ETV Bharat / state

ସାକ୍ଷୀଗୋପାଳରୁ ଶ୍ରୀମନ୍ଦିର ଯିବ ତୁଳସୀ-ପଦ୍ମ

author img

By ETV Bharat Odisha Team

Published : Mar 1, 2024, 10:03 PM IST

ଓୟୁଏଟିର ପ୍ରୟାସ; ସାକ୍ଷୀଗୋପାଳରୁ ଶ୍ରୀମନ୍ଦିର ଯିବ ତୁଳସୀ ପଦ୍ମ
ଓୟୁଏଟିର ପ୍ରୟାସ; ସାକ୍ଷୀଗୋପାଳରୁ ଶ୍ରୀମନ୍ଦିର ଯିବ ତୁଳସୀ ପଦ୍ମ

Tulsi leaves and lotus flower: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ। ପୁରୀ ସାକ୍ଷୀଗୋପାଳରୁ ଶ୍ରୀମନ୍ଦିରକୁ ଯିବ ତୁଳସୀ ପଦ୍ମ। ସାକ୍ଷୀଗୋପାଳରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ରହିଛି ସେଠାରେ ଏକ ବାଟିକା ନିର୍ମାଣ କରାଯାଇଛି। ଯାହାକୁ ଖୁବ ଶୀଘ୍ର ଶୁଭାରମ୍ଭ କରିବାକୁ ଯାଉଛି ଓୟୁଏଟି। ଅଧିକ ପଢନ୍ତୁ

ଓୟୁଏଟିର ପ୍ରୟାସ; ସାକ୍ଷୀଗୋପାଳରୁ ଶ୍ରୀମନ୍ଦିର ଯିବ ତୁଳସୀ ପଦ୍ମ

ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ। ପୁରୀ ସାକ୍ଷୀଗୋପାଳରୁ ଶ୍ରୀମନ୍ଦିରକୁ ଯିବ ତୁଳସୀ ପଦ୍ମ। ସାକ୍ଷୀଗୋପାଳରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ରହିଛି ସେଠାରେ ଏକ ବାଟିକା ନିର୍ମାଣ କରାଯାଇଛି। ଯାହାକୁ ଖୁବ ଶୀଘ୍ର ଶୁଭାରମ୍ଭ କରିବାକୁ ଯାଉଛି ଓୟୁଏଟି। ଏହି ବାଟିକାରେ ରହିଛି ତୁଳସୀ ବଗିଚା ଏବଂ ଏକ ପଦ୍ମ ପୋଖରୀ। ଯାହା ଖୁବ ଶୀଘ୍ର ପ୍ରତିଷ୍ଠା କରାଯିବ। ଏହାର ମୂଳ ଲକ୍ଷ୍ୟ ଜଗନ୍ନାଥଙ୍କ ସେବାରେ ତୁଳସୀ ବ୍ୟବହାର ହୋଇପାରିବ। ପଦ୍ମ ପୋଖରୀରେ ପଦ୍ମ ମା ଲକ୍ଷ୍ମୀଙ୍କ ସେବାରେ ଲାଗି ହୋଇପାରିବ।

ଅଧିକ ପଢନ୍ତୁ- ଓୟୁଏଟିରେ ପ୍ରଥମ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ', ଚାଷୀଙ୍କୁ ଓଡ଼ିଆରେ ତଥ୍ୟ ପହଞ୍ଚାଇବା ଲକ୍ଷ୍ୟ

ବିଶ୍ଵବିଦ୍ୟାଳୟର ଜନହିତରେ ବା ଜଗନ୍ନାଥ ଙ୍କ ସେବାରେ ଲାଗିବା ନେଇ ଓୟୁଏଟିର ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଓୟୁଏଟିର କୁଳପତି ପିକେ ରାଉଳ। ଏହା ସହ କୁଳପତି କହିଛନ୍ତି ଯେ, ଔଷଧୀୟ ବୃକ୍ଷ ଲୋକମାନଙ୍କ ସହିତ ଅଧିକରୁ ଅଧିକ ଭାବରେ ସଚେତନତା ସୃଷ୍ଟି କରିବା। ଏନେଇ ରିଫ୍ରେଶ କୋର୍ସ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଆଲୋଚନା ଚାଲିଛି। ଏହା ଦ୍ବାରା ଛାତ୍ରଛାତ୍ରୀ ମାନେ ଗବେଷଣା ଉପରେ ବା ନୂଆ ନୂଆ ଜିନିଷ ଉପରେ ଜ୍ଞାନ ଆହରଣ କରିପାରିବେ। ବିଶେଷ ଭାବରେ ତୁଳସୀ ହିନ୍ଦୁ ଧର୍ମରେ ଏକ ପବିତ୍ର ବୋଲି ମନାଯାଉଛି। ଏହା ସହ ବିଷ୍ଣୁଙ୍କ ପତ୍ନୀ ଭାବରେ ସ୍ବୀକାର କରାଯାଉଛି। ଗଙ୍ଗା ଭଳି ତୁଳସୀ ମଧ୍ୟ ତିନି ଲୋକରେ ପବିତ୍ର। ବୈଜ୍ଞାନିକ ମତାନୁସାରେ ତୁଳସୀର ରାସାୟନିକ ସଂରଚନା ଏବଂ ଔଷଧୀୟ ଗୁଣ ମନୁଷ୍ୟ ପାଇଁ ଏତେ ଉପକାରୀ ଯେ ବୈଦିକ ଗ୍ରନ୍ଥରେ ବର୍ଣ୍ଣିତ ତୁଳସୀର ପବିତ୍ରତାକୁ ପ୍ରମାଣ କରୁଛି।

ସୂଚନା ଅନୁଯାୟୀ, ଓୟୁଏଟିରେ ଦୁଇ ଦିନିଆ ଔଷଧୀୟ ବୃକ୍ଷକୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ଲୋକମାନଙ୍କ ପାଖରେ ଯେଉଁ ଦେଶୀୟ ଜ୍ଞାନ କୌଶଳ ରହିଛି ବିଶେଷ କରି ଚିକିତ୍ସା ବିଜ୍ଞାନ ସହିତ ଜଡ଼ିତ। ତାକୁ ଆଗକୁ ନେଇପାରିବ। ସେଥିପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଔଷଧୀୟ ଗୁଣକୁ ନେଇ କିଭଳି ଭାବରେ ବିଶ୍ବସ୍ତରରେ କାର୍ଯ୍ୟ କରିପାରିବା ସେନେଇ ପଦକ୍ଷେପ ନିଆଯାଉଛି। କିଭଳି ଭାବରେ ଲୋକଙ୍କ ପାଖରେ ଏହି ଔଷଧୀୟ ବୃକ୍ଷ ଏବଂ ଔଷଧୀୟ ଗୁଣ ଜାଣିବା ପାଇଁ ନିଆଯାଉଛି ପଦକ୍ଷେପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.