ETV Bharat / state

ପଦ୍ମ ଧରିଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାକେଶ - RAKESH JOINS BJP

author img

By ETV Bharat Odisha Team

Published : Apr 26, 2024, 10:31 PM IST

ପଦ୍ମ ଧରିଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାକେଶ
ପଦ୍ମ ଧରିଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାକେଶ

RAKESH JOIN BJP: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଧର୍ମଶାଳାର ଯୁବନେତା ହେଲେ ରାକେଶ କୁମାର ନାୟକ । ଶତାଧିକ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟଳରେ ହେଲେ ସାମିଲ । ଅଧିକ ପଢନ୍ତୁ

ପଦ୍ମ ଧରିଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାକେଶ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ । ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

ବିଜେପିରେ ସାମିଲ ହେବା ପରେ ରାକେଶ କହିଛନ୍ତି," ରାଜ୍ୟ ବିଜେପିରେ ସାମିଲ ହେବା ପରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ହୋଇ କାମ କରିବି । ଦଳ ଯେତେବେଳେ ଯାହା ନିର୍ଦ୍ଦେଶ ଦେବା ସେହି ମୁତାବିକ କାର୍ଯ୍ୟ କରିବି । ଧର୍ମଶାଳା ସମେତ ରାଜ୍ୟ ବିଜେପିର ସଙ୍ଗଠନକୁ ସୁଦୃଢ କରିବାରେ ଜଣେ ଗୁଣ୍ଡୁଚି ମୂଷା ହୋଇ କାମ କରିବି ।"ସେହିପରି ଏହି ମିଶ୍ରଣ ପର୍ବରେ ଯାଜପୁର ଲୋକସଭା ପ୍ରାର୍ଥୀ ରବି ନାରାୟଣ ଜେନା, ଧର୍ମଶାଳା ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି, ମଣ୍ଡଳ ସଭାପତି ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ରାଜ୍ୟ କାର୍ଯ୍ୟାଳୟରେ ଆଜିକୁ ମଶାଇ ୨୫୨ଟି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିକାଶ ପାଇଁ ଓଡ଼ିଶାବାସୀ ଏବେ ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି ବୋଲି କହିଛନ୍ତି ବିଜେପି ନେତା । ଓଡ଼ିଶାରେ ବିଜେପି “ଡବଲ ଇଞ୍ଜିନ ସରକାର ଗଠନ” କରିବା ପାଇଁ ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ଆଗକୁ ମଧ୍ୟ ଆହୁରି ବହୁ ଲୋକେ ମିଶିବେ । ନୂତନ କାର୍ଯ୍ୟକର୍ତ୍ତାମାନେ ପାର୍ଟିର ଶକ୍ତିକୁ ମଜଭୁତ କରିବା ସହ ସୁଦୃଢ଼ କରୁଛନ୍ତି ବୋଲି କହିଛି ରାଜ୍ୟ ବିଜେପି ।

ଏହା ମଧ୍ୟ ପଢନ୍ତୁ..... ପାଣ୍ଡିଆନଙ୍କୁ ଶାସନଭାର ଟେକିଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଷଡ଼ଯନ୍ତ୍ର: ବିଜେପି - BJP Slams CM Naveen

ଏହା ମଧ୍ୟ ପଢନ୍ତୁ .... ବିଜେପିକୁ ବାହୁଡ଼ିଲେ ବିଧାୟକ ପର୍ଶୁରାମ ଧଡା - Parshuram Dhada Joins BJP

ପ୍ରକାଶ ଯୋଗ୍ୟ, ସେହିପରି ବିଜେପିକୁ ଫେରିଲେ ବିଧାୟକ ପର୍ଶୁରାମ ଧଡା । ପଦ୍ମ ଶିବିରରେ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ା । କିଛି ଦିନ ତଳେ ବିଜେଡି ଛାଡ଼ିଥିଲେ ପର୍ଶୁରାମ । ସେ ବିଜେପିରେ ଆଗରୁ ଥିବାବେଳେ ପରେ ବିଜେଡିରେ ଯୋଗ ଦେଇ ବିଧାୟକ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ଟିକଟ ନଦେବାରୁ ସେ ପୁଣି ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ମିଶିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.