ETV Bharat / state

ଇସ୍ପାତ ସହରରେ କାଗଜ ଫୁଲର ସମ୍ଭାର, ବାଟୋଇଙ୍କ ମନ ମୋହୁଛି

author img

By ETV Bharat Odisha Team

Published : Mar 15, 2024, 10:35 AM IST

Paper Flowers Beauty In Rourkela: କାଗଜ ଫୁଲରେ ସଜେଇ ହୋଇଛି ଇସ୍ପାତ ନଗରୀ ରାଉରକେଲା । ବସନ୍ତ ଆଗମନରେ ଭଳି କି ଭଳି କାଗଜ ଫୁଲର ସମ୍ଭାର ଚଲା ବୋଟୋଇଙ୍କ ଆକୃଷ୍ଟ କରିବା ସହ ସହରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ।

ଇସ୍ପାତ ନଗରୀରେ ପାର୍କର ଭ୍ରମ; ବାଟୋଇଙ୍କ ମନ ମୋହୁଛି କାଗଜ ଫୁଲର ସମ୍ଭାର
ଇସ୍ପାତ ନଗରୀରେ ପାର୍କର ଭ୍ରମ; ବାଟୋଇଙ୍କ ମନ ମୋହୁଛି କାଗଜ ଫୁଲର ସମ୍ଭାର

ଇସ୍ପାତ ନଗରୀରେ ପାର୍କର ଭ୍ରମ; ବାଟୋଇଙ୍କ ମନ ମୋହୁଛି କାଗଜ ଫୁଲର ସମ୍ଭାର

ରାଉରକେଲା: ପ୍ରେମ ଓ ସୌନ୍ଦର୍ଯ୍ୟର ପ୍ରତୀକ ହେଉ ଫୁଲ । ମଣିଷ ଜୀବନରେ ଫୁଲର ରହିଛି ଏକ ବିଶେଷ ମହତ୍ତ୍ୱ । ଫୁଲର ସୁନ୍ଦରତା ମଣିଷ ଜୀବନରେ ଆଣିଦିଏ ଖୁସି ଏବଂ ଉନ୍ମାଦନା । ଏଣୁ ଲୋକେ ନିଜ ବାଡି ବଗିଚାରେ ଫୁଲ ଗଛ ଲଗାଇବାକୁ ବେଶ ଭଲପାଆନ୍ତି । ଯାହାକୁ ଦେଖି ଦୂର ହୋଇଥାଏ ଥକ୍କାପଣ । ତେବେ ଭାବନ୍ତୁ ଯଦି ସମ୍ପୂର୍ଣ୍ଣ ରାସ୍ତାଟି ଫୁଲରେ ସଜେଇ ହୋଇଥାଏ ତାହା ହେଲେ ଏହି ରାସ୍ତାରେ ଯାତାୟାତ କରିବା ମାନେ ଆନନ୍ଦମୟ ହେବ । ଠିକ୍ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଷ୍ଟିଲ ସିଟି ରାଉରକେଲା ସହରରେ।

ରାସ୍ତା ସୃଷ୍ଟି କରିଛି ପାର୍କର ଭ୍ରମ: ରାଉରକେଲା ସହରର ଲାଇଫ ଲାଇନ କୁହାଯାଉଥିବା ରିଂ ରୋଡ଼, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ରଙ୍ଗବେରଙ୍ଗର କାଗଜ ଫୁଲରେ ସଜେଇ ହୋଇଛି । ସହରର ଏହି ରାସ୍ତା ବର୍ତ୍ତମାନ ଏକ ପାର୍କ ବା ଫୁଲ ବଗିଚାର ଭ୍ରମ ସୃଷ୍ଟି କରିଛି। ବସନ୍ତର ଆଗମନରେ ଏହି କାଗଜ ଫୁଲର ସୌନ୍ଦର୍ଯ୍ୟ ତା ସାଙ୍ଗକୁ ସୁଲସୁଲିଆ ପବନ ପାର୍କ ବା ବଗିଚା ଭଳି ଦୃଶ୍ୟମାନ ହେଉଛି ରାଉରକେଲା ସହରର ଲାଇଫ ଲାଇନ ବୋଲାଉଥିବା ରିଙ୍ଗ ରୋଡ଼ । ଏହି ମନଲୋଭା ଦୃଶ୍ୟ ଏବେ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବା ସହ ଏହି ରୋଡରେ ଯାତାୟତ କରୁଥିବା ଲୋକଙ୍କ ବେଶ ମନ ମୋହୁଛି ।

