ETV Bharat / state

ଅବସରକାଳୀନ ଅର୍ଥରାଶି ପ୍ରଦାନ ଘୋଷଣାକୁ ପ୍ରତିବାଦ, ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି

author img

By ETV Bharat Odisha Team

Published : Mar 10, 2024, 11:02 PM IST

Teachers Protest
Teachers Protest

Teachers Protest: କ୍ୟାବିନେଟ୍ ପକ୍ଷରୁ ଅନୁମୋଦିତ ଶିକ୍ଷକ କର୍ମଚାରୀ ଅବସରକାଳୀନ ଅର୍ଥରାଶି ପ୍ରଦାନ ଘୋଷଣାକୁ ପ୍ରତ୍ୟାଖ୍ୟାନ କଲେ ନୂତନ ଅନୁଦାନ ପ୍ରାପ୍ତ ମାଧ୍ୟମିକ ଶିକ୍ଷକ କର୍ମଚାରୀ ସଂଘ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂଘ ଦାବି କରିଛି ।

Teachers Protest

ବ୍ରହ୍ମପୁର: ରାଜ୍ୟ ନୂତନ ଅନୁଦାନ ପ୍ରାପ୍ତ ମାଧ୍ଯମିକ ଶିକ୍ଷକ କର୍ମଚାରୀ ସଂଘର ପ୍ରତିବାଦ । ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଗତକାଲି କ୍ୟାବିନେଟ୍ ପକ୍ଷରୁ ଆସିଥିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂଘ ଦାବି କରିଛି। ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ସରକାରଙ୍କ ସମସ୍ତ କାର୍ଯ୍ୟକୁ ଏହି ବର୍ଗର ଶିକ୍ଷକମାନେ ବର୍ଜନ କରିବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ପତିଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦରେ କ୍ୟାବିନେଟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା ।

ସୂଚନା ଅନୁସାରେ, ରାଜ୍ୟରେ କ୍ୟାବିନେଟ୍ ପକ୍ଷରୁ ଅନୁମୋଦିତ ଶିକ୍ଷକ ଓ କର୍ମଚାରୀମାନଙ୍କ ଅବସରକାଳୀନ ମୁଣ୍ଡାମୁଣ୍ଡି ଅର୍ଥରାଶି ପ୍ରଦାନ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟ ନୂତନ ଅନୁଦାନ ପ୍ରାପ୍ତ ମାଧ୍ଯମିକ ଶିକ୍ଷକ କର୍ମଚାରୀ ସଂଘ । ଗଞ୍ଜାମ ଜିଲ୍ଲାରେ ସଙ୍ଘର କର୍ମକର୍ତ୍ତାମାନେ ବ୍ରହ୍ମପୁରର ଗାନ୍ଧୀନଗର ଛକଠାରେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଦୀର୍ଘ ବର୍ଷ ଧରି ସ୍ଥାୟୀ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଉଥିବା ଅବସରପ୍ରାପ୍ତ ରାଶି ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଏବଂ କର୍ମଚାରୀଙ୍କୁ ପ୍ରଦାନ କରିବା ପାଇଁ ଦାବି ହୋଇ ଆସୁଛି। ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ସରକାରଙ୍କ ସମସ୍ତ କାର୍ଯ୍ୟକୁ ଏହି ବର୍ଗର ଶିକ୍ଷକମାନେ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି (ଶନିବାର) ରାଜ୍ୟ କ୍ୟାବିନେଟରେ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ମୁଣ୍ଡାମୁଣ୍ଡି ଅବସରକାଳୀନ ସୁବିଧା ଭାବରେ ଶିକ୍ଷକମାନଙ୍କୁ ୬ ଲକ୍ଷ ଓ ଅଣଶିକ୍ଷକଙ୍କୁ ୪ ଲକ୍ଷ ଏକକାଳୀନ ପ୍ରଦାନ କରାଯିବାକୁ ଅନୁମୋଦନ କରାଯାଇଛି । ଏହି ଘୋଷଣାନାମାକୁ ଦୃଢ ବିରୋଧ କରାଯାଇଛି । ଦୀର୍ଘ ୩୬ ବର୍ଷ କାଳ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖିବା ଶୋଭନୀୟ ନୁହେଁ ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ଶିକ୍ଷକ । ସରକାରଙ୍କ ପ୍ରଚଳିତ ପୁରୁଣା ଅବସରକାଳୀନ ସୁବିଧା ପ୍ରଦାନ କରିବାକୁ ନିବେଦନ କରାଯାଇଛି । ନଚତ୍ ସଂଘ ତରଫରୁ ସମସ୍ତ ସରକାରୀ କାର୍ଯ୍ୟକୁ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟ କ୍ୟାବିନେଟ ବୈଠକ: ୧୦ ବିଭାଗର ୧୭ ପ୍ରସ୍ତାବରେ ମୋହର


ଗଞ୍ଜାମ ଜିଲ୍ଲାରେ ଏହି ଅବସରରେ ଆୟୋଜିତ ବୈଠକରେ ରାଜ୍ୟ ସଭାପତି କଳିଙ୍ଗ କେଶରୀ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ପତି, ଉପସଭାପତି ପଦ୍ମ ଚରଣ ପ୍ରଧାନ, ଗଞ୍ଜାମ ଜିଲ୍ଲା ସଭାପତି ବିଭୁ ପ୍ରସାଦ ପଣ୍ଡା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ସଂଗଠନ ସମ୍ପାଦକ ସୁଶାନ୍ତ ନାୟକଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ।

  • " class="align-text-top noRightClick twitterSection" data="">


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.