ETV Bharat / state

ଡହ ଡହ ଖରାରେ ସିଝୁଛି ଷ୍ଟିଲସିଟି, ଅସ୍ତବ୍ୟସ୍ତ ଜନଜୀବନ

author img

By ETV Bharat Odisha Team

Published : Mar 14, 2024, 4:57 PM IST

Heat Wave In Sundargarh: ଗ୍ରୀଷ୍ମ ଆରମ୍ଭ ନହେଉଣୁ ପ୍ରବଳ ଖରାରେ ଆଉଟୁ ପାଉଟୁ ରାଉରକେଲା ସହର । ଅସ୍ତବ୍ୟସ୍ତ ଜନଜୀବନ । ଅଧିକ ପଢନ୍ତୁ

Heat Wave In Sundergarh
Heat Wave In Sundergarh

Heat Wave In Sundergarh

ରାଉରକେଲା: ଚୈତ୍ର ମାସ ଆରମ୍ଭ ନହେଉଣୁ ତତଲା କଡେଇରେ ଭାଜି ହେଉଛି ରାଉରକେଲା ସହର । ଉତ୍ତପ୍ତ ସୂର୍ଯ୍ୟ କିରଣରେ ସିଜୁଛି ଷ୍ଟିଲ ସିଟି ରାଉରକେଲା । ସକାଳ 6ଟାରୁ ଖରା ଆରମ୍ଭ ହେଉଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ନିସ୍ତାର ନାହିଁ । ଘରୁ ବାହାରିଲା ମାତ୍ରେ ଦେହ ହାତ ଜଳିଲା ଭଳି ଲାଗୁଛି । ଗ୍ରୀଷ୍ମ ଆରମ୍ଭ ନେହେଉଣୁ ମାର୍ଚ୍ଚ ଆରମ୍ଭରୁ ପାରଦ 40 ଡିଗ୍ରୀ ଛୁଇଁଛି ।

ପ୍ରବଳ ଖରାରେ ଆଉଟୁ ପାଉଟୁ ହେଲାଣି ରାଉରକେଲା ସହର । ହନ୍ତସନ୍ତ ହେଉଛନ୍ତି ରାଉରକେଲା ସହରର ଜନ ସାଧାରଣ । ସକାଳ ୯ ଟା ବାଜୁଣୁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି । କେବଳ ଯେ ରାଉରକେଲା ନୁହେଁ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି । ଡହଡହ ଖରାରେ ସିଜୁଛି ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା । ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସହର ସହ ସୁନ୍ଦରଗଡ଼ ସହର ଏବଂ ବଣାଇ ସହର ପାଲଟିଛି ଉତ୍ତପ୍ତ ସହର । ତାପମାତ୍ରା 40 କୁ ଛୁଇଁଛି । ରାଉରକେଲା ସହର ଏବଂ ସୁନ୍ଦରଗଡ଼ ସହରରେ ମଧ୍ୟ ତାପମାତ୍ରା 40 ଡିଗ୍ରୀ ରହିଛି ଏବଂ ବଣାଇ ସହରରେ ମଧ୍ୟ ତାପମାତ୍ରା 41 ଡିଗ୍ରୀକୁ ଛୁଇଁଛି । ତେବେ ବର୍ତ୍ତମାନ ଏକ ତତଲା କଡେଇ ରେ ଭାଜି ହେଉଛନ୍ତି ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ଜନ ସାଧାରଣ ।

ଏହା ମଧ୍ୟ ପଢନ୍ତୁ: ଆହୁରି ଦୁଇ ଦିନ ଅସହ୍ୟ କରିବ ଗରମ, ୩୯ ଡ଼ିଗ୍ରୀ ଅତିକ୍ରମ ଦିନର ତାପମାତ୍ରା

ସମ୍ପୂର୍ଣ୍ଣ ଜିଲ୍ଲାରେ କଲବଲ କରୁଛି ଗ୍ରୀଷ୍ମ ତାତି । ଖରାକୁ ଦେଖି ଭୟଭୀତ ହୋଇଛନ୍ତି ଜିଲ୍ଲାବାସୀ । ସକାଳ ୯ ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନୁଭୂତ ହେଉଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ସେହିପରି ଗତ କିଛି ଦିନ ହେଲା ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ସହ ରାଉରକେଲା ରେ ତାପମାତ୍ର ଅଧିକ ରହୁଥିବାରୁ ବର୍ତ୍ତମାନ ଅସ୍ତବ୍ୟସ୍ତ ଲୋକେ । ଆଗାମୀ ଦିନରେ ମଧ୍ୟ ଗ୍ରୀଷ୍ମପ୍ରବାହ ବଢିବ ବୋଲି ସତର୍କ ସୂଚନା ଦିଆଯାଇଛି । ଲୋକେ ଖରାରେ ବାହାରକୁ ବାହାରିଲେ ସାଥିରେ ପାଣି ବୋତଲ, ଓଦା ଗାମୁଛା ସମେତ ଛତା ଓ କଳା ଚଷମା ରଖିବା ଆରମ୍ଭ କଲେଣି । ବର୍ତ୍ତମାନ ମାର୍ଚ୍ଚ ମାସରେ ଏଭଳି ଖରା ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଏପ୍ରିଲ ମେରେ ସ୍ଥିତି କଣ ହେବ ଏବେଠୁ ବାରି ହୋଇ ପଡୁଛି ।



ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.