ETV Bharat / state

ସତ୍ୟବାଦୀରୁ ଲଢିବେ କି ସଞ୍ଜୟ ? ଗୁପ୍ତ ବୈଠକ ଭିଡ଼ିଓ ଭାଇରାଲ ପରେ ବଢିଲା ଚର୍ଚ୍ଚା

author img

By ETV Bharat Odisha Team

Published : Feb 28, 2024, 10:03 AM IST

ସତ୍ୟବାଦୀରୁ ଲଢିବେ କି ସଞ୍ଜୟ
ସତ୍ୟବାଦୀରୁ ଲଢିବେ କି ସଞ୍ଜୟ

Satyabadi Assembly Constituency: ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ଲଢ଼ୁଥିବା ନେଇ ଚର୍ଚ୍ଚା । ସଞ୍ଜୟଙ୍କ ଗୁପ୍ତ ବୈଠକର ଭିଡ଼ିଓ ଭାଇରଲ ପରେ ରାଜନୀତି ସରଗରମ । ଅଧିକ ପଢ଼ନ୍ତୁ

ସତ୍ୟବାଦୀରୁ ଲଢିବେ କି ସଞ୍ଜୟ

ପୁରୀ: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ଗୋଳିଆ ହେବାରେ ଲାଗିଛି । ବିଶେଷ କରି ଶାସକ ଦଳ ବିଜେଡି କେଉଁ ନିର୍ବାଚନ ମଣ୍ଡଳୀରୁ କାହାକୁ ଟିକେଟ ଦେବ ଓ କାହାର ଟିକେଟ କଟିବ ଏହାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏହାରି ଭିତରେ ପୁରୀ ଜିଲ୍ଲାର ପ୍ରମୁଖ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚାରେ ରହିଛି । କିଏ ଏଠାରୁ ବିଜେଡି ପ୍ରାର୍ଥୀ ହେବ ସେ ନେଇ ବିଚାର ବିମର୍ଶ ଲାଗିଥିବା ବେଳେ ଏଥର ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ଲଢ଼ୁଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା । ବର୍ତ୍ତମାନ ସଞ୍ଜୟଙ୍କ ଏକ ଗୁପ୍ତ ବୈଠକର ଭିଡ଼ିଓ ଭାଇରାଲ ପରେ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ତେବେ ପୁରୀ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଚଳିତ ନିର୍ବାଚନରେ ସତ୍ୟବାଦୀରୁ ପ୍ରାର୍ଥୀ ହେବେ ନାହିଁ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ । ଖୋଦ୍ ନିଜେ ସଞ୍ଜୟ ଦାସବର୍ମା ଏହି କଥା ପ୍ରକାଶ କରିଛନ୍ତି । ସଞ୍ଜୟ ସତ୍ୟବାଦୀର କିଛି କର୍ମୀଙ୍କୁ ନେଇ ଏକ ଗୁପ୍ତ ବୈଠକ କରିଥିବା ବେଳେ ଏହି ଗୁପ୍ତ ବୈଠକର ଭିଡ଼ିଓ ଭାଇରଲ ହେଇଛି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଗୁପ୍ତ ବୈଠକରେ ବସିଥିବା ସଞ୍ଜୟ ଦାସ ବର୍ମା କହୁଛନ୍ତି ଯେ, ଖୁବଶୀଘ୍ର ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ହେବ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପ୍ରେସମିଟ୍ ହେବ । ସେଠାରେ ଘୋଷଣା ହେବ ଯେ, ସେ ସତ୍ୟବାଦୀରେ ନିର୍ବାଚନ ଲଢ଼ିବେ ଓ ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରିରୁ ନିର୍ବାଚନ ଲଢ଼ିବେ । ସେ ଏଥର ନିଶ୍ଚିତ ଶତ ପ୍ରତିଶତ ସତ୍ୟବାଦୀରୁ ଟିକଟ ପାଉଛନ୍ତି ବୋଲି ବୈଠକରେ ଉପସ୍ଥିତ ଥିବା କର୍ମୀଙ୍କୁ କହୁଛନ୍ତି । ଯାହାର ଏକ ଭିଡ଼ିଓ ଭାଇରାଲ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ସତ୍ୟବାଦୀରେ ନିର୍ବାଚନୀ ତାତି, ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟ

ତେବେ ସଞ୍ଜୟଙ୍କ ଗୁପ୍ତ ବୈଠକର ଭିଡ଼ିଓ ସେଠାରେ ଉପସ୍ଥିତ କେହି ଜଣେ କର୍ମୀ ମୋବାଇଲରେ ରେକର୍ଡ କରି ଭାଇରାଲ କରିଛନ୍ତି । ଯାହାକୁ ନେଇ ପୁରୀରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଗତ 2019 ନିର୍ବାଚନରେ ବ୍ରହ୍ମଗିରି ଆସନରୁ ସଞ୍ଜୟ ଦାସବର୍ମା ବିଜେପି ପ୍ରାର୍ଥୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ପରେ ବ୍ରହ୍ମଗିରିରେ ସଞ୍ଜୟଙ୍କ ପତିଆରା ହ୍ରାସ ପାଇଥିବା ବେଳେ ତାଙ୍କ ନେତୃତ୍ୱକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଏକାଧିକ ନେତା । ଅନେକ ବିଜେଡି ନେତା ଚଳିତ ନିର୍ବାଚନ ଲଢିବା ପାଇଁ ଲବି କରୁଛନ୍ତି । ନିଜର ଅନୁଗତ ବିଦ୍ରୋହ କରିବା ପରେ ଆଗାମୀ ନିର୍ବାଚନରେ ପୁଣି ସେ ପରାସ୍ତ ହେବା ସଞ୍ଜୟ ଦୃଢ଼ ନିଶ୍ଚିତ ଅଛନ୍ତି । ତେଣୁ ସେ ନିଜ ରାଜନୀତି କ୍ୟାରିଅରକୁ ଆଗକୁ ନେବା ପାଇଁ ସତ୍ୟବାଦୀରୁ ନିର୍ବାଚନ ଲଢିବା ପାଇଁ ଲବି କରୁଥିବା ନେଇ କିଛିଦିନ ଧରି ଚର୍ଚ୍ଚା ହେଉଥିଲା ।

ତେବେ ସଞ୍ଜୟଙ୍କ ଗୁପ୍ତ ବୈଠକ ଭିଡ଼ିଓ ଭାଇରଲ ପରେ ଏହା ସ୍ପଷ୍ଟ ହେଇଛି ଯେ, ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ବ୍ରହ୍ମଗିରି ପରିବର୍ତ୍ତେ ସତ୍ୟବାଦୀରୁ ନିର୍ବାଚନ ଲଢ଼ିବା ନେଇ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି । ତେବେ ଏବେ ଦେଖିବାର କଥା ଏହାକୁ କେତେ ଗ୍ରହଣ କରୁଛନ୍ତି ସତ୍ୟବାଦୀର ବର୍ତ୍ତମାନ ବିଧାୟକ ଉମାକାନ୍ତ ସାମନ୍ତରାୟ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.