ETV Bharat / state

ଶେଷ ହେଲା ରାଜ୍ୟ ପୋଲିସ ଡ୍ୟୁଟି ମିଟ୍, କୃତି ଅଫିସରଙ୍କୁ ସମ୍ବର୍ଦ୍ଧନା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

author img

By ETV Bharat Odisha Team

Published : Feb 4, 2024, 10:13 PM IST

ଶେଷ ହେଲା ରାଜ୍ୟ ପୋଲିସ ଡ୍ୟୁଟି ମିଟ
ଶେଷ ହେଲା ରାଜ୍ୟ ପୋଲିସ ଡ୍ୟୁଟି ମିଟ

State Police Duty Meet :ଶେଷ ହୋଇଛି ଓଡିଶା ପୋଲିସର ୬୮ତମ ଡ୍ୟୁଟି ମିଟ୍ । ପୋଲିସ ଅଫିସରଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ହେଉଛି ଏହାର ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ

ଶେଷ ହେଲା ରାଜ୍ୟ ପୋଲିସ ଡ୍ୟୁଟି ମିଟ

କଟକ: ଶେଷ ହୋଇଛି ଓଡିଶା ପୋଲିସରେ ୬୮ତମ ରାଜ୍ୟ ପୋଲିସ ଡ୍ୟୁଟି ମିଟ୍ । କୃତି ପୋଲିସ ଅଫିସରଙ୍କୁ ସମ୍ବର୍ଦ୍ଧନା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ପୋଲିସ ଜୀବନରେ ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ଏହି ମିଟ ଅନୁଷ୍ଠିତ ହୋଇଥାଏ । କୋଭିଡ କାରଣରୁ ଗତ ୪ ବର୍ଷ ଧରି ଏହି ମିଟ ବନ୍ଦ ରହିଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ତଦନ୍ତ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା । ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଅଫିସରମାନେ ଲକ୍ଷ୍ନୌରେ ଆଗାମୀ ଦିନରେ ହେବାକୁ ଥିବା ସର୍ବଭାରତୀୟ ପ୍ରତିଯୋଗିତାରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ ।

ଏଥିରେ ୧୨ଟି ଇଭେଣ୍ଟ ମଧ୍ୟରେ ବିଭିନ୍ନ ପ୍ରକାର ତଦନ୍ତ ଯେପରି ସାଇଣ୍ଟିଫିକ, ଫୋରେନସିକ, କେ୯ ଓ ସାଇବର କ୍ରାଇମକୁ ନେଇ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ୨ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏହି ପୋଲିସ ମିଟରେ ଭାଗ ନେଇଥିଲେ । ତେବେ କୃତି ପୋଲିସ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଲକ୍ଷ୍ନୌରେ ହେବାକୁ ଥିବା ସର୍ବଭାରତୀୟ ପ୍ରତିଯୋଗିତା ପାଇଁ ଏହି ମିଟରୁ ମଧ୍ୟ ଅନେକ ପୋଲିସ ଅଫିସର ଚୟନ ହେବେ ବୋଲି କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହା କଟକ ଓମପି ସ୍ଥିତ ଷଷ୍ଠ ବାଟେଲିୟନରେ ଏହା 4 ଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ .... ପୋଲିସ ଗୁଳିରେ ଟଳିଲା ମାଓବାଦୀ ଦସ୍ରୁ; KKBN ଡିଭିଜନର ଥିଲା ଜିଲ୍ଲା କମାଣ୍ଡର

ଏହି ଅବସରରେ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଓଡିଶା ପୋଲିସର ତଦନ୍ତ ଓ ଅନୁସନ୍ଧାନ ଯେପରି ଆହୁରି ତ୍ୱରିତ ଓ ବୈଜ୍ଞାନିକ ପ୍ରଣାଳୀରେ ହେବ । ତାହା ନିଶ୍ଚୟ ଏହି ପ୍ରତିଯୋଗିତା ମାଧ୍ୟମରେ ମିଳି ପାରିବ । ଏହାଛଡ଼ା ସାଇବର କ୍ରାଇମ ଓ ନାରୀମାନଙ୍କ ଉପରେ ହେଉଥିବା ଅପରାଧ ଉପରେ ରୋକ ଲଗାଇବା ପାଇଁ ଯେଉଁ ଅନୁସନ୍ଧାନ କୌଶଳ ଆବଶ୍ୟକ, ତାହା ମଧ୍ୟ ଏହି ମିଟର ମୂଳ ଲକ୍ଷ୍ୟ ରହିଥିଲା ।

ଅନ୍ୟପଟେ ରାଜ୍ୟ ପୋଲିସ ଦିନକୁ ଦିନ ବହୁ ଉଲ୍ଲେଖନୀୟ କାର୍ଯ୍ୟକୁ କରୁଥିବାରୁ ସମସ୍ତ ପୋଲିସ ଅଫିସରଙ୍କୁ ସାଧୁବାଦ ଜଣାଇଛନ୍ତି ମନ୍ତ୍ରୀ । ଆଗାମୀ ଦିନରେ ପୋଲିସ ଅପରାଧୀକ କାର୍ଯ୍ୟକଳାପ ଘଟାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.