ETV Bharat / state

ବନ୍ଦ ପଡ଼ିଛି ନାପକିନ ଉତ୍ପାଦନ କେନ୍ଦ୍ର, ହାତ ବାନ୍ଧି ବସିଛନ୍ତି ମହିଳା ଗୋଷ୍ଠୀ

author img

By ETV Bharat Odisha Team

Published : Mar 4, 2024, 8:09 AM IST

Updated : Mar 4, 2024, 1:44 PM IST

SHG Group: ବୌଦ୍ଧ ଜିଲ୍ଲା ମନୁପାଲି ପଞ୍ଚାୟତ ଅନ୍ତର୍ଗତ କନ୍ଦରିଆପଡା ଗ୍ରାମର ମହିଳା ଗୋଷ୍ଠୀ ନାପକିନ ଉତ୍ପାଦନ କେନ୍ଦ୍ର ସହିତ କାର୍ଯ୍ୟ କରି ବ୍ୟାଙ୍କ ଋଣରେ ବୁଡିଥିବା ଅଭିଯୋଗ । ଅଧିକ ପଢନ୍ତୁି

ବନ୍ଦ ପଡ଼ିଛି ନାପକିନ ଉତ୍ପାଦନ କେନ୍ଦ୍ର
ବନ୍ଦ ପଡ଼ିଛି ନାପକିନ ଉତ୍ପାଦନ କେନ୍ଦ୍ର

ବନ୍ଦ ପଡ଼ିଛି ନାପକିନ ଉତ୍ପାଦନ କେନ୍ଦ୍ର

ବୌଦ୍ଧ: ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଅଧିକ ଆର୍ଥିକ ସ୍ବାବଲମ୍ବୀ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବର୍ତ୍ତମାନ ନାପକିନ ଉତ୍ପାଦନ କେନ୍ଦ୍ର ସହିତ କାର୍ଯ୍ୟ କରି ମହିଳା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ସ୍ବାବଲମ୍ବୀ ହେବେ କଣ ଓଲଟି ବ୍ୟାଙ୍କ ଋଣରେ ବୁଡି ଯାଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ମନୁପାଲି ପଞ୍ଚାୟତ ଅନ୍ତର୍ଗତ କନ୍ଦରିଆପଡା ଗ୍ରାମର ଏସଏଚଜି ମହିଳାମାନେ ଏଭଳି ଅଭିଯୋଗ ଆଣିଛନ୍ତି ।

କନ୍ଦରିଆପଡା ଗ୍ରାମର ୧୧ ଜଣ ମହିଳାଙ୍କୁ ନେଇ ମା' କନ୍ଧେନ ବୁଢ଼ୀ ଏସ ଏଚଜି ଗ୍ରୁପ ଗଠିତ । ତେବେ ଆଦିବାସୀ ଅଧ୍ୟୁଷିତ କନ୍ଦରିଆପଡା ଗ୍ରାମର ବନ୍ଦ ହୋଇ ରହିଥିବା ଏକ ବିଦ୍ୟାଳୟ ଗୃହରେ ଗତ ୩୦ ଜୁଲାଇ ୨୦୨୨ ମସିହାରେ ଏସଏଚଜି ମହିଳାମାନେ ମିଶନ ଶକ୍ତିର ସହାୟତାରେ ଏକ ନାପକିନ ଉତ୍ପାଦନ କେନ୍ଦ୍ର ଖୋଲିଥିଲେ । କଣ୍ଟାମାଳ ବିଧାୟକ, ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ନାପକିନ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏନେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମିଶନ ଶକ୍ତି ମାଧ୍ୟମରେ ବ୍ୟାଙ୍କରୁ ଦେଢ ଲକ୍ଷ ଟଙ୍କା ଋଣ ନେଇଥିଲେ । ଏଥିସହ ବାଉଶୁଣୀର ଓ୍ବାଇସିଡିଏ ସଂସ୍ଥା ନାପକିନ ଉତ୍ପାଦନ ପାଇଁ ବିଭିନ୍ନ ମେସିନ ଓ ସରଞ୍ଜାମ ଯୋଗାଇ ସେଠାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରି ପାଇଁ ନିଷ୍ପତ୍ତି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଖୋର୍ଦ୍ଧାରେ ଛେଳି ଚାଷୀଙ୍କୁ ମିଳୁନି ସବସିଡି ଅର୍ଥ

ଏଭଳି ଭାବରେ ୬ ମାସ ଠିକଠାକ ଉକ୍ତ ନାପକିନ ଉତ୍ପାଦନ କେନ୍ଦ୍ର ଚାଲିବା ପରେ ହଠାତ୍ ମିଶନ ଶକ୍ତି ବିଭାଗ ଓ ଓ୍ବାଇସିଡିଏ ସଂସ୍ଥା ସହଯୋଗ ଦେବା ଏକ ପ୍ରକାର ବନ୍ଦ କରି ଦେଇଥିଲା । ଏଥି ସହିତ ଉତ୍ପାଦନ ହୋଇଥିବା ସମସ୍ତ ନାପକିନ ଓ ଅନ୍ୟାନ୍ୟ ସାମଗ୍ରୀକୁ ନେଇଯାଇଥିଲେ । ଫଳରେ ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେଲା ଉକ୍ତ ଗହଣା ବା ନାପକିନ ଉତ୍ପାଦନ କେନ୍ଦ୍ରରେ ତାଲା ଝୁଲୁଛି । ଫଳରେ ମହିଳା ଗୋଷ୍ଠୀର ସଦସ୍ୟମାନେ ହାତ ବାନ୍ଧି ଘରେ ବସିଛନ୍ତି । ସେପଟେ ବ୍ୟାଙ୍କରୁ ମହିଳା ଗୋଷ୍ଠୀ ଆଣିଥିବା ଦେଢ଼ ଲକ୍ଷ ଟଙ୍କା ଋଣ ଫେରସ୍ତ ହୋଇ ନଥିବାରୁ ମହିଳାମାନେ ଆଉ ଋଣ ଉଠାଣ କରିପାରୁ ନାହାନ୍ତି । ଫଳରେ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କନ୍ଦରିଆପଡା ଗ୍ରାମର ମହିଳା ଗୋଷ୍ଠୀ । ଏନେଇ ମହିଳା ଗୋଷ୍ଠୀ ମିଶନ ଶକ୍ତି ଓ ଓ୍ବାଇସିଡିଏ ସଂସ୍ଥା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Mar 4, 2024, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.