ETV Bharat / state

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେପି ଛାଡ଼ି ବିଜେଡିରେ ମଶିଲେ ଶତାଧିକ କର୍ମୀ - BJD JOINING PROGRAM

author img

By ETV Bharat Odisha Team

Published : Mar 29, 2024, 10:21 PM IST

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେପି ଛାଡ଼ି ବିଜେଡିରେ ମଶିଲେ ଶତାଧିକ କର୍ମୀ
ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେପି ଛାଡ଼ି ବିଜେଡିରେ ମଶିଲେ ଶତାଧିକ କର୍ମୀ

BJD JOINING PROGRAMME: ବିଜେଡ଼ିରେ ମିଶିଲେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି ନେତା ଓ କର୍ମୀ । ଅଧିକ ପଢନ୍ତୁ

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେପି ଛାଡ଼ି ବିଜେଡିରେ ମଶିଲେ ଶତାଧିକ କର୍ମୀ

ଭୁବନେଶ୍ବର: ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ଏହି ମିଶ୍ରଣ କାର୍ଯ୍ୟକ୍ରମ । ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ସୁଲାତା ଦେଓ ଓ ୨୦୨୪ ସାଧାରଣ ନିର୍ବାଚନର ବିଜେଡ଼ି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅବିନାଶ ସାମଲଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ନେତା ଉପଢୌକନ ଦେଇ ଦଳକୁ ସ୍ୱାଗତ କରାଯାଇଛି ।

ବିଜେପି ନେତା ଓ କର୍ମୀଙ୍କ ଯୋଗଦାନ ଫଳରେ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ବିଜେଡ଼ିରେ ସାମିଲ ହୋଇଥିବା ସମସ୍ତ ବିଜେପି ନେତାମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।


ଏହା ମଧ୍ୟ ପଢନ୍ତୁ ......ସଞ୍ଜୟଙ୍କ ଶକ୍ତି ପ୍ରଦର୍ଶନ; କଣାସ ବ୍ଲକ ଅଧ୍ୟକ୍ଷାଙ୍କ ସହ ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟ ବିଜେଡିରେ ସାମିଲ - BJD Joining Program



ମିଶ୍ରଣ ପର୍ବରେ ବିଜେପି ଅନୁଗୁଳ ଜିଲ୍ଲା ଏସସି ମୋର୍ଚ୍ଚା ଉପସଭାପତି ତଥା ୨୭ ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀ ମହେଶ୍ୱର ବେହେରା, ବିଜେପି ରାଜ୍ୟ ଏସସି ମୋର୍ଚ୍ଚା ସମ୍ପାଦିକା ସବିତା ନାୟକ, ଓଡ଼ପଡ଼ା ବ୍ଲକ ବିଜେପି ମଣ୍ଡଳ ସଭାପତି ଜ୍ୟୋତି ପ୍ରକାଶ ରାଉତ, ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ମଣିପୁର ସରପଞ୍ଚ ରୁଦ୍ର ପଟ୍ଟନାୟକ, ଅନୁଗୁଳ ଜିଲ୍ଲା ବିଜେପି ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଜିତ ନାୟକ, ସରପଞ୍ଚ ସର୍ବଶ୍ରୀ ମଳୟ କୁମାର ବେହେରା ଯୋଗ ଦେଇଛନ୍ତି ।

ଏହାସହ ବିଜେପି ବଅଁରପାଳ ମଣ୍ଡଳ ସଭାପତି ସନ୍ତୋଷ ପ୍ରଧାନ, ଯୁବ ମୋର୍ଚ୍ଚା ପ୍ରଭାରୀ ଜୟନ୍ତ କୁମାର ଦଳବେହେରା, ମିଡିଆସେଲ ପ୍ରମୁଖ ପ୍ରିୟବ୍ରତ ସାମଲ, ସଞ୍ଜୟ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଉପସ୍ଥିତ ଥିଲେ । ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.