ETV Bharat / state

ହଜିବାକୁ ବସିଲାଣି ବସନ୍ତ, ଋତୁ ଚକ୍ରରେ ପରିବର୍ତ୍ତନ ବଢାଉଛି ଚିନ୍ତା - Spring Is Disappearing

author img

By ETV Bharat Odisha Team

Published : Mar 30, 2024, 8:50 PM IST

Spring Is Disappearing Due To Climate Change: ପୂର୍ବ ଭଳି ଆଉ ନେଇ ହେଉନି ବସନ୍ତ ଋତୁର ଅନୁଭୂତି । ଋତୁ ଚକ୍ରରେ ପରିବର୍ତ୍ତନ ଯୋଗୁ ହଜିବାକୁ ବସିଛି ବସନ୍ତ । ଅଧିକ ପଢନ୍ତୁ

Spring Is Disappearing
Spring Is Disappearing

Spring Is Disappearing

ବରଗଡ଼: କୁହାଯାଏ ୬ ଋତୁ ମଧ୍ୟରେ ଶ୍ରେଷ୍ଠ ବସନ୍ତ ଋତୁ । ବସନ୍ତର ଆଗମନରେ ଧରଣୀ ରାଣୀ ରଙ୍ଗ ବେରଙ୍ଗ ଫୁଲ ଓ ଫଳରେ ସଜେଇ ହୋଇଯାଇଥାଏ । ଫାଲଗୁନ ଏବଂ ଚୈତ୍ର ଦୁଇ ମାସକୁ ନେଇ ଆସିଥାଏ ବସନ୍ତ ଋତୁ । ସତେ ଯେମିତି ଧରଣୀ ରାଣୀ ଫୁଲରେ ସଜେଇ ହୋଇ ଋତୁରାଜା ବସନ୍ତକୁ ସ୍ୱାଗତ କରିଥାଏ । ଯାହାକୁ ନେଇ କବି ଓ ପରିବେଶବିତମାନେ ବେଶ ଉତ୍ସାହିତ ହୋଇପଡିଥାନ୍ତି । ବସନ୍ତରେ ପ୍ରାକୃତିକ ଶୋଭାକୁ ଉପଭୋଗ କରିଥାନ୍ତି ସମସ୍ତେ । ହେଲେ ଆଜି ଆଉ ସେ ଦିନ ନାହିଁ । ଧୀରେ ଧୀରେ ଋତୁ ଚକ୍ରରେ ପରିବର୍ତ୍ତନ ଯୋଗୁ ହଜିବାକୁ ବସିଛି ବସନ୍ତ ।

ସମୟ ଥିଲା ବସନ୍ତ ଋତୁ ଆସିଲେ ପଳାସ ଓ ସିମିଳି ଫୁଲରେ ପରିବେଶ ଲାଲ ଦେଖାଯାଉଥିଲା । ରଙ୍ଗ ବେରଙ୍ଗର ଫୁଲଫଳରେ ପରିବେଶ ରଙ୍ଗୀନ ହୋଇଉଠୁଥିଲା । ମହୁଲ ଗଛତଳେ ମହୁଲ ପଡି ଭୁପୃଷ୍ଠ ଧଳା ରଙ୍ଗରେ ରଙ୍ଗେଇ ହୋଇଯାଇଥିବା ବେଳେ ଆମ୍ବ ବଉଳ ଓ ମହୁଲ ବାସନା ଭରା ପବନ ମନକୁ ମତୁଆଲା କରୁଥିଲା । ସ୍ଥାନେ ସ୍ଥାନେ ପତ୍ରଝଡା ପରେ ବୃକ୍ଷ ମାନଙ୍କରେ କଅଁଳିଆ ପତ୍ର ଶୋଭାପାଉଥିଲା । ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲକୁ ଭ୍ରମର ଗୁଣୁଗୁଣୁ ଗୀତ ଗାଇ ଉଡି ବୁଲୁଥିଲା । କୋଇଲିର ସୁମଧୁର ସ୍ଵର ସାଙ୍ଗକୁ ପକ୍ଷୀମାନଙ୍କର କିଚିର ମିଚିରି ଶବ୍ଦ ଏବଂ ନିର୍ଭୟରେ ମଣିଷମାନଙ୍କ ନିକଟରେ ବିଚରଣ କରୁଥିଲେ । ହେଲେ ବର୍ତ୍ତମାନ ଋତୁ ଚକ୍ରରେ ପରିବର୍ତ୍ତନ ସାଙ୍ଗକୁ ବସନ୍ତ ନିଜର ସତ୍ତା ହରାଇଛି ।

ଏନେଇ ବୁଦ୍ଧିଜୀବୀ କହିଛନ୍ତି, "ବସନ୍ତ କେବଳ ପିଲାଙ୍କ ପାଠପଢା ବହିରେ ସୀମିତ । ପୂର୍ବ ଭଳି ପରିବେଶ ନଥିବା ପଛର କାରଣ ହେଉଛି ଋତୁ ଚକ୍ରରେ ପରିବର୍ତ୍ତନ । ଯାହାକି ମନୁଷ୍ୟକୃତ । ବହୁ ସଂଖ୍ୟାରେ ଗଛଲତା କାଟି ଦିଆଯାଉଥିବାରୁ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳୁଛି ।"

ଏହା ମଧ୍ୟ ପଢନ୍ତୁ...ଇସ୍ପାତ ସହରରେ କାଗଜ ଫୁଲର ସମ୍ଭାର, ବାଟୋଇଙ୍କ ମନ ମୋହୁଛି

ବିଶେଷ କରି ସହରାଞ୍ଚଳରେ ବସନ୍ତ ରୂତୁର ଅନୁଭୂତି ହଜିଯାଇଛି । ପୂର୍ବରୁ ଲୋକେ ଅନୁଭୂତ କରୁଥିବା ୬ଟି ଋତୁ ମଧ୍ୟରୁ ଆଜି କେବଳ ଗ୍ରୀଷ୍ମ , ବର୍ଷା ଓ ଶୀତ ଏହି ତିନୋଟି ଋତୁ ହିଁ ଲୋକେ ଅନୁଭୂତ ହେଉଥିବା ନେଇ ମତ ପ୍ରକାଶ ପାଇଛି । ଆଜିର ବିଜ୍ଞାନ ଓ ମୋବାଇଲ ଯୁଗରେ ମଣିଷ ଯେଉଁଭଳି ବ୍ୟସ୍ତବହୁଳ ଜୀବନଜାପନ କରୁଛି ମଣିଷ ପାଖରେ ପ୍ରକୃତିର ଏହି ସୌନ୍ଦର୍ଯ୍ୟଭରା ପରିବେଶକୁ ଉପଭୋଗ କରିବାକୁ ମଧ୍ୟ ସମୟ ନାହିଁ । ଅନ୍ୟପଟେ ମଣିଷ ଯେଉଁ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟ କରିଚାଲିଛି ଏହା ତାହାର ପରିଣାମ ହୋଇଥିବା ମତ ପ୍ରକାଶ ପାଇଛି । ତେଣୁ ସମସ୍ତଙ୍କୁ ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି ପରିବେଶବିତ୍ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.