ETV Bharat / state

8ରେ ଝାରସୁଗୁଡ଼ାରେ ପହଞ୍ଚିବ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା, ସଫଳ କରିବାକୁ ରାଜ୍ୟ କଂଗ୍ରେସର ତୟାରୀ

author img

By ETV Bharat Odisha Team

Published : Feb 3, 2024, 10:22 AM IST

Etv Bharat
Etv Bharat

Bharat Jodo Nyay Yatra: ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଆସନ୍ତା 8ରେ ଝାରସୁଗୁଡ଼ାରେ ପହଞ୍ଚିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଅଧିକ ପଢନ୍ତୁ

ଝାରସୁଗୁଡା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଓଡି଼ିଶା ଗସ୍ତରେ ଆସୁଛନ୍ତି ବଡ଼ ବଡ଼ ନେତା । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଆସନ୍ତା 6 ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତ କରିବେ । ଭାରତ ଯୋଡ଼ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମରେ ରାହୁଲ ଓଡ଼ିଶା ଆସୁଛନ୍ତି । ଫେବୃଆରୀ 8 ତାରିଖରେ ଝାରସୁଗୁଡ଼ାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିବେ ରାହୁଲ ଗାନ୍ଧି । ଝାରସୁଗୁଡ଼ା ସହରରୁ ଲଖନପୁର ଦେଇ ଛତିଶଗଡ଼ ଯିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ।

ଏହା ମଧ୍ୟ ପଢନ୍ତୁ-ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଦାନ ମାଗିଲା କଂଗ୍ରେସ, 670 ଟଙ୍କା ଦେଲେ ଟି-ସାର୍ଟ ଦେବେ ରାହୁଲ

ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଆସନ୍ତା 6 ତାରିଖରେ ଓଡିଶାରେ ପହଞ୍ଚିବେ ରାହୁଲ ଗାନ୍ଧି । ସୁନ୍ଦରଗଡ଼ର ବୀରମିତ୍ରପୁରରେ ରାହୁଲ ଗାନ୍ଧି ପହଞ୍ଚିବେ । ସେଠାରେ ତାଙ୍କୁ କଂଗ୍ରେସ ପକ୍ଷରୁ ସ୍ବାଗତ କରାଯିବ । ଏଠାରେ ଯାତ୍ରା ସରିବା ପରେ 7 ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ ରାହୁଲ । 8 ତାରିଖ ସକାଳୁ ଝାରସୁଗୁଡ଼ା ସହରରୁ ଲଖନପୁର ଦେଇ ଛତିଶଗଡ଼ ବାହାରିବ ଭାରତ ଯୋଡ ନ୍ୟାୟ ଯାତ୍ରା । ସ୍ଥାନେ ସ୍ଥାନେ ଲୋକଙ୍କୁ ଭେଟି ପୂନଃ କଂଗ୍ରେସ ଦଳରେ ଯୋଗ ଦେଇ ଦେଶରେ ଶାନ୍ତି ମୈତ୍ରୀ ସ୍ଥାପନ କରିବା ପାଇଁ ପ୍ରବର୍ତ୍ତାଇବେ ।

ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ରାହୁଲ, ଫେବୃଆରୀ ୬ରୁ ଓଡ଼ିଶାରେ ନ୍ୟାୟ ଯାତ୍ରା

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ସବୁ କାର୍ଯ୍ୟକୁ ତଦାରଖ କରିବା ପାଇଁ ରାହୁଲଙ୍କ ଅଫିସରୁ ଏଥିପାଇଁ 2ଟି ଟିମ୍‌ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଶୁକ୍ରବାର ଝାରସୁଗୁଡ଼ା ସହରର ହୋଟେଲ ଆରୟନଠାରେ କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶରତ ପଟ୍ଟନାୟକ, AICCର ସମ୍ପାଦକ ଶହନୱାଜ ଚୌଧୁରୀ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ । ବୈଠକରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ନେଇ ଜିଲ୍ଲା ତଥା ରାଜ୍ୟସ୍ତରୀୟ ନେତାଙ୍କୁ ଅବଗତ କରାଯାଇଥିଲା। କିଭଳି ଭାବେ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ସଫଳ ଭାବେ ସମ୍ପର୍ଣ୍ଣ ହେବ ତାହାକୁ ନେଇ ଆଲୋଚନା କରାଯାଇଥିଲା।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.