ETV Bharat / state

ଅଯୋଧ୍ୟାରେ ବିରାଜିଲେ ରାମଲାଲା , ଉତ୍ସବମୁଖର ବୌଦ୍ଧ ଜିଲ୍ଲା

author img

By ETV Bharat Odisha Team

Published : Jan 22, 2024, 10:12 PM IST

ଅଯୋଧ୍ୟାରେ ବିରାଜିଲେ ରାମଲାଲା , ଉତ୍ସବମୁଖର ବୌଦ୍ଧ ଜିଲ୍ଲା
ଅଯୋଧ୍ୟାରେ ବିରାଜିଲେ ରାମଲାଲା , ଉତ୍ସବମୁଖର ବୌଦ୍ଧ ଜିଲ୍ଲା

Ram Lalla Pran Pratishtha Utsav: ଶ୍ରୀରାମଲାଲାଙ୍କ ସମ୍ପନ୍ନ ହୋଇଛି ପ୍ରାଣ ପ୍ରତିଷ୍ଠା ଉତ୍ସବ ।ଏହି ଅବସରରେ ବୌଦ୍ଧର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଆଧାତ୍ମିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

ଅଯୋଧ୍ୟାରେ ବିରାଜିଲେ ରାମଲାଲା , ଉତ୍ସବମୁଖର ବୌଦ୍ଧ ଜିଲ୍ଲା

ବୌଦ୍ଧ: ପ୍ରଭୁ ଶ୍ରୀରାମଲାଲାଙ୍କ ସମ୍ପନ୍ନ ହୋଇଛି ପ୍ରାଣ ପ୍ରତିଷ୍ଠା । ଗର୍ଭଗୃହରେ ବିରାଜିତ ହୋଇଛନ୍ତି ମର୍ଜାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଲାଲା । ଏଥିପାଇଁ ଆଜି ପୁରପଲ୍ଲୀରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଏହି ଐତିହାସିକ ଦିନକୁ ଭିନ୍ନ ଭିନ୍ନ ଶୈଳୀରେ ପାଳନ କରାଯାଇଛି । ଦୀର୍ଘ ପାଞ୍ଚ ଶହ ବର୍ଷର ସଂଘର୍ଷ ପରେ ଆଜି ପ୍ରଭୁ ଶ୍ରୀରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ଏହି ଅବସରରେ ବୌଦ୍ଧର ପ୍ରତ୍ୟେକ ଗାଁ ଆଜି ଚଳ ଚଞ୍ଚଳ ହୋଇ ଉଠିଛି ।

ଜିଲ୍ଲାର ଖୁଣ୍ଟିଗୋରା ପଞ୍ଚାୟତ ଠାରୁ ନେଇ ତଳଗାଁ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେଥିବା ଦେବାଦେବୀଙ୍କ ପୀଠରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବୌଦ୍ଧ ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଆଳତୀ ଘାଟରେ ସକାଳୁ ସୂର୍ଯ୍ୟ ଅର୍ଘ୍ୟ ଅର୍ପଣ ସହ ଆଳତୀର ଆୟୋଜନ କରାଯାଇଥିଲା । ଏହାସହ ରଘୁନାଥ ମନ୍ଦିର ଠାରେ ସ୍ୱତନ୍ତ୍ର ଯଜ୍ଞ ଆୟୋଜନ କରାଯାଇଥିଲା । କେତେକ ସ୍ଥାନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା, ଦରିଦ୍ର ନାରାୟଣଙ୍କୁ ଅନ୍ନଭୋଜନ , ରାମାୟଣ ପାରାୟଣ, ଶ୍ରୀରାମଚନ୍ଦ୍ରଙ୍କ କଥାମୃତ, ନାମ ସଙ୍କୀର୍ତ୍ତନର ମଧ୍ୟ ଆୟୋଜନ କରାଯାଇଥିବା ଦେଥିବାକୁ ମଳିଛି । ଅନ୍ୟ କେତେକ ସ୍ଥାନରେ ସ୍ବତନ୍ତ୍ର ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରେ ବାଇକ୍ ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ......ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

ଦୀର୍ଘ 500 ବର୍ଷର ପ୍ରତୀକ୍ଷାର ଅନ୍ତ ହୋଇଛି । ଭବ୍ୟ ଦିବ୍ୟ ମନ୍ଦିରରେ ବିରାଜିଛନ୍ତି ରାମଲାଲା । ପୂରଣ ହୋଇଛି କୋଟି କୋଟି ରାମ ଭକ୍ତଙ୍କ ସ୍ବପ୍ନ । ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ମନ୍ତ୍ର ଧ୍ବନୀରେ କମ୍ପୁଛି ଅଯୋଧ୍ୟା ନଗରୀ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଖାଲି ଦେଶ ନୁହଁ ବରଂ ବିଦେଶରେ ମଧ୍ୟ ଉତ୍ସାହର ମାହୋଲ ।

ତେବେ ଆଜି (ସୋମବାର) ଅପରାହ୍ନ 12ଟା 20ରୁ ଦିନ1ଟା ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏଥି ପାଇଁ ମାତ୍ର 84 ସେକେଣ୍ଡ ଶୁଭ ମୁହୂର୍ତ୍ତ ମଧ୍ୟରେ ପ୍ରଭୁ ରାମଚନ୍ଦ୍ର ବିରାଜମାନ ହୋଇଥିଲେ । 12ଟା 29 ମନିଟ 8 ସେକେଣ୍ଡରୁ 12ଟା 30 ମିନିଟ 32 ସେକେଣ୍ଡ ମଧ୍ୟରେ ହୋଇଥିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ସକାଳ 10ଟା 45 ମିନିଟ ସମୟରେ ଅଯୋଧ୍ୟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସକାଳ 10.55ରେ ଶ୍ରୀ ରାମ ଜନ୍ମଭୂମିରେ ପହଞ୍ଚିଥିଲେ ।ଏଥିପାଇଁ ଭାରତ ସେମତ ଅମେରିକା, ଥାଇଲାଣ୍ଡ, ନେପାଳ, ଶ୍ରୀଲଙ୍କୀ ପରି ଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.