ଗୋଟି ଜଙ୍ଗଲ ମଧ୍ୟରେ ଏବଂ 134 ଗୋଟି ଜଙ୍ଗଲ ବାହାରେ ଚିହ୍ନଟ ହୋଇ ସମସ୍ତ ନିଆଁକୁ ବନ ବିଭାଗ ଦ୍ୱାରା ଆୟତ୍ତ କରାଯାଇଛି ।

ପାରଳାଖେମୁଣ୍ଡି ବନଖଣ୍ଡର ଯେଉଁ ସବୁ ଜଙ୍ଗଲ ଅଞ୍ଚଳରେ ବେଶୀ ନିଆଁ ଲାଗୁଛି ସେହି ସବୁ ସ୍ଥାନରେ ବନ ବିଭାଗ ତରଫରୁ କଡା ପାଟ୍ରୋଲିଂ କରାଯାଉଛି ଏବଂ ଅନ୍ୟ ଷ୍ଟାଫ ପ୍ରତ୍ୟେକ ଦିନ ସାଟେଲାଇଟ ମାଧ୍ୟମରେ ସୂଚନା ମୁତାବକ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବନଖଣ୍ଡର ସମସ୍ତ ନିଆଁକୁ ବନ ବିଭାଗ ଦ୍ୱାରା ଆୟତ୍ତ କରାଯାଇଛି । ବନଖଣ୍ଡରେ ଆଜି ଦିନରେ 120 ଜଣ ଜଙ୍ଗଲ ନିଆଁ ସୁରକ୍ଷା କର୍ମୀ ବିଭିନ୍ନ ଅସୁରକ୍ଷିତ ଦୁର୍ଗମ ଅଞ୍ଚଳମାନଙ୍କରେ ନିୟୋଜିତ କରାଯାଇଥିବା ନେଇ ଡିଏଫଓ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବୋଲ ମାନୁନି ବନାଗ୍ନି, ନାକେଦମ ବନବିଭାଗ - FOREST FIRE IN ODISHA

ଗତ 23 ତାରିଖ ଦିନ ଦିନ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ସରକାରଙ୍କ ତରଫରୁ 01 ଗୋଟି ଓଡ୍ରାଫ ଟିମରେ 42 ଜଣ କର୍ମଚାରୀ ପାରଳାଖେମୁଣ୍ଡି ବନଖଣ୍ଡ ପାଇଁ ନିୟୋଜିତ କରାଯାଇଛି । ଏମାନଙ୍କ ମଧ୍ୟରୁ ଗୋଟିଏ ଟିମ ଚନ୍ଦ୍ରଗିରି, ଅନ୍ୟ ଦୁଇ ଗୋଟି ଟିମ ମୋହନା ଓ ପାରଳାଖେମୁଣ୍ଡି ଠାରେ ଅବସ୍ଥାପିତ କରାଯାଇଛି । ଏନେଇ ଡିଏଫଓ କହିଛନ୍ତି, "ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ପ୍ରତ୍ୟେକ ଗାଁ ଲୋକଙ୍କୁ ସଚେତନତା କରାଯାଇଛି । ପ୍ରତ୍ୟେକ ଦିନ ବନଖଣ୍ଡରେ 15 ରୁ 20 ଟି ପଏଣ୍ଟରେ ନିଆଁ ଲାଗୁଛି । ଜଙ୍ଗଲ ନିଆଁ ନିମନ୍ତେ ବନଖଣ୍ଡ କାର୍ଯ୍ୟାଳୟ ଠାରେ ଏକ 24 ଘଣ୍ଟିଆ ଜଙ୍ଗଲ ନିଆଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଅଛି । ଏହା ଦ୍ୱାରା ବନଖଣ୍ଡର ଯେ କୌଣସି ଜଙ୍ଗଲରେ ନିଆଁ ଲାଗିଲେ ସଙ୍ଗେ ସଙ୍ଗେ ସେହି ଖବର ଉଚିତ ସ୍ଥାନରେ ପହଞ୍ଚାଇ ନିଆଁକୁ ଆୟତ୍ତ କରାଯାଉଛି । ଏଥିପାଇଁ ଏକ କଣ୍ଟ୍ରୋଲ ରୁମ ନମ୍ବର 9348405360 ଜାରି କରାଯାଇଛି ।"

ପ୍ରତ୍ୟେକ ନାଗରିକ ଏହି ଜଙ୍ଗଲ ନିଆଁକୁ ଜାଣିବା ନିମନ୍ତେ ଜଙ୍ଗଲ ବିଭାଗ ତରଫରୁ ଏକ ଆପ୍ "Mo Jungle: Mo Odisha Forest ‘ ଯାହା Google ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି । ଏହା ଦ୍ଵାରା ଜଙ୍ଗଲ ମଧ୍ୟରେ କେତୋଟି ସ୍ଥାନରେ ନିଆଁ ଲାଗିଅଛି ଏବଂ କେତୋଟି ନିଆଁ ପଏଣ୍ଟ କୁ ଲିଭା ଯାଇଅଛି ଜାଣିହେବ । ଏହାଛଡା ନିଆଁ ଲିଭାଇବା କାର୍ଯ୍ୟ ରେ 110 ଗୋଟି ନିଆଁ ଲିଭା ମେସିନ, 120 ଜଣ କର୍ମଚାରୀ ଓ ଗାଡି ନିୟୋଜିତ କରାଯାଇଛି । ନିଆଁ ଲାଗିଥିବା ଖବର ପାଇବାର କୌଣସି ସୂଚନା ମିଳିଲେ ତୁରନ୍ତ ବନ ବିଭାଗ କୁ ଖବର ଦେବାପାଇଁ DFO ଏସ ଆନନ୍ଦ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.