ETV Bharat / state

ଦଶାହ କାର୍ଯ୍ୟକୁ ଯାଉଥିଲେ ବାଟରେ ଜଗିଥିଲା ଯମ ! ଟ୍ରକ-ଅଟୋ ଧକ୍କାରେ 3 ମୃତ - Nabarangpur Accident

author img

By ETV Bharat Odisha Team

Published : Apr 21, 2024, 5:51 PM IST

Updated : Apr 21, 2024, 6:21 PM IST

Nabarangpur Accident
Nabarangpur Accident

Nabarangpur Accident: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଟ୍ରକ-ଅଟୋ ମୁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ 3 ମୃତ, 8 ଆହତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଟ୍ରକ-ଅଟୋ ଧକ୍କାରେ 3 ମୃତ

ନବରଙ୍ଗପୁର: ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା 3 ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଯୋଡେଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ.. ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ; ଦୁଇ ଝିଅଙ୍କ ସାମ୍ନାରେ ଆଖି ବୁଜିଲେ ବାପାମାଆ - Road Accident In Boudh

ସୂଚନା ଅନୁଯାୟୀ, ଆଜି (ରବିବାର) ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଯୋଡ଼େଙ୍ଗା ନିକଟରେ ଅଟୋ ସହ ଟ୍ରକର ମୁହାମୁହିଁ ଧକ୍କା ହୋଇଛି । ଟ୍ରକଟି ଜୟପୁରରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଗୋଟିଏ ଯାତ୍ରୀବାହୀ ବସକୁ ଓଭରଟେକ୍ କରୁଥିବା ସମୟରେ ଅଟୋକୁ ସାମ୍ନା ପଟୁ ଧକ୍କା ଦେଇଥିଲେ । ଦୁର୍ଘଟଣା ସମୟରେ ଅଟୋରେ ପାଖାପାଖି 10 ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 8 ଜଣ ଆହତ ହୋଇଛନ୍ତି । ତେବେ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଅଟୋରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଦୁର୍ଘଟଣାଗ୍ରସ୍ତ ଅଟୋ ଡ୍ରାଇଭରଙ୍କ ସୂଚନା ମୁତାବକ, ଅଟୋଟି ବରେଇରୁ ରାୟଗଡ ଯାଉଥିଲା । ପାଖାପାଖି 10 ଜଣ ଯାତ୍ରୀ ଥିଲେ । ବସକୁ ଓଭରଟେକ କରିବା ପାଇଁ ଦ୍ରୁତ ଗତିରେ ଆସି ଟ୍ରକଟି ଅଟୋକୁ ପିଟିଦେଇଥିଲା ବୋଲି କହିଛନ୍ତି ଆହତ ଅଟୋ ଡ୍ରାଇଭର ।

ଏହାମଧ୍ୟ ପଢନ୍ତୁ.. ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରଙ୍କ ତ୍ରୁଟି ପାଇଁ ଘଟିଗଲା ଦୁର୍ଘଟଣା, ମାମଲା ରୁଜୁ - Jajpur Bus Tragedy

ପୂର୍ବତନ ବିଧାୟକ ସୁବାସ ଗଣ୍ଡ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଦୁର୍ଘଟଣାସ୍ଥଳରେ ଅଟକି ଆହତମାନଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ଯୋଡେଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି । ହସ୍ପିଟାଲରେ ଉପସ୍ଥିତ ରହି ପୂର୍ବତନ ବିଧାୟକ ସ୍ଥିତି ତଦାରଖ କରିବା ସହ ଆହତଙ୍କୁ ଭେଟିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Apr 21, 2024, 6:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.