ରଙ୍ଗବେରଙ୍ଗର କାଗଫୁଲରେ ସଜେଇ ହୋଇଛି ସହର: ଗୋଲାପୀ, ଧଳା, ହଳଦିଆ ରଙ୍ଗର କାଗଜ ଫୁଲରେ ସଜେଇ ହୋଇଛି ରାଉରକେଲା ସହରର ସମ୍ପୂର୍ଣ୍ଣ ରିଂ ରୋଡ଼ । 100 ମିଟର କି 200ମିଟର ନୁହେଁ ପ୍ରାୟ 18 କିଲୋମିଟର ରିଙ୍ଗ ରୋଡ଼ ରାସ୍ତାରେ ସଜେଇ ହୋଇ ହୋଇଛି ଭଳିକି ଭଳି କାଗଜ ଫୁଲ । ଫୁଲ ବଗିଚା ସଦୃଶ ସଜେଇ ହୋଇଛି ରାଉରକେଲା ସହରର ରିଂ ରୋଡ଼ । ଯାହା ଏହି ରାସ୍ତାକୁ ମଧ୍ୟ ସୁନ୍ଦର ରୂପ ଦେଉଛି । ରାସ୍ତାଟି ଏଭଳି ଦିଶୁଛି ଯେ ଆପଣ ବୋଧ ହୁଏ କୌଣସି ବିଦେଶର କେଉଁ ପର୍ଯ୍ୟଟନ ସ୍ଥଳୀରେ ଭ୍ରମଣ କରୁଛନ୍ତି । ରାସ୍ତାରେ ଯାଉଥିବା ଲୋକେ ଏହି ସୁନ୍ଦର ମନଲୋଭା ଦୃଶ୍ୟକୁ ବେଶ ଉପଭୋଗ କରୁଛନ୍ତି । ଏହାକୁ ଦେଖି ଲୋକଙ୍କ ମନରେ ଆସୁଛି ଏକ ନିଆରା ଅନୁଭୂତି ।

ମନ ମୋହୁଛି କାଗଜ ଫୁଲ: ରାଉରକେଲା ସହରର ରିଂ ରୋଡ଼ ସହରବାସୀଙ୍କ ମନରେ ଆଣିଦେଇଛି ନିଆରା ଅନୁଭୂତି । ଏବେ ଏହି ଅନୁଭୂତିକୁ ଚାର ଚାନ୍ଦ ଲଗାଉଛି ରାସ୍ତାରେ ହୋଇଥିବା କାଗଜ ଫୁଲ । ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହି ରୋଡ଼କୁ ସୌନ୍ଦର୍ଯ୍ୟମୟ କରିବା ପାଇଁ କାଗଜ ଫୁଲ ଗଛ ଲଗାଇଥିଲେ । ଯାହା ବର୍ତ୍ତମାନ ସହରର ସୌନ୍ଦର୍ଯ୍ୟ କରଣକୁ ଆହୁରି ଦ୍ବିଗୁଣିତ କରିଛି । କେବଳ ଏତିକି ନୁହେଁ ବସନ୍ତ ଋତୁର ଆଗମନରେ କାଗଜ ଫୁଲର ଏହି ମନହରା ପରିବେଶ ଲେଖକ ଏବଂ କବି ମାନଙ୍କ ଭାବନାକୁ ମଧ୍ୟ ପୁଲକିତ କରୁଛି ।

ଏହା ମଧ୍ୟ ପଢନ୍ତୁ: ଡହ ଡହ ଖରାରେ ସିଝୁଛି ଷ୍ଟିଲସିଟି, ଅସ୍ତବ୍ୟସ୍ତ ଜନଜୀବନ

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.