ETV Bharat / state

ବବି ଦେଲେ ପ୍ରତିଶୃତି, ଧାରଣାରୁ ଉଠିଲେ ସମଲେଇ ବିସ୍ଥାପିତ - SAMALEI PROJECT DISPLACED issue

author img

By ETV Bharat Odisha Team

Published : Apr 10, 2024, 10:29 PM IST

ବବି ଦେଲେ ପ୍ରତିଶୃତି , ଧାରଣାରୁ ଉଠିଲେ ସମଲେଇ ବିସ୍ଥାପିତ
ବବି ଦେଲେ ପ୍ରତିଶୃତି , ଧାରଣାରୁ ଉଠିଲେ ସମଲେଇ ବିସ୍ଥାପିତ

SAMALEI PROJECT DISPLACED ISSUE: ୯୨ ଦିନର ଆନ୍ଦୋଳନ ପରେ ଓହରିଲେ ସମଲେଇ ବିସ୍ଥାପିତ ପରିବାର । ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଥିବା ସୂଚନା ।ଅଧିକ ପଢନ୍ତୁ

ବବି ଦେଲେ ପ୍ରତିଶୃତି , ଧାରଣାରୁ ଉଠିଲେ ସମଲେଇ ବିସ୍ଥାପିତ

ସମ୍ବଲପୁର: ଆନ୍ଦୋଳନରୁ ଓହରିଲେ ସମଲେଇ ବିସ୍ଥାପିତ । ଗତ ଜାନୁଆରୀ 10ରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସି ଆନ୍ଦୋଳନ କରୁଥିବା ସମଲେଇ ଯୋଜନା ଘୁନଘୁଟି ପଡା ବିସ୍ଥାପିତ ସୁରକ୍ଷା କମିଟି ସମଲେଇ ଯୋଜନା ଘୁନଘୁଟି ପଡା ବିସ୍ଥାପିତ ସୁରକ୍ଷା କମିଟିର ସଦସ୍ୟ ମାନେ ଆଜିଠୁ ଆନ୍ଦୋଳନ ସ୍ଥଗିତ ରଖିଥିବା ସୂଚନା ଦେଇଛନ୍ତି । ଗତ 7 ତାରିଖରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଥିବା ନେଇ ସ୍ଥାନୀୟ ସାମ୍ବାଦିକ ଭାବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି କମିଟି ।

ଶେଷରେ 92 ଦିନର ଆନ୍ଦୋଳନ ପରେ ଆଜି ସମଲେଇ ଯୋଜନା ଘୁନଘୁଟିପଡ଼ା ବିସ୍ଥାପିତ ସୁରକ୍ଷା କମିଟି ତାର ଆନ୍ଦୋଳନକୁ ସ୍ଥଗିତ କରିଛି । ଏନେଇ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ, ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର ବିଭିନ୍ନ ଦାବି ପୂରଣ ନେଇ କରାଯାଉଥିବା ଆନ୍ଦୋଳନକୁ 92 ଦିନରେ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି । ଏହାସହ ବାକି ଥିବା ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି ପୂରଣ ନେଇ ବିଜେଡି ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରତିଶୃତି ଦେଇଥିବା କମିଟି କହିଛି l

ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଧାରଣା ସ୍ଥଳକୁ ଯାଇ ନିର୍ବାଚନ ପରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବା ପରେ କମିଟି ଏହି ପଦକ୍ଷେପ ନେଇଥିବା ସୂଚନା ଦିଆ ଯାଇଛି । ତେବେ କମିଟି ଅଭିଯୋଗ କରିଛି ଯେ, ସମଲେଇ ଯୋଜନାରେ ଘୁନଘୁଟି ପଡା ବିସ୍ଥାପିତ ପରିବାର ସହ ପାତର ଅନ୍ତର କରାଯାଇଛି । ଏହି ଯୋଜନାରେ 244 ପରିବାର ବିସ୍ଥାପିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 28ଟି ପରିବାରକୁ ବିସ୍ଥାପିତ ସର୍ଭେରୁ ବାଦ ଦିଆଯାଇ କ୍ଷତିପୂରଣ ଦେବାରୁ ବଞ୍ଚିତ ରଖା ଯାଇଛି ବୋଲି ଅଭିଯୋଗ କରିଛି କମିଟି ।

ଏହା ମଧ୍ୟ ପଢନ୍ତୁ....ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଲେ ମୋକିମ, ଏବେ ଏକମାତ୍ର ଭରସା ସୁପ୍ରିମକୋର୍ଟ - Moquim On High Court Judgment

ଅନ୍ୟ ଲୋକଙ୍କୁ କ୍ଷତିପୂରଣ ବାବଦରେ 10 ଲକ୍ଷ ଦିଆଯାଇଥିବା ବେଳେ ଘୁନଘୁଟିପଡା ବାସୀଙ୍କୁ 3 ଲକ୍ଷ କ୍ଷତି ପୂରଣ ଦିଆଯାଇଛି, ଘରଭଡା ବାବଦରେ ଅନ୍ୟ ମାନଙ୍କୁ 1 ଲକ୍ଷ 44 ହଜାର ଦିଆଯାଇଥିବା ବେଳେ ଘୁନଘୁଟିପଡା ବାସୀଙ୍କୁ ମାତ୍ର 12 ହଜାର ଟଙ୍କା, ଟ୍ରାନ୍ସପୋର୍ଟିଂ ପାଇଁ ଅନ୍ୟମାନଙ୍କୁ 1 ଲକ୍ଷ ଦିଆଯାଇଥିବା ବେଳେ ଘୁନଘୁଟିପଡା ବାସୀଙ୍କୁ ମାତ୍ର 10 ହଜାର ଟଙ୍କା ଦିଆ ଯାଇଥିବା ଅଭିଯୋଗ କରିଛି କମିଟି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.