ETV Bharat / state

ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୁତି

author img

By ETV Bharat Odisha Team

Published : Jan 31, 2024, 8:23 PM IST

ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୁତି
ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୁତି

Samalei Project Yajna Rituals Concluded: ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କ ସହ ସମଲେଇ ଯୋଜନାର ନୋଡାଲ ଅଫିସର ଉମାକାନ୍ତ ରାଜ ଏହି ପୂର୍ଣ୍ଣାହୁତି ଯଜ୍ଞରେ ସାମିଲ ହୋଇଥିଲେ l ଏହି ଅବସରରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ଅଧିକ ପଢନ୍ତୁ

ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୁତି

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ସମଲେଇ ଯୋଜନାର ଲୋକାର୍ପଣ ଅବସରରେ ଅନୁଷ୍ଠିତ ହୋଇଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି ପଡିଛି l ଗତ 27 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ଏହା ପୂର୍ବରୁ ଏହି ଯଜ୍ଞ ପାଇଁ ଗତ 22 ତାରିଖରେ ଅଙ୍କୁର ରୋପଣ ଵିଧି ଅନୁଷ୍ଠିତ ହୋଇଥିଲା l ଗତ 26 ତାତିଖରେ ମହାନଦୀ ଅଯୋଧ୍ୟା ସରୋବର ଠାରୁ 1100 ମହିଳା କଳସରେ ଜଳ ଧରି ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ କଳସ ଯାତ୍ରା କରିଥିଲେ l ପରେ 27 ତାରିଖରେ ସକାଳୁ ଯଜ୍ଞ ଆରମ୍ଭ ହୋଇଥିଲା l ସମଲେଶ୍ୱରୀ ମନ୍ଦିରର 4 ଦ୍ବାରରେ 4 ଟି ଯଜ୍ଞ ମଣ୍ଡପ ମଧ୍ୟ ଭାଗରେ ଏକ ମୁଖ୍ୟ ଯଜ୍ଞ ମଣ୍ଡପ ଅନୁଷ୍ଠିତ ହୋଇଥିଲା l ସାରା ରାଜ୍ୟର 50 ଜଣ ପଣ୍ଡିତ ଏହି ଯଜ୍ଞକୁ ପଣ୍ଡିତ ମହେନ୍ଦ୍ର ପୂଜାରୀଙ୍କ ନେତୃତ୍ବରେ ସମ୍ପନ୍ନ କରିଥିଲେ l ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଓ ତାଙ୍କ ପତ୍ନୀ କର୍ତ୍ତା ଦାୟିତ୍ବ ତୁଲାଇ ଥିଲେ l ଏହି ଯଜ୍ଞର ଆଜି ପୂର୍ଣ୍ଣାହୁତି ପଡିଛି l

ଅଧିକ ପଢନ୍ତୁ- ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ, ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କ ସହ ସମଲେଇ ଯୋଜନାର ନୋଡାଲ ଅଫିସର ଉମାକାନ୍ତ ରାଜ ଏହି ପୂର୍ଣ୍ଣାହୁତି ଯଜ୍ଞରେ ସାମିଲ ହୋଇଥିଲେ l ଏହି ଅବସରରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 21 ଜାନୁଆରୀ 2020ରେ ସମଲେଶ୍ବରୀ ପୀଠ ପରିଦର୍ଶନ କରିଥିଲେ l ମା ଙ୍କ ଦର୍ଶନ ପରେ ସମଲେଶ୍ବରୀ ପୀଠ ଉନ୍ନତିକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ l ଏଥିପାଇଁ ପର୍ଯ୍ୟବେକ୍ଷକଙ୍କ ଟିମ ଗଠନ କରାଯାଇ ଅନୁଧ୍ୟାନ ପରେ ପ୍ୟାକେଜ ଘୋଷଣା କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ l ଏହା ପରେ 30 ଜାନୁଆରୀ 2020 ରେ ଏକ 3 ଜଣିଆ ଟିମ ମନ୍ଦିର ପରିଦର୍ଶନ କରି କରି ଅନୁଧ୍ୟାନ କରିଥିଲେ l

ଏହା ପରେ 9 ଏପ୍ରିଲ 2020 ରେ ସମଲେଇ ଯୋଜନା ପାଇଁ ପ୍ୟାକେଜ ଘୋଷଣା ହୋଇଥିଲା l ଜନସାଧାରଣଙ୍କ ମତାମତ ସଂଗ୍ରହ ପରେ ଥଇଥାନ ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ l 17 ଫେବୃଆରୀ 2021 ରେ ସମଲେଇ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ 200 କୋଟିର ପ୍ୟାକେଜ ଘୋଷଣା କରିଥିଲେ l ସମଲେଶ୍ବରୀଙ୍କ ରୂପାନ୍ତରିତ ମନ୍ଦିର ପରିକ୍ରମା ପ୍ରକଳ୍ପର ମାଷ୍ଟର ପ୍ଲାନ ପ୍ରସ୍ତୁତ ପରେ ସଫଳ ରୂପାୟନ ପାଇଁ ଓଡିଶା ବ୍ରିଜ ଓ ନିର୍ମାଣ ନିଗମକୁ ଦାୟିତ୍ବ ଦିଆଯାଇଥିଲା l ଏହି ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ପୋଲିସ ପକ୍ଷରୁ ପ୍ରଥମେ ନିକଟରେ ଥିବା ଘୁନଘୁଟି ପଡାକୁ ଉଛେଦ କରାଯାଇଥିଲା l ଏଥିପାଇଁ ବହୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା l ପ୍ରଥମେ 4.42 ଏକର ଜମିରେ ମା ଙ୍କ ମନ୍ଦିର ଥିବା ବେଳେ ପରବର୍ତ୍ତୀ ସମୟରେ 40 ଏକର ପରିବ୍ୟାପ୍ତ କରାଯାଇଥିଲା l ପ୍ରଥମ ପର୍ଯ୍ୟାୟ ରେ 200 କୋଟି ଘୋଷଣା କରାଯାଇଥିବା ବେଳେ 2022-23 ରେ ମୁଖ୍ୟମନ୍ତ୍ରୀ ପୁଣି 200 କୋଟିର ପ୍ୟାକେଜ ଘୋଷଣା କରିଥିଲେ l ମୋଟ 400 କୋଟି ମଞ୍ଜୁର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 293 କୋଟି ଖର୍ଚ୍ଚ ହୋଇଛି l

ଏହି ଯୋଜନାରେ ମନ୍ଦିର ନିକଟ ମୋଟ 108 ଏକର ପରିମିତ ଜମିର ବିକାଶ କାର୍ଯ୍ୟ କରାଯାଉଛି l ଯୋଜନା ମୁତାବକ ମନ୍ଦିର ଚତୁପାର୍ଶ୍ଵରେ ସୁଉଚ୍ଚ ତୋରଣ, ଐତିହାସିକ କରିଡର, ଶୌଚାଳୟ, ଭକ୍ତଙ୍କ ପାଇଁ ରହିବା ବ୍ୟବସ୍ଥା, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ, ମହାନଦୀ ଘାଟର ଉନ୍ନତିକରଣ ଓ ମହାନଦୀ ଆଳତୀ ବ୍ୟବସ୍ଥା,22 ଏକର ଆଦ୍ରଭୂମି, ରିଙ୍ଗ ରୋଡ ସୌନ୍ଦର୍ଯ୍ୟକରଣ,ଫୁଟ ଓଭର ବ୍ରିଜ, ଫୁଡ ପାର୍କ, ସ୍ଥାପତ୍ୟ ପାର୍କ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ ସହ ସମ୍ବଲପୁରର ପ୍ରସିଦ୍ଧ ହସ୍ତ ତନ୍ତ ହସ୍ତଶିଳ୍ପ ବିକ୍ରି କରାଯିବା ପାଇଁ ସ୍ଥାନର ବ୍ୟବସ୍ଥା ହେଉଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.