ETV Bharat / state

ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକକୁ ପିଟିଲା ଭ୍ୟାନ ଦୁଇ ମୃତ

author img

By ETV Bharat Odisha Team

Published : Feb 5, 2024, 11:12 PM IST

ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକକୁ ପିଟିଲା ଭ୍ୟାନ ଦୁଇ ମୃତ
ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକକୁ ପିଟିଲା ଭ୍ୟାନ ଦୁଇ ମୃତ

Bike Accident: ବେଲାପଡା ଓ ପାଟଣାଗଡ଼ ରାସ୍ତାରେ ବାଇକକୁ ସାମ୍ନାରୁ ଏକ ଭ୍ୟାନ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀଙ୍କକ ମୃତ୍ୟୁ । ମୃତକ ଦ୍ବୟ ହେଲେ ରମେଶ୍ୱର ଧରୁଆ ଓ କ୍ଷୀରସିନ୍ଧୁ ସା । ଭ୍ୟାନଟି ଦୁର୍ଘଟଣା ସ୍ଥଳରୁ ଫେରାର ଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକକୁ ପିଟିଲା ଭ୍ୟାନ ଦୁଇ ମୃତ

ବଲାଙ୍ଗୀର: ବାଇକକୁ ପିଟିଲା ଭ୍ୟାନ । ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲାପଡା ଓ ପାଟଣାଗଡ଼ ରାସ୍ତାରେ । ବାଇକକୁ ସାମ୍ନାରୁ ଏକ ଭ୍ୟାନ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀଙ୍କକ ମୃତ୍ୟୁ ଘଟିଛି । ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-ବେଲପଡ଼ା ରାସ୍ତାର କପାଣି ବସଷ୍ଟାଣ୍ଡ ନିକଟରେ ଥିବା କପା ମିଲ୍ ଆଗରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦୁଇ ଜଣ ହେଲେ ବେଲପଡ଼ା ଥାନା ଡୁଙ୍ଗାରିଗୁଡ଼ା ଗାଁର ପରମେଶ୍ୱର ଧରୁଆ ଓ କ୍ଷୀରସିନ୍ଧୁ ସା ବୋଲି ଜଣାପଡିଛି । ସୂଚନା ଅନୁସାରେ ସେମାନେ ଏକ ବାଇକରେ ବେଲପଡ଼ା ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ପିକଅପ ଭ୍ୟାନ ଧକ୍କା ଦେଇଥିଲା । ଏହାପରେ ଭ୍ୟାନଟି ଦୁର୍ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ।

ସେପଟେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣା ଘଟାଇଥିବା ଭ୍ୟାନକୁ ଧରିବା ସହିତ ଚାଳକକୁ ଗିରଫ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଲୋକେ । ଏହି ଘଟଣା ପରେ ବେଲାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସେହିପରି ଲୋକଙ୍କ ସହିତ ଆଲୋଚନା କରିବା ସହ ଶୀଘ୍ର ଉକ୍ତ ଭ୍ୟାନକୁ ଏବଂ ଚାଳକକୁ ଧରାଯିବ ବୋଲି ପ୍ରତିଶୃତି ଦେଇଛି ।

ଏହା ମଧ୍ୟ ପଢନ୍ତୁ .....ଦୁଇ ବାଇକ ମୁହାଁମୁହିଁ ଧକ୍କା,ପୋଲିସ ଏଏସଆଇଙ୍କ ସମେତ ୩ ଗୁରୁତର

ସେହିପରି ଆଜି (ସୋମବାର) ଦିନ କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟିରେ ସିରିଜ ଦୁର୍ଘଟଣା ଘଟିଛି । ୩ଟି ଟ୍ରକ ଓ ୪ଟି ବାଇକକୁ ଧକ୍କା ଦେଲା ଆଉ ଏକ ଟ୍ରକ । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସାମଲ ମୋଟର ସମ୍ମୁଖରେ ଏହି ସିରିଜ୍ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୪ଟି ବାଇକ୍ ଭାଙ୍ଗି ଚୂରମାର ହୋଇ ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଗୁରୁତରଙ୍କ ପରିଚୟ ମିଳି ନ ଥିବା ବେଳେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